ସ୍ୱାମୀର ପେଟ ଚିରିଲା- ବ୍ୟାଗରେ ଅନ୍ତବୁଜୁଳା ପୁରାଇଲା
ରାଜେଶର ରକ୍ତ ଜୁଡୁବୁଡୁ ଶରୀର ପଡ଼ିଛି। ବିମଳା ଏକ ବ୍ୟାଗରେ ଅନ୍ତବୁଜୁଳା ପୁରାଉଥିଲେ। ତାଙ୍କୁ ଦେଖିବା ମାତ୍ରେ ବିମଳା ଛାନିଆ ହୋଇ ଛାତରୁ ଡେଇଁପଡ଼ି ତଳେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ପତି-ପତ୍ନୀଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୋଇଥାଏ। ତେବେ ଏଭଳି ନିର୍ମମ ହତ୍ୟାକାଣ୍ଡ ପଛର ରହସ୍ୟ କଅଣ

ସ୍ୱାମୀର ପେଟ ଚିରିଦେଲା। ଆଉ ଲଫାଫାରେ ପ୍ୟାକ୍ କରିଦେଲା ଅନ୍ତବୁଜୁଳା। ଶରୀରରୁ ଲିଭର ଓ କିଡନି ବି ଗାଏବ ହୋଇଗଲା। ଏଭଳି ନୃଶଂସ ହତ୍ୟା କରି ଛାତରୁ ଡେଇଁପଡ଼ିଲା ପତ୍ନୀ। ଆଉ ଛାତରୁ ପଡ଼ି ଆହତ ପତ୍ନୀ ବିମଳାଙ୍କୁ ପୁଲିସ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଛି। କୁରୁକ୍ଷେତ୍ରରେ ଘଟିଥିବା ନୃଶଂସ ହତ୍ୟାକାଣ୍ଡ ପଛରେ ପତ୍ନୀ ବିମଳାଙ୍କ ରକ୍ତମୁଖା ଚେହେରା ପଦାକୁ ଆସିଛି। ହରିଆଣାର କୁରୁକ୍ଷେତ୍ରରେ ଏକ ଭଡ଼ା ଘରେ ୪୦ ବର୍ଷୀୟ ରାଜେଶଙ୍କ ଶବ ମିଳିଥିଲା। ତାଙ୍କ ପେଟରେ ୩୫ ସେଣ୍ଟିମିଟର ଗଭୀର କ୍ଷତଚିହ୍ନ ଥିଲା। ସ୍ୱାମୀ ରାଜେଶକୁ ମାରି ତାହାର ଅନ୍ତବୁଜୁଳା ଏକ ଲଫାଫାରେ ରଖି ବୋଧହୁଏ ଶବ ଗାଏବ କରିବା ମୁଡରେ ଥିଲା ବିମଳା। ଶବ ବ୍ୟବଛେଦରେ ରାଜେଶଙ୍କ ଲିଭର ଓ ଦୁଇଟି ଯାକ କିଡନି ଗାଏବ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରୁ ପୁଲିସ ୩ ପ୍ରକାର ଛୁରୀ ଜବତ କରିଛି। ୟୁପିର ସୀତାପୁର ଜିଲ୍ଲାର ଏହି ଦମ୍ପତ୍ତି। ଗଲା ବର୍ଷେ ହେଲା କୁରକ୍ଷେତ୍ରରେ ଭଡ଼ାରେ ରହୁଥିଲେ। ରାଜେଶ ପେହୋଓ୍ୱା ରୋଡସ୍ଥିତ ଏକ ଓ୍ୱାଟର ଟ୍ରେଡିଂ କମ୍ପାନୀରେ ପାଣି ସପ୍ଲାଏର କାମ କରୁଥିଲେ। ଘର ମାଲିକଙ୍କ କହିବା କଥା, ଶନିବାର ସଂଧ୍ୟା ୫ଟାରେ ଘରୁ ଚିଲାଇବାର ଶବ୍ଦ ଆସିଥିଲା। ଯେବେ ସେ ଛାତରେ ପହଞ୍ଚିଥିଲେ, ଦେଖିଲେ ଯେ, ରାଜେଶର ରକ୍ତ ଜୁଡୁବୁଡୁ ଶରୀର ପଡ଼ିଛି। ବିମଳା ଏକ ବ୍ୟାଗରେ ଅନ୍ତବୁଜୁଳା ପୁରାଉଥିଲେ। ତାଙ୍କୁ ଦେଖିବା ମାତ୍ରେ ବିମଳା ଛାନିଆ ହୋଇ ଛାତରୁ ଡେଇଁପଡ଼ି ତଳେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ପତି-ପତ୍ନୀଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୋଇଥାଏ। ତେବେ ଏଭଳି ନିର୍ମମ ହତ୍ୟାକାଣ୍ଡ ପଛର ରହସ୍ୟ କଅଣ, ତାକୁ ନେଇ ତଦନ୍ତ ଜାରି ରହିଛି। ବିମଳା ସୁସ୍ଥ ହେବା ପରେ ତାହାର ବୟାନ ରେକର୍ଡ କରିବ ପୁଲିସ। ଆଉ ପଚରାଉଚୁରା ପରେ ହତ୍ୟା ପଛର ଅସଲ କାରଣ ଓଗାଳିବ। ତେବେ ପତ୍ନୀ ଏତେ କ୍ରୁରତାର ସହ କାହିଁକି ହତ୍ୟା କଲେ। ରାଜେଶ ଓ ବିମଳା ଦୀର୍ଘ ବର୍ଷ ହେଲା ବିବାହ କରିଥିଲେ। ହେଲେ ସେମାନଙ୍କର କୌଣସି ସନ୍ତାନ ନଥିଲା। ସେଥିଲାଗି ପୁଲିସ ଦମ୍ପତ୍ତିଙ୍କ ଭିତରେ ଥିବା ବିବାଦ, ସମ୍ପର୍କ ଓ ପରିସ୍ଥିତିକୁ ଯାଞ୍ଚ କରୁଛି।
