ତାଳଧ୍ୱଜ ରଥରୁ ଅଣସେବାୟତଙ୍କୁ ଓହ୍ଲାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ବାହୁଡ଼ାଯାତ୍ରା ଅବସରରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଉପରେ ଥିବା ଜଣେ ଅଣସେବାୟତଙ୍କୁ ଚିହ୍ନଟ କରି ରଥରୁ ତଳକୁ ଓହ୍ଲାଇ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ।
N
By Namita PattanaikPublished: Jul 24, 2026, 12:01 PM •1 min read •6 Views

ପୁରୀ: ବାହୁଡ଼ାଯାତ୍ରା ଅବସରରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଉପରେ ଥିବା ଜଣେ ଅଣସେବାୟତଙ୍କୁ ଚିହ୍ନଟ କରି ରଥରୁ ତଳକୁ ଓହ୍ଲାଇ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ। ରଥ ଉପରେ କେବଳ ଅଧିକୃତ ସେବାୟତମାନେ ରହିପାରିବେ ବୋଲି ନିୟମ ଥିବା ବେଳେ, ଏହାର ବ୍ୟତିକ୍ରମ ଦେଖି ମୁଖ୍ୟ ପ୍ରଶାସକ ତୁରନ୍ତ ହସ୍ତକ୍ଷେପ କରିଥିଲେ। ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରଥରୁ ତଳକୁ ଓହ୍ଲାଇବା ସହ ନିୟମର କଡ଼ା ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି ଯେ, ରଥ ଉପରେ କେବଳ ନିର୍ଦ୍ଧାରିତ ଏବଂ ଅଧିକୃତ ସେବାୟତଙ୍କୁ ଅନୁମତି ରହିଛି। ସୁରକ୍ଷା ଓ ପରମ୍ପରାକୁ ଦୃଷ୍ଟିରେ ରଖି ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
