ଶ୍ରୀଜଗନ୍ନାଥ ସଂସ୍କୃତିର ସବୁଠାରୁ ଆକର୍ଷଣୀୟ ଓ ଐତିହାସିକ ପରମ୍ପରା ମଧ୍ୟରୁ ଅନ୍ୟତମ ସୁନାବେଶ ଆଜି ଭକ୍ତମାନଙ୍କୁ ଦେଲା ଅପୂର୍ବ ଆଧ୍ୟାତ୍ମିକ ଅନୁଭୂତି। ବାହୁଡା ଯାତ୍ରା ପରେ ରଥ ଉପରେ ବିରାଜମାନ ଅବସ୍ଥାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଛନ୍ତି।
ବାହୁଡ଼ାଯାତ୍ରା ଅବସରରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଉପରେ ଥିବା ଜଣେ ଅଣସେବାୟତଙ୍କୁ ଚିହ୍ନଟ କରି ରଥରୁ ତଳକୁ ଓହ୍ଲାଇ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ।
ଝିପି ଝିପି ବର୍ଷାରେ ଭକ୍ତ ଓ ଭଗବାନ । ଘଣ୍ଟନାଦରେ ପ୍ରକମ୍ପିତ ବଡ଼ଦାଣ୍ଡ । ରତ୍ନବେଦୀରୁ ରଥ ଅଭିମୁଖେ ଆସିଥିଲେ ଚତୁର୍ଦ୍ଧାଭୂର୍ତ୍ତି । ତେବେ ସବା ଶେଷରେ ବହୁ ବିଳମ୍ବରେ ପହଣ୍ଡି ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ । ଆଶ୍ଚର୍ଯ୍ୟଜନକ ଭାବରେ ବିନା ଟାହିଆରେ ରଥକୁ ଆସଥିଲେ ମହାପ୍ରଭୁ ।
୯୦ ଦଶକର ଆଗଧାଡ଼ିର ନିରପେକ୍ଷ, ନିର୍ଭୀକ ଓ ସାହସୀ ସାମ୍ବାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକଙ୍କ ପରଲୋକ । ତାଙ୍କ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।