ହରିଆଣାର ପ୍ରପର୍ଟି ଡିଲରଙ୍କୁ ଦିଲ୍ଲୀରେ ମର୍ଡର..
ତାଙ୍କୁ ଦାଦବଟି ମଗାଯାଉଥିଲା। ନାନାପ୍ରକାର ଧମକ ଦିଆଯାଉଥିଲା। ଧମକ ପରେ ନିଜ ସୁରକ୍ଷାକୁ ନେଇ ବେଶ୍ ଚିନ୍ତିତ ଥିଲେ ପ୍ରମୋଦ। ଏହା ପରେ ନିଜ ସାଙ୍ଗର ଏକ ବୁଲେଟପ୍ରୁଫ୍ ଗାଡ଼ିରେ ଯିବାଆସିବା କରୁଥିଲେ। ପ୍ରମୋଦ ଦୀର୍ଘ ବର୍ଷ ଧରି ପ୍ରପର୍ଟି ଡିଲିଂ କାରବାରରେ ଜଡ଼ିତ ଥିଲେ।

ଦିଲ୍ଲୀରେ ପ୍ରପର୍ଟି ଡିଲରଙ୍କୁ ଗୁଳି କରି ହତ୍ୟା। ଦିଲ୍ଲୀର ନରେଲାର ବାଙ୍କନେରରେ ଏ ଘଟଣା ଘଟିଛି। ବାଙ୍କନେରର ପ୍ରପର୍ଟି ଡିଲର ପ୍ରମୋଦ କୁମାରଙ୍କୁ ଜିମ୍ ବାହାରେ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ହିଁ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା। ମର୍ଡର କରି ୩ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ପୁଲିସ ସିସିଟିଭି ଫୁଟେଜ ଅନୁଧ୍ୟାନ କରି ଅଭିଯୁକ୍ତଙ୍କୁ ଚିହ୍ନଟ ସହ ସେମାନଙ୍କୁ ଟ୍ରେସ୍ କରିବାକୁ ତଦନ୍ତ ଆରମ୍ଭ କରିଛି। ଶବ ଜବତ କରି ବ୍ୟବଛେଦ ଲାଗି ପଠାଯାଇଛି। ଆଜି ସକାଳୁ ଏହି ମର୍ଡର ପୁରା ଏରିଆରେ ହଇଚଇ ଖେଳାଇଦେଇଛି। ସକାଳ ୭ଟାରେ ଏ ଘଟଣା ଘଟିଥିଲା। ମୃତକ ପ୍ରପର୍ଟି ଡିଲର ୪୨ ବର୍ଷୀୟ ପ୍ରମୋଦଙ୍କ ଘର ହରିଆଣାର ସୋନିପତ ଜିଲ୍ଲାରେ। ପ୍ରମୋଦ କୁମାର ମୁକୁଲ ପ୍ରପର୍ଟିର ମ୍ୟାନେଜର ଥିଲେ। ଗାଁରେ ମୁକୁଲ ଗାର୍ଡେନ ନାଁରେ ତାଙ୍କର ବଙ୍କେଟ୍ ହଲ୍ ଅଛି। ନ୍ୟାୟ ଦାବିରେ ମୃତଦେହକୁ ଧରି ସାନ ଭାଇ ଧାରଣାରେ ବସିଥିଲେ। ମୃତଦେହକୁ ଉଠାଇବାକୁ ମନା କରିଦେଇଥିଲେ। ପୁଲିସ ବହୁ ବୁଝାସୁଝା ପରେ ଶବ ଆଗରୁ ଧାରଣାରେ ଉଠିଥିଲେ। ପ୍ରାୟ ୧୦ ରାଉଣ୍ଡ ଗୁଳି ଚାଲିଥିବା ସାମ୍ନାକୁ ଆସିଛି। ମୃତ ପ୍ରମୋଦଙ୍କ ଭାଇ କହିଛନ୍ତି, ତାଙ୍କୁ ଦାଦବଟି ମଗାଯାଉଥିଲା। ନାନାପ୍ରକାର ଧମକ ଦିଆଯାଉଥିଲା। ଧମକ ପରେ ନିଜ ସୁରକ୍ଷାକୁ ନେଇ ବେଶ୍ ଚିନ୍ତିତ ଥିଲେ ପ୍ରମୋଦ। ଏହା ପରେ ନିଜ ସାଙ୍ଗର ଏକ ବୁଲେଟପ୍ରୁଫ୍ ଗାଡ଼ିରେ ଯିବାଆସିବା କରୁଥିଲେ। ପ୍ରମୋଦ ଦୀର୍ଘ ବର୍ଷ ଧରି ପ୍ରପର୍ଟି ଡିଲିଂ କାରବାରରେ ଜଡ଼ିତ ଥିଲେ। ଗାଁରେ ଥିବା ମୁକୁଲ ବଙ୍କେଟ ହଲକୁ ତାଙ୍କ ସାନ ଭାଇ ମୁକୁଲ ସମ୍ଭାଳୁଥିଲେ। ଆଜି ସକାଳେ ନରେଲାସ୍ଥିତ ଜିମରେ ଏକ୍ସରସାଇଜ୍ କରି ଗେଟରେ ଏଣ୍ଟ୍ରି କରିବା ବେଳେ ବଦମାସ ଆସି ତାଙ୍କ ଉପରୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ପ୍ରମୋଦ ଟଳି ପଡ଼ିଥିଲେ।
