Murder For Land Deal Cancel:ଜମି ଡିଲ୍ କ୍ୟାନସଲ- ସୁପାରି ଦେଇ ମାରିଦେଲା ଦେଢ଼ଶୂର!
ନିତୁ ଏହି ଏଗ୍ରିମେଣ୍ଟ କ୍ୟାନସଲ କରି ଟଙ୍କା ଫେରାଇ ଦେଇଥିଲେ। ଜମି ବିକିବାର ନାହିଁ କି ଟଙ୍କା ନେବାର ନାହିଁ କହି ରୋକଠୋକ ଶୁଣାଇଦେଇଥିଲେ। ଆଉ ଏହା ସନ୍ଦୀପକୁ ଖୁବ୍ ବାଧିଥିଲା। ପ୍ରଥମତଃ ସେ ଡିଲ୍ କରାଇଥିଲା। ଡିଲ୍ କ୍ୟାନସଲରୁ ସେ ଟଙ୍କାଟିଏ ବି ପାଇଲାନି। ଯେଉଁ କ୍ରେତାଙ୍କୁ ଜୁଟାଇଥିଲା, ସେମାନଙ୍କ ଆଗରେ ବି ଛୋଟ ହୋଇଗଲା।

ଜମି ଡିଲରୁ ଜୀବନ ଗଲା। ଜମି ଡିଲ କ୍ୟାନସଲ କରିବାରୁ ଦେଢ଼ଶୂର ସୁପାରୀ ଦେଇ ଭାଇବୋହୂକୁ କଲା ମର୍ଡର। ଗୁରୁଗ୍ରାମରେ ସୋହନାରେ ନିତୁ ହତ୍ୟାକାଣ୍ଡ ପଛର ଅସଲ କାରଣକୁ ଠାବ କରିବା ସହ ହତ୍ୟାକାରୀଙ୍କୁ ଗିରଫ କରିଛି ପୁଲିସ। ସୋହନାର ଦୌଲା ଗାଁରେ ୩୫ ବର୍ଷୀୟା ନୀତୁ ହତ୍ୟାକାଣ୍ଡରେ ସୋମବାର ବିଳମ୍ୱିତ ରାତିରେ ରୁଡକିରୁ ଦୁଇ ଅଭିଯୁକ୍ତ ଅନୁଜ ଓ ଅବିନାଶକୁ ପୁଲିସ ଗିରଫ କରିଛି। ଶୁକ୍ରବାର ଏ ଦୁହେଁ ନିତୁଙ୍କ ଘରେ ପଶି ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ଆଉ ମର୍ଡରର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲା ନିତୁଙ୍କ ଦେଢ଼ଶୂର ସନ୍ଦୀପ। ସନ୍ଦୀପକୁ ରବିବାର ରାତିରେ ପୁଲିସ ଗିରଫ କରିଥିଲା। ଅନୁଜ ଓ ଅବିନାଶକୁ ସୁପାରି ଦେଇ ଘରକୁ ଡାକିଥିଲା ସନ୍ଦୀପ। ନିତୁଙ୍କୁ ହତ୍ୟା କରିବାକୁ ପ୍ରାୟ ମାସେ ହେଲା ଷଡ଼ଯନ୍ତ୍ର ରଚିଥିଲା ସନ୍ଦୀପ। ଏ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ପୁଲିସ ରିମାଣ୍ଡରେ ନେଇଛି। ସନ୍ଦୀପ କିଛି ମାସ ତଳେ ନିତୁଙ୍କ ସ୍ୱାମୀ ପ୍ରଶାନ୍ତଙ୍କର ୬ ଡିସିମିଲ ଜମି ବିକିଦେବାକୁ ଡିଲ୍ କରାଇଥିଲା। ଏଥିଲାଗି ୨୦ଲକ୍ଷ ଟଙ୍କା ଏଗ୍ରିମେଣ୍ଟ କରି ଦିଆଯାଇଥିଲା। କିନ୍ତୁ ନିତୁ ଏହି ଏଗ୍ରିମେଣ୍ଟ କ୍ୟାନସଲ କରି ଟଙ୍କା ଫେରାଇ ଦେଇଥିଲେ। ଜମି ବିକିବାର ନାହିଁ କି ଟଙ୍କା ନେବାର ନାହିଁ କହି ରୋକଠୋକ ଶୁଣାଇଦେଇଥିଲେ। ଆଉ ଏହା ସନ୍ଦୀପକୁ ଖୁବ୍ ବାଧିଥିଲା। ପ୍ରଥମତଃ ସେ ଡିଲ୍ କରାଇଥିଲା। ଡିଲ୍ କ୍ୟାନସଲରୁ ସେ ଟଙ୍କାଟିଏ ବି ପାଇଲାନି। ଯେଉଁ କ୍ରେତାଙ୍କୁ ଜୁଟାଇଥିଲା, ସେମାନଙ୍କ ଆଗରେ ବି ଛୋଟ ହୋଇଗଲା। ସେଥିଲାଗି ନିତୁକୁ ମାରିବାକୁ ଷଡ଼ଯନ୍ତ୍ର ରଚିଥିଲା। ନିତୁଙ୍କୁ ମର୍ଡର କରିବା ଦିନ ସକାଳ ୮ଟାରେ ଦୁଇ ଅଭିଯୁକ୍ତ ପିର ବାବାଙ୍କ ମସଜିଦରେ ପହଞ୍ଚିଥିଲେ। ନିତୁଙ୍କ ସ୍ୱାମୀ ପ୍ରଶାନ୍ତ ସନ୍ଦୀପଙ୍କର ଦାଦା ପୁଅ ଭାଇ। ଦୁଇ ସୁପାରି କିଲରଙ୍କୁ ବାଇକରେ ବସାଇ ପ୍ରଶାନ୍ତ ଘର ପାଖରେ ଛାଡ଼ି ଦେଇ ଚାଲିଯାଇଥିଲା ସନ୍ଦୀପ। ଏହା ପରେ ନିଜ ପୁଅକୁ ସ୍କୁଲରୁ ଆଣି ସେଠାକୁ ପୁଣି ଯାଇଥିଲା। ସେତେବେଳକୁ ନୀତୁକୁ ମାରିସାରିଥିଲେ ଦୁଇ କିଲର। ହତ୍ୟା ପରେ ଦୁଇ ଅଭିଯୁକ୍ତଙ୍କୁ ଗାଁ ବାହାରେ ଥିବା ପୀରବାବାଙ୍କ ପୀଠରେ ଛାଡ଼ିବାକୁ ସନ୍ଦୀପ ଯାଇଥିଲା। ଘଟଣା ପରେ ନିତୁଙ୍କ ପରିବାର ସହ ରହିଥିଲେ ସନ୍ଦୀପ। ଯେମିତିକି ତାଙ୍କ ଉପରେ କାହାରି ସନ୍ଦେହ ହେବନି।
