Mule Account Exposed:ଗୋଟିଏ ବ୍ୟାଙ୍କ ଆକାଉଣ୍ଟ, ୨.୫ କୋଟିର ଠକେଇ
ମ୍ୟୁଲ୍ ଆକାଉଣ୍ଟରେ ୨.୫ କୋଟିର ଖେଳ! ବାଲେଶ୍ୱର ପୋଲିସ ହାତରେ ୩ ଅଭିଯୁକ୍ତ |

ମ୍ୟୁଲ୍ ଆକାଉଣ୍ଟ ଜରିଆରେ ୨.୫ କୋଟି ଟଙ୍କାର ସାଇବର ଠକେଇ ମାମଲାର ପର୍ଦ୍ଦାଫାସ କରିଛି ବାଲେଶ୍ୱର ପୋଲିସ। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ | ସୂଚନା ଅନୁଯାୟୀ, ଗତକାଲି ସୋର ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋର ଅଞ୍ଚଳରେ ଚଢ଼ାଉ କରିଥିଲା | ଏହି ଚଢ଼ାଉ ସମୟରେ ଏକ ବଡ଼ ଠକେଇ କାରବାରର ପର୍ଦ୍ଦାଫାସ ହୋଇଥିବା ଜଣାପଡ଼ିଛି | ପୋଲିସର ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଜେନାପୁର ଅଞ୍ଚଳର ଏକ ଦମ୍ପତିଙ୍କ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟକୁ ବ୍ୟବହାର କରି ପ୍ରାୟ ୨.୫ କୋଟି ଟଙ୍କାର ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତାମିଲନାଡୁର ହରିନାଥ କେଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି | ଗିରଫ ଅନ୍ୟ ଦୁଇ ଜଣ ହେଲେ ଜେନାପୁର ଅଞ୍ଚଳର ବସନ୍ତ କୁମାର ଜେନା ଓ ତାଙ୍କ ପତ୍ନୀ ଝରଣା ଜେନା | ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱରର ଅତିରିକ୍ତ ଏସ୍ପି ପରେଶ ରାଉତ ସୂଚନା ଦେଇଛନ୍ତି | ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଠକେଇ ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି |
