କ୍ଷୀରରେ ନିଶାଦେଇ ଅଚେତ କଲା- ପ୍ରେମିକ ସହ ମିଶି କଲା ମର୍ଡର
ମୃତକଙ୍କ ପତ୍ନୀ ଓ ଶିବମ ରାଜପୁତ ଭିତରେ ପ୍ରେମସମ୍ପର୍କ ଥିବା କଥା ସାମ୍ନାକୁ ଆସିଲା। ପୁଲିସ ଦୁହିଁଙ୍କର ମୋବାଇଲ ଫୋନ୍, କଲ ଡିଟେଲ୍ସ ଓ ଅନ୍ୟ ସାକ୍ଷୀ ଏହା ପରେ ସନ୍ଦେହ ଆଧାରରେ ପତ୍ନୀ ଆଶିକୀ ଦେବୀଙ୍କୁ ହେପାଜତକୁ ନେଇଥିଲା। ଆଉ ଆରମ୍ଭରୁ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ସତ୍ତ୍ୱେ ଜେରାରେ ସବୁ ସତ ଓଗାଳିଦେଇଥିଲେ ପତ୍ନୀ।

ପ୍ରେମିକ ପାଇଁ ସ୍ୱାମୀକୁ ରାତିରେ ପିଆଇଲା କ୍ଷୀର। ଯେଉଁ କ୍ଷୀରରେ ମିଶିଥିଲା ନିଶାପଦାର୍ଥ। ଆଉ ସ୍ୱାମୀ ଅଚେତ ହେବା ପରେ ପ୍ରେମିକ ସହ ମିଶି ଗଳା ଚିପି ହତ୍ୟା କରିଦେଲା। ଇଟାଓ୍ୱାରେ ପ୍ରପର୍ଟି ଡିଲର ଆନନ୍ଦ ଓରଫ ମେହେବୁବ ରାଜପୁତ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ପତ୍ନୀ ଆଶିକି ଦେବୀ ଓ ତାଙ୍କ ପ୍ରେମିକ ଶିବମ ରାଜପୁତକୁ ପୁଲିସ ଗିରଫ କରିଛି। ଜୁଲାଇ ୧୨ ବିଳମ୍ୱିତ ରାତିର ଘଟଣା। ସିଭିଲ ଲାଇନ ଥାନା ଅନ୍ତର୍ଗତ ତୋଡ଼ା ଗାଁରେ ଜଣେ ପ୍ରପର୍ଟି ଡିଲର ଆନନ୍ଦଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁର ସୂଚନା ମିଳିଥିଲା ପୁଲିସକୁ। ଶବ ଜବତ କରି ପୁଲିସ ପୋଷ୍ଟମର୍ଟମ ଲାଗି ପଠାଇଥିଲା। ଆଉ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପୁରା ମାମଲାର ମୋଡ଼ ବଦଳିଗଲା। ପୁଲିସ ଯାଞ୍ଚରେ ମୃତକଙ୍କ ପତ୍ନୀ ଓ ଶିବମ ରାଜପୁତ ଭିତରେ ପ୍ରେମସମ୍ପର୍କ ଥିବା କଥା ସାମ୍ନାକୁ ଆସିଲା। ପୁଲିସ ଦୁହିଁଙ୍କର ମୋବାଇଲ ଫୋନ୍, କଲ ଡିଟେଲ୍ସ ଓ ଅନ୍ୟ ସାକ୍ଷୀ ଏହା ପରେ ସନ୍ଦେହ ଆଧାରରେ ପତ୍ନୀ ଆଶିକୀ ଦେବୀଙ୍କୁ ହେପାଜତକୁ ନେଇଥିଲା। ଆଉ ଆରମ୍ଭରୁ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ସତ୍ତ୍ୱେ ଜେରାରେ ସବୁ ସତ ଓଗାଳିଦେଇଥିଲେ ପତ୍ନୀ। ପଡ଼ୋଶୀରେ ରହୁଥିବା ଶିବମ ସହ ତାଙ୍କର ପ୍ରେମସମ୍ପର୍କ ଥିଲା। ଆନନ୍ଦ ଏ ସମ୍ପର୍କକୁ ଲଗାତାର ବିରୋଧ କରୁଥିଲେ। ସେଥିଲାଗି ଆନନ୍ଦକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ କରିଥିଲେ ଯୋଜନା।
