President Appeal Celebrities:ସେଲିବ୍ରିଟିଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ : କ୍ଷତିକାରକ ସାମଗ୍ରୀର ପ୍ରଚାର କରନି
"ସଚ୍ଚା ଷ୍ଟାର ସିଏ , ଯିଏ ଆଲୋକ ବିଛାଏ" - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ସମାଜ ଉପରେ ନିଜର ପ୍ରଭାବ ବିଷୟରେ ଭାବିଚିନ୍ତି ,ପାନମସଲା ପରି କ୍ଷତିକାରକ ସାମଗ୍ରୀର ପ୍ରଚାର ନକରିବାପାଇଁ ସିନେତାରକାଙ୍କୁ ପରାମର୍ଶ ଦେଇଛନ୍ତି ଦ୍ରୌପଦୀ ମୁର୍ମୁ |
ସେହି ବ୍ୟକ୍ତି ହିଁ ପ୍ରକୃତ ଷ୍ଟାର, ଯିଏ ସମାଜରେ ଆଲୋକ ବିଛାଏ, ଅନ୍ଧକାର ନୁହେଁ!" - ଏହିକଥା ଦେଶର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ସେପ୍ଟେମ୍ବର ୨୨ ତାରିଖରେ ଗୁଜୁରାଟ ଠାରେ ଆୟୋଜିତ ହୋଇଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଞ୍ଚରେ କହିଛନ୍ତି | ସେ ଭାରତର ସିନେମା ଜଗତର କଳାକାରମାନଙ୍କୁ ସମ୍ବୋଧିତ କରି ମନେପକାଇ ଦେଇଥିଲେଯେ ,ଦେଶର କୋଟି କୋଟି ଯୁବପିଢ଼ି ଓ ଶିଶୁମାନେ ସେମାନଙ୍କୁ ଅନୁସରଣ କରୁଥିବାରୁ ନିଜର ଲୋକପ୍ରିୟତାକୁ ଦାୟିତ୍ୱବାନ ଭାବେ ବ୍ୟବହାର କରିବା ଉଚିତ୍।ଏହି କଡା ଚେତାବନୀ ପାନ ମସଲା ଏବଂ କ୍ଷତିକାରକ ଦ୍ରବ୍ୟର ବିଜ୍ଞାପନ କରୁଥିବା ତାରକାମାନଙ୍କୁ ସମାଲୋଚନା କରି ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି |ଏହି ଚେତାବନୀ ଏପରି ସମୟରେ ଆସିଛି, ଯେତେବେଳେ ମହାରାଷ୍ଟ୍ର ଏଫଡିଏ କମିଶନର ତୁକାରାମ ମୁଣ୍ଡେ ପାନ ମସଲା ବିଜ୍ଞାପନରେ କାର୍ଯ୍ୟ କରିବା ପାଇଁ ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍ ଜାରିକରିବା କଥା ଜୋର ଚର୍ଚ୍ଚା ଧରିଛି ।
ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଗୁଜରାଟର ଏକତା ନଗରଠାରେ ଆୟୋଜିତ ଏହି ଫିଲ୍ମ ପୁରାସ୍କାରର ଆକର୍ଷଣୀୟ ଉତ୍ସବରେ ଭାରତୀୟ ସିନେମାର ଅନେକ ପ୍ରତିଭାସମ୍ପନ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇଥିଲା |ସମାରୋହରେ ଶ୍ରେଷ୍ଠ ଅଭିନେତା ଭାବେ କାର୍ତ୍ତିକ ଆର୍ୟନ ଓ ମାଲାୟାଲମ ସୁପରଷ୍ଟାର ମମ୍ମୁଟିଙ୍କୁ ଯୁଗ୍ମ ଭାବେ ସମ୍ମାନିତ କରାଯାଇଛି। ସେହିପରି 'ଆର୍ଟିକିଲ୍ ୩୭୦' ଫିଲ୍ମ ପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ରାଷ୍ଟ୍ରପତିଙ୍କ ସିଧାସଳଖ ଚେତାବନୀ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
