ପ୍ରୟାଗରାଜରେ ଟ୍ରିପଲ ମର୍ଡର- ମୂକବଧିରଙ୍କୁ ମାରିଥିଲା ମୂକବଧିର
ଅଭିଯୁକ୍ତର ଦୁଇ ଝିଅ ଅଛନ୍ତି। ନିଜ ପତ୍ନୀଙ୍କ ସହ ଅନେକ ଲୋକଙ୍କର ଅବୈଧ ସମ୍ପର୍କ ଥିବା ତାହାର ସନ୍ଦେହ ଥିଲା। ବୁଝାଇବା ସତ୍ତ୍ୱେ ପତ୍ନୀ ମାନିଲେନି। ଆଉ ଶାହାଗଞ୍ଜର ଜଣେ ଯୁବକ ସହ ସମ୍ପର୍କରେ ଥିଲେ। ଅଗଷ୍ଟ ୩ରେ କାହାରିକୁ କିଛି ନକହି ପତ୍ନୀ ଶାହଗଞ୍ଜ ପହଞ୍ଚିଥିଲେ। ଶାହଗଞ୍ଜରେ ପହଞ୍ଚି ଭିଡ଼ିଓ କଲରେ ନିଜର ଉପସ୍ଥିତିକୁ ଦେଖାଇଥିଲେ। ଏଥିରେ ରାଗି ଅଭିଯୁକ୍ତ ରାତିରେ ଘରେ ପଶିଥିଲା।

ପ୍ରୟାଗରାଜରେ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ସମେତ ୩ଜଣଙ୍କୁ ମର୍ଡର ମାମଲାର ରହସ୍ୟ ଖୋଲିଛି ପୁଲିସ। ଗଲା ସୋମବାର ବିଳମ୍ୱିତ ରାତିରେ ଘଟିଥିଲା ଏହି ଟ୍ରିପଲ ମର୍ଡର। ଶାହଗଞ୍ଜ ଏରିଆରେ ୩ ଜଣ ମୂକ ବଧିରଙ୍କ ହତ୍ୟାକାଣ୍ଡ ପଛରେ ଅଭିଯୁକ୍ତ ବି ମୂକବଧିର ବାହାରିଲା। ଯାହାକୁ ପୁଲିସ ହାଫ୍ ଏନକାଉଣ୍ଟର କରିଛି। ଆଉ ଗିରଫ ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଛି। ଅବୈଧ ସମ୍ୱନ୍ଧର ସନ୍ଦେହରୁ ଅଗଷ୍ଟ ୩ ରାତିରେ ଛୋଟ ଗ୍ୟାସ୍ ସିଲିଣ୍ଡରରେ ପିଟି ୩ ଜଣଙ୍କୁ ମାରିଦେଇଥିଲା। ପୁଲିସ ସିସିଟିଭି ଫୁଟେଜ ଆଧାରରେ ପ୍ରମାଣ ପାଇଥିଲା। ଅଭିଯୁକ୍ତ ମୁକବଧିର ବାରାଣସୀର। ଅଭିଯୁକ୍ତ ଆକାଶ କୁମତ ପୁଲିସକୁ ଠାରରେ ବା ସାଙ୍କେତିକ ଭାଷାରେ କେମିତି ମର୍ଡର କଲା ଓ କଅଣ ପାଇଁ, ତାକୁ ଦର୍ଶାଇଛି। ଅଭିଯୁକ୍ତର ଦୁଇ ଝିଅ ଅଛନ୍ତି। ନିଜ ପତ୍ନୀଙ୍କ ସହ ଅନେକ ଲୋକଙ୍କର ଅବୈଧ ସମ୍ପର୍କ ଥିବା ତାହାର ସନ୍ଦେହ ଥିଲା। ବୁଝାଇବା ସତ୍ତ୍ୱେ ପତ୍ନୀ ମାନିଲେନି। ଆଉ ଶାହାଗଞ୍ଜର ଜଣେ ଯୁବକ ସହ ସମ୍ପର୍କରେ ଥିଲେ। ଅଗଷ୍ଟ ୩ରେ କାହାରିକୁ କିଛି ନକହି ପତ୍ନୀ ଶାହଗଞ୍ଜ ପହଞ୍ଚିଥିଲେ। ଶାହଗଞ୍ଜରେ ପହଞ୍ଚି ଭିଡ଼ିଓ କଲରେ ନିଜର ଉପସ୍ଥିତିକୁ ଦେଖାଇଥିଲେ। ଏଥିରେ ରାଗି ଅଭିଯୁକ୍ତ ରାତିରେ ଘରେ ପଶିଥିଲା। ସମସ୍ତେ ଆଗ ମିଶି ନନଭେଜ୍ ଖାଇଥିଲେ ଓ ମଦ ପିଇଲେ। ଏହା ପରେ ପତ୍ନୀଙ୍କୁ ନିଜ ସାଙ୍ଗରେ ଯିବାକୁ ସେ କହିଥିଲେ। ହେଲେ ସେ ମନା କରିଦେଲେ। ଆଉ ଏଥିରେ ହିତାହିତ ଜ୍ଞାନ ଭୁଲିଯାଇ ଖାଇବା ତିଆରି ଛୋଟ ସିଲିଣ୍ଡରରେ ପତ୍ନୀର ମୁଣ୍ଡକୁ ପିଟିଥିଲା। ବଞ୍ଚାଇବା ଲାଗି ଘରେ ଥିବା ମୂକବଧିର ଦମ୍ପତ୍ତି ଆଗକୁ ଆସିବାରୁ ସେମାନଙ୍କୁ ବି ଆକ୍ରମଣ କରି ମାରିଦେଲା। ହତ୍ୟାର ଶୀକାର ହୋଇଥିବା ମୂକବଧିର ଯୁବକ ସହ ତାଙ୍କ ପତ୍ନୀର ଅବୈଧ ସମ୍ପର୍କ ଥିବା କଥା ସନ୍ଦେହ କରୁଥିଲା ଆକାଶ ତେବେ ପୁରା ପ୍ରକରଣର ରହସ୍ୟ ଖୋଜିବା ଓ ପୁରା କଥାକୁ ବୁଝିବାକୁ ପୁଲିସ ମୂକବଧିର ବିଶେଷଜ୍ଞଙ୍କ ସହଯୋଗ ନେଇଛି। ସମସ୍ତ ମୃତକ କବାଡ଼ିଆ ଥିଲେ। କବାଡ଼ି ସାମଗ୍ରୀ ବିକି ଗୁଜୁରାଣ ମେଣ୍ଟାଉଥିଲେ। ସମସ୍ତଙ୍କ ଶବ ଭଡ଼ା ଘରୁ ରକ୍ତରଞ୍ଜିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ପରସ୍ପର ଭିତରେ ଝଗଡ଼ାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରୁଥିଲା ପୁଲିସ। ଘର ମାଲିକାଣୀଙ୍କ ପୁଅ ସମେତ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଥିଲା। ଶାହାଗଞ୍ଜ ଥାନା ଅନ୍ତର୍ଗତ ଗଢ଼ି କଳା ମହଲ୍ଲାରେ ସୁଶୀଳା ଦେବୀଙ୍କ ୩ ମହଲା କୋଠାର ଗ୍ରାଉଣ୍ଡରେ ଅଟୋଚାଳକଙ୍କ ପୁଅ ପଙ୍କଜଙ୍କ ସହ ରହୁଥିଲେ। ସୁଶୀଳାଙ୍କ ସ୍ୱାମୀଙ୍କ ପୂର୍ବରୁ ପରଲୋକ ହୋଇସାରିଛି। ବିଲଡିଂର ପ୍ରଥମ ମହଲାରେ ୩୫ ବର୍ଷୀୟ ଦିବ୍ୟାଙ୍ଗ ଯୁବକ ନିଜ ଦିବ୍ୟାଙ୍ଗ ୩୪ ବର୍ଷୀୟ ପତ୍ନୀଙ୍କ ସହ ରହୁଥିଲେ। ସେ ଅଲଗା ଅଲଗା ଜାଗାରେ ଅଳିଆ ସାମଗ୍ରୀ ଗୋଟାଇବା ଓ କବାଡ଼ି ସାମଗ୍ରୀ ବିକ୍ରି କରିବା କାମ କରୁଥିଲେ। ମାସିକ ୨ ହଜାର ଟଙ୍କା ଭଡ଼ାରେ ଘର ନେଇଥିଲେ। ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଘରକୁ ୪୫ ବର୍ଷୀୟା ମହିଳା ବି ଯିବାଆସିବା କରୁଥିଲେ। ସୁଶୀଳା ଦେବୀଙ୍କ କହିବା କଥା, ସେ ରାତି ୧୧ଟା ଯାଏ ଚେଇଁଥିଲେ। ଘରର ସିଡ଼ିରେ କବାଟ ଲାଗିନି। ସକାଳ ୬ଟାରେ ଉଠି ଦେଖନ୍ତି ତ ମୂକ ବ୍ୟକ୍ତିର ଦେଖା ମିଳିଲାନି। କାରଣ ସେ ଦୈନିକ ଭୋର୍ ୫ଟାରୁ ଅଳିଆ ସାମଗ୍ରୀ ଉଠାଇବାକୁ ଚାଲିଯାଏ। ୬ ମାସ ହେଲା ଦିବ୍ୟାଙ୍ଗ ଦମ୍ପତ୍ତି ତାଙ୍କ ଘରେ ଭଡ଼ାରେ ରହୁଥିଲେ। ସେମାନଙ୍କର କୌଣସି ଆଧାରକାର୍ଡ ନଥିଲା। ତାଙ୍କ ପୁଅ ପଙ୍କଜ ରାତିରେ ଘରେ ଶୋଇଥିଲା। ହେଲେ ପୁଲିସ ତାକୁ କାହିଁକି ନେଇଗଲା ବୋଲି ପଚାରିଥିଲେ ସୁଶୀଳା। ଯେଉଁ ମହିଳା ଜଣକ ଏମାନଙ୍କ ଘରକୁ ଆସନ୍ତି, ସେମାନଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୁଏ। ବଡ଼ କଥା ହେଲା। ସୁଶୀଳାଙ୍କ ଅନ୍ୟ ଦୁଇଟି ଘରେ ବି ଭଡ଼ାଟିଆ ରୁହନ୍ତି। ଏତେବଡ଼ ଘଟଣା ଘଟିଗଲା। କେହି ଏହାର ସାମାନ୍ୟ ସୁରାକ ବି ପାଇନଥିଲେ। ଜଣେ ଯୁବକ କହିଥିଲେ, ରାତିରେ ସିଲିଣ୍ଡର ପଡ଼ିବାର ଶବ୍ଦ ସେ ଶୁଣିଛନ୍ତି। ହେଲେ ନିଦ ହେତୁ ସେ ଏତେଟା ଧ୍ୟାନ ଦେଇନଥିଲେ। ପୁଲିସ ଅନୁସାରେ, ଅଭିଯୁକ୍ତର ମୋବାଇଲ ଫୋନରୁ ଘଟଣାସ୍ଥଳରେ ଫଟୋ ମିଳିଥିଲା। ଆଉ ଜେରା ପରେ ସେ ମାନିଗଲା। ତା ପାଖରୁ ୩୧୫ ବୋର୍ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ଦୁଇଟି ଖୋକା ଓ ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଘଟଣାସ୍ଥଳ ଯାଞ୍ଚ ବେଳେ ମୃତ ଦମ୍ପତ୍ତିଙ୍କ କୋଠରୀରୁ ଏକ ଡାଏରୀ ମିଳିଥିଲା। ଏଥିରେ ଅଭିଯୁକ୍ତର ଏକ ପାସପୋର୍ଟ ସାଇଜ ଫଟୋ ମିଳିଥିଲା। ଏହାକୁ ଦେଖି ତନାଘନା ଆଗେଇଥିଲାା। ଆଉ ସିସିଟିଭି ଫୁଟେଜରେ ବି ଅଭିଯୁକ୍ତ ରାତିରେ ଘରକୁ ଆସିଥିବା ଓ ବିଳମ୍ୱିତ ରାତିରେ ଘରୁ ବାହାରିବା ଦେଖିବାକୁ ମିଳିଥିଲା। ଏଥିରୁ ସନ୍ଦେହ ସତରେ ପରିଣତ ହୋଇଥିଲା।
