କିଏ ମାରିଲା ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ?
ମାସିକ ୨ ହଜାର ଟଙ୍କା ଭଡ଼ାରେ ଘର ନେଇଥିଲେ। ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଘରକୁ ୪୫ ବର୍ଷୀୟା ଜଣେ ମହିଳା ବି ଯିବାଆସିବା କରୁଥିଲେ। ଜୁଲାଇ ୩ ରାତିରେ ଏହି ୩ ଜଣଯାକ ଭଡ଼ା ଘରେ ଥିଲେ। ଗ୍ୟାସ ସିଲିଣ୍ଡର ବା କୌଣସି ଭାରି ବସ୍ତୁ ଦ୍ୱାରା ତାଙ୍କୁ ଆକ୍ରମଣ କରାଯାଇଛି। ଆଜି ସକାଳ ୬ଟାରେ ଘରେ ରକ୍ତ ଜୁଡୁବୁଡ଼ୁ ଶବ ଦେଖି ସ୍ତବ୍ଧ ହୋଇଯାଇଥିଲେ ସୁଶୀଳା।

ପ୍ରୟାଗରାଜରେ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ସମେତ ୩ଜଣଙ୍କୁ ମର୍ଡର ମାମଲାର ରହସ୍ୟ ଖୋଜୁଛି ପୁଲିସ। ସୋମବାର ବିଳମ୍ୱିତ ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡ ବାବଦରେ ଆଜି ସକାଳୁ ସମସ୍ତେ ଜାଣିବା ପରେ ପୁରା ଏରିଆରେ ହଇଚଇ ସୃଷ୍ଟି ହୋଇଛି। ମୃତକଙ୍କ ଭିତରେ ଦୁଇ ମହିଳା ଓ ଜଣେ ପୁରୁଷ। ସମସ୍ତ ମୃତକ କବାଡ଼ିଆ ଥିଲେ। କବାଡ଼ି ସାମଗ୍ରୀ ବିକି ଗୁଜୁରାଣ ମେଣ୍ଟାଉଥିଲେ। ତେବେ ମୃତକଙ୍କ ପରିଚୟ ଜଣାପଡ଼ିନି। ସମସ୍ତଙ୍କ ଶବ ଭଡ଼ା ଘରୁ ରକ୍ତରଞ୍ଜିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ପରସ୍ପର ଭିତରେ ଝଗଡ଼ାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରୁଛି ପୁଲିସ। ଘଟଣାରେ କୌଣସି ଚତୁର୍ଥ ବ୍ୟକ୍ତିର ସଂପୃକ୍ତି ନେଇ ଆଶଙ୍କା କରାଯାଉଛି। ସିସିଟିଭି ଫୁଟେଜକୁ ତନାଘନା କରୁଛି ପୁଲିସ। ଘର ମାଲିକାଣୀଙ୍କ ପୁଅ ସମେତ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ଶାହାଗଞ୍ଜ ଥାନା ଅନ୍ତର୍ଗତ ଗଢ଼ି କଳା ମହଲ୍ଲାରେ ସୁଶୀଳା ଦେବୀଙ୍କ ୩ ମହଲା କୋଠାର ଗ୍ରାଉଣ୍ଡରେ ଅଟୋଚାଳକଙ୍କ ପୁଅ ପଙ୍କଜଙ୍କ ସହ ରହୁଥିଲେ। ସୁଶୀଳାଙ୍କ ସ୍ୱାମୀଙ୍କ ପୂର୍ବରୁ ପରଲୋକ ହୋଇସାରିଛି। ବିଲଡିଂର ପ୍ରଥମ ମହଲାରେ ୩୫ ବର୍ଷୀୟ ଦିବ୍ୟାଙ୍ଗ ଯୁବକ ନିଜ ଦିବ୍ୟାଙ୍ଗ ୩୪ ବର୍ଷୀୟ ପତ୍ନୀଙ୍କ ସହ ରହୁଥିଲେ। ସେ ଅଲଗା ଅଲଗା ଜାଗାରେ ଅଳିଆ ସାମଗ୍ରୀ ଗୋଟାଇବା ଓ ବିକ୍ରି କରିବା କାମ କରୁଥିଲେ। ମାସିକ ୨ ହଜାର ଟଙ୍କା ଭଡ଼ାରେ ଘର ନେଇଥିଲେ। ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଘରକୁ ୪୫ ବର୍ଷୀୟା ଜଣେ ମହିଳା ବି ଯିବାଆସିବା କରୁଥିଲେ। ଜୁଲାଇ ୩ ରାତିରେ ଏହି ୩ ଜଣଯାକ ଭଡ଼ା ଘରେ ଥିଲେ। ଗ୍ୟାସ ସିଲିଣ୍ଡର ବା କୌଣସି ଭାରି ବସ୍ତୁ ଦ୍ୱାରା ତାଙ୍କୁ ଆକ୍ରମଣ କରାଯାଇଛି। ଆଜି ସକାଳ ୬ଟାରେ ଘରେ ରକ୍ତ ଜୁଡୁବୁଡ଼ୁ ଶବ ଦେଖି ସ୍ତବ୍ଧ ହୋଇଯାଇଥିଲେ ସୁଶୀଳା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି। ସୁଶୀଳା ଦେବୀଙ୍କ କହିବା କଥା, ସେ ରାତି ୧୧ଟା ଯାଏ ଚେଇଁଥିଲେ। ଘରର ସିଡ଼ିରେ କବାଟ ଲାଗିନି। ସକାଳ ୬ଟାରେ ଉଠି ଦେଖନ୍ତି ତ ମୂକ ବ୍ୟକ୍ତିର ଦେଖା ମିଳିଲାନି। କାରଣ ସେ ଦୈନିକ ଭୋର୍ ୫ଟାରୁ ଅଳିଆ ସାମଗ୍ରୀ ଉଠାଇବାକୁ ଚାଲିଯାଏ। ୬ ମାସ ହେଲା ଦିବ୍ୟାଙ୍ଗ ଦମ୍ପତ୍ତି ତାଙ୍କ ଘରେ ଭଡ଼ାରେ ରହୁଥିଲେ। ସେମାନଙ୍କର କୌଣସି ଆଧାରକାର୍ଡ ନଥିଲା। ତାଙ୍କ ପୁଅ ପଙ୍କଜ ରାତିରେ ଘରେ ଶୋଇଥିଲା। ହେଲେ ପୁଲିସ ତାକୁ କାହିଁକି ନେଇଗଲା ବୋଲି ପଚାରିଛନ୍ତି ସୁଶୀଳା। ଯେଉଁ ମହିଳା ଜଣକ ଏମାନଙ୍କ ଘରକୁ ଆସନ୍ତି, ସେମାନଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୁଏ। ବଡ଼ କଥା ହେଲା। ସୁଶୀଳାଙ୍କ ଅନ୍ୟ ଦୁଇଟି ଘରେ ବି ଭଡ଼ାଟିଆ ରୁହନ୍ତି। ଏତେବଡ଼ ଘଟଣା ଘଟିଗଲା। କେହି ଏହାର ସାମାନ୍ୟ ସୁରାକ ବି ପାଇଲେନି। ଜଣେ ଯୁବକ କହିଛି, ରାତିରେ ସିଲିଣ୍ଡର ପଡ଼ିବାର ଶବ୍ଦ ସେ ଶୁଣିଛନ୍ତି। ହେଲେ ନିଦ ହେତୁ ସେ ଏତେଟା ଧ୍ୟାନ ଦେଲେନି।
