ଭଉଣୀ ସହ ପ୍ରେମସମ୍ପର୍କରୁ- ମଦରେ ବିଷ ଦେଇ ୪ ଜଣଙ୍କୁ ମାରିଦେଲା ଭାଇ
ମଦ ପାର୍ଟି ବାହାନାରେ ଅଭିଯୁକ୍ତ ମଦରେ ବିଷ ମିଶାଇଥିଲା। କାରଣ ଅଭିଯୁକ୍ତର ଭଉଣୀ ସହ ମଦ ପିଇବାକୁ ବସିଥିବା ଜଣେ ଯୁବକ ସହ ପ୍ରେମସମ୍ପର୍କ ଥିଲା। ଏଥିରେ ସେ ବେଶ୍ କ୍ଷୁବ୍ଧ ଥିଲା। ଅଭିଯୁକ୍ତର ନାଁ ଲାଲି ସିଂ। ଲାଲିର ଭଉଣୀ ସହ ଜଣେ ଯୁବକର ପ୍ରେମସମ୍ପର୍କ ଥିଲା। ବାକି ୩ ଯୁବକ ଅଭିଯୁକ୍ତଙ୍କୁ ଏ କଥାରେ ଚିଡ଼ାଉଥିଲେ।

ବିଷାକ୍ତ ମଦ ପିଇ ୪ ଯୁବକଙ୍କ ମୃତ୍ୟୁ। ବିହାରରର ଅନୁମଣ୍ଡଳରେ ୪ ଯୁବକଙ୍କ ସନ୍ଦିଗ୍ଧ ମୃତ୍ୟୁରେ ଆଗ ଏ କଥା ସାମ୍ନାକୁ ଆସୁଥିଲା। ହେଲେ ଏହା ଯେମିତି ବାହାରକୁ ଦିଶୁଥିଲା, ସେମିତି ଘଟଣା ହୋଇନି। ଏହା ପୁରା ପ୍ରି-ପ୍ଲାନ୍ ମର୍ଡର ଥିଲା ବୋଲି ପୁଲିସ ଖୁଲାସା କରିଛି। ଷଡ଼ଯନ୍ତ୍ରକାରୀ ତଥା ହତ୍ୟାକାରୀ ଆଉ କେହି ନୁହେଁ। ଯିଏ ମଦର ଆୟୋଜନ କରୁଥିଲା, ସେ ହିଁ ବାହାରିଲା ମୁଖ୍ୟ ଖଳନାୟକ। ପଞ୍ଚମ ବ୍ୟକ୍ତି ହିଁ ସମସ୍ତଙ୍କ ମଦରେ ବିଷ ଦେଇ ସମସ୍ତଙ୍କୁ ମାରିଦେଲା। ଆଉ ଏଭଳି କରିବା ପଛରେ ଲୁଚିଥିଲା ପ୍ରେମପ୍ରସଙ୍ଗ। ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି। ଏବେ ଆସନ୍ତୁ ନଜର ପକାଇବା ପୁରା ଘଟଣାକ୍ରମ ଉପରେ। ବିହାରର ବାଢ଼ ଅନୁମଣ୍ଡଳର ବେଢ଼ନା ଗାଁର ସୈଦପୁର ବସ୍ତିରେ ୩ ଦିନ ତଳେ ଆଗ ୪ ଯୁବକଙ୍କ ମୃତ୍ୟୁ ସନ୍ଦିଗ୍ଧ ଅବସ୍ଥାରେ ଘଟିଥିଲା। ମଦ ପାର୍ଟି ବାହାନାରେ ଅଭିଯୁକ୍ତ ମଦରେ ବିଷ ମିଶାଇଥିଲା। କାରଣ ଅଭିଯୁକ୍ତର ଭଉଣୀ ସହ ମଦ ପିଇବାକୁ ବସିଥିବା ଜଣେ ଯୁବକ ସହ ପ୍ରେମସମ୍ପର୍କ ଥିଲା। ଏଥିରେ ସେ ବେଶ୍ କ୍ଷୁବ୍ଧ ଥିଲା। ଅଭିଯୁକ୍ତର ନାଁ ଲାଲି ସିଂ। ଲାଲିର ଭଉଣୀ ସହ ଜଣେ ଯୁବକର ପ୍ରେମସମ୍ପର୍କ ଥିଲା। ବାକି ୩ ଯୁବକ ଅଭିଯୁକ୍ତଙ୍କୁ ଏ କଥାରେ ଚିଡ଼ାଉଥିଲେ। ଏଥିରେ ରାଗି ଏମାନଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା ଲାଲି। ସମସ୍ତଙ୍କ ସହ ମଦ ପିଇବାକୁ ବସିଥିଲା ସତ। ହେଲେ ମଦରେ ବିଷ ମିଶାଇଥିବା କଥା କେହି ଜାଣିନଥିଲେ। ବିଷାକ୍ତ ମଦ ପିଇବାରୁ ଜଣକ ପରେ ଜଣଙ୍କ ଅବସ୍ଥା ବିଗିଡ଼ିଥିଲା। ଆଉ ସମସ୍ତଙ୍କର ମୃତ୍ୟୁ ହୋଇଗଲା। ମୃତକ ହେଲେ ଶଶି କୁମାର, ନିଶୁ କୁମାର, ବିକାଶ ରାମ ଓ ପଙ୍କଜ ସିଂ। ଶ୍ରାବଣ ମାସ ସରିବା ପରେ ୪ ଯୁବକ ନନଭେଜ୍ ପାର୍ଟି ଲାଗି ଏକାଠି ହୋଇଥିଲେ। ଲାଲି ହାତରେ ମଦ ମଗାଇଥିଲେ। ମଦରେ କେଉଁ ଟାଇପର ବିଷ ମିଶାଯାଇଛି, ଫରେନସିକ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।
