POCSO Act : ଅନଲାଇନ୍ ବନ୍ଧୁତା ଏବେ POCSO କେସ୍, ଯୁବକ ଗିରଫ
ଯୁବକଙ୍କ ସହ ଇନଷ୍ଟାଗ୍ରାମ ଚାଟ୍ ପରେ ସାମ୍ନାସାମ୍ନି ଭେଟ ହେବାକୁ ଭାବିଥିଲେ ଜଣେ ୧୬ ବର୍ଷୀୟା ଦ୍ୱାଦଶ ଶ୍ରେଣୀ ଛାତ୍ରୀ | ହେଲେ ଉଦ୍ଦେଶ୍ୟ ଅଲଗା ଥିଲା ୧୯ ବର୍ଷୀୟ ଇଲେକ୍ଟ୍ରିସିଆନ୍ଙ୍କର ,ଏକ ନିର୍ଜନ ସ୍ଥାନକୁ ନେଇ ଯୌନ ନିର୍ଯାତନା କରିଥିଲେ ନାବାଳିକା ଛାତ୍ରୀଙ୍କୁ | ଅଭିଯୋଗ ପରେ ସୁପରଫାଷ୍ଟ ଆକ୍ସନ ନେଇଥିଲା ତାମିଲନାଡୁୁ ପୋଲିସ | ମାତ୍ର ଘଣ୍ଟାକରେ ଅଭିଯୁକ୍ତ ଗିରଫ |
ଚେନ୍ନାଇ: ଅନଲାଇନ୍ ପରିଚୟରୁ ଆରମ୍ଭ, ଏବେ POCSO ମାମଲା। ଜଣେ ୧୬ ବର୍ଷୀୟା ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ୧୯ ବର୍ଷୀୟ ଇଲେକ୍ଟ୍ରିସିଆନ୍ ମୁଥୁସାମୀଙ୍କୁ ଗିରଫ କରାଯାଇଛି। ପୁଲିସର ସୂଚନା ଅନୁସାରେ, ମୁଥୁସାମୀ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ୧୬ ବର୍ଷୀୟା ଛାତ୍ରୀଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ଜରିଆରେ ପ୍ରାୟ ଏକ ମାସ ଧରି କଥାବାର୍ତା ଚାଲିଥିଲା । ଗୁରୁବାର ସନ୍ଧ୍ୟାରେ ଦୁହେଁ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ଭେଟିଥିଲେ |ଛାତ୍ରୀଙ୍କ ଅଭିଯୋଗ ଅନୁସାରେ,ଏହା ପରେ ମୁଥୁସାମୀ ଛାତ୍ରୀଙ୍କୁ ନିଜ ମୋଟରସାଇକେଲ୍ରେ ସୋମଙ୍ଗଳମ୍ ଜଙ୍ଗଲ ଅଞ୍ଚଳର ଏକ ନିର୍ଜନ ସ୍ଥାନକୁ ନେଇ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପରେ ତାଙ୍କୁ ଘର ନିକଟରେ ଛାଡ଼ି ମୁଥୁସାମୀ ଚାଲିଯାଇଥିଲେ | ପରେ ପରିବାର ତାଙ୍କୁ ଚିକିତ୍ସା ପାଇଁ ତାମ୍ବାରମ୍ ଜିଲ୍ଲା ସରକାରୀ ଡାକ୍ତରଖାନା ନେଇଥିଲେ।
ଶୁକ୍ରବାର ସକାଳ ପ୍ରାୟ ୯ଟାରେ ଛାତ୍ରୀଙ୍କ ପରିବାର ଗୁଡୁଭାଞ୍ଚେରୀ ମହିଳା ପୋଲିସ ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗ ପାଇବାର ପ୍ରାୟ ଘଣ୍ଟାକ ମଧ୍ୟରେ ପୁଲିସ ମାମଲା ରୁଜୁ କରି ପ୍ରାୟ ସକାଳ ୧୦ଟାରେ ମୁଥୁସାମୀଙ୍କୁ ଗିରଫ କରିଥିଲା | ପୁଲିସ ପଚରାଉଚରା ପରେ ମୁଥୁସାମୀଙ୍କୁ କୋର୍ଟରେ ହାଜର କରିଥିଲା। ତାଙ୍କ ବିରୋଧରେ POCSO ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି ଏବଂ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ମାମଲାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ଏବେ ତଦନ୍ତକାରୀଙ୍କ ନଜର ରହିଛି ଅଭିଯୁକ୍ତ ଓ ନାବାଳିକାଙ୍କ ମଧ୍ୟରେ ହୋଇଥିବା ଅନଲାଇନ୍ ଯୋଗାଯୋଗ, ସେମାନଙ୍କ ଭେଟିବା ଏବଂ ଅଭିଯୋଗର ସମସ୍ତ ପରିସ୍ଥିତି ଉପରେ
