ପିକେଙ୍କ ପତ୍ନୀ ଶହେ କୋଟିର ମାଲିକ..
୨ ବର୍ଷ ତଳେ ପତ୍ନୀଙ୍କୁ ପ୍ରଥମ ଥର ଲୋକଙ୍କ ସହ ପରିଚୟ କରାଇଥିଲେ ପିକେ। ସେ ହିଁ ତାଙ୍କ ସଫଳତାର ମୁଖ୍ୟ ଆଧାର ବୋଲି କହିଥିଲେ। ବିହାରର ଏକ ସ୍ୱାସ୍ଥ୍ୟ ସମ୍ମିଳନୀରେ ସାମିଲ ଅବସରରେ ଜାହ୍ନବୀଙ୍କ ସହ ତାଙ୍କର ଭେଟ ହୋଇଥିଲା। ଜାହ୍ନବୀ ପେଶାରେ ଡାକ୍ତର ଓ ସେ ଆସାମର ଝିଅ।

ବିହାର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ଭାବେ ପ୍ରଶାନ୍ତ କିଶୋର ଓରଫ ପିକେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ହେଉଛି ନିର୍ବାଚନୀ ମୈଦାନରେ ପ୍ରଶାନ୍ତଙ୍କ ପ୍ରତ୍ୟକ୍ଷ ଡେବ୍ୟୁ। ସୋସିଆଲ ମିଡିଆରୁ ନେଇ ସଡ଼କ ଯାଏ। ବାଙ୍କିପୁର ଉପନିର୍ବାଚନର ଚର୍ଚ୍ଚା ଯେତିକି। ନାମାଙ୍କନ ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ପିକେଙ୍କ ସମ୍ପତ୍ତି ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେତିକି ଚର୍ଚ୍ଚା। ଅନେକ କଥା ସାମ୍ନାକୁ ଆସିଛି। ଜନସୁରାଜ ଦଳର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ପତ୍ନୀ ଡାକ୍ତର ଜାହ୍ନବୀ ଦାସ କୋଟିପତି। ସତ୍ୟପାଠ ଅନୁସାରେ ଜାହ୍ନବୀଙ୍କ ପାଖରେ ୧୦୧.୯୩ କୋଟି ଟଙ୍କାର ସମ୍ପତ୍ତି ଅଛି। ଯାହା ପିକେଙ୍କ ସମ୍ପତ୍ତିରୁ ବି ଅଧିକ। ପିକେଙ୍କ ପାଖରେ ୯୬.୦୬ କୋଟିର ସମ୍ପତ୍ତି ଅଛି। ଦୁହିଁଙ୍କ ମୋଟ୍ ସମ୍ପତ୍ତି ୧୯୮ କୋଟି। ପିକେଙ୍କ ସବୁଠୁ ବଡ଼ ସମ୍ପତ୍ତି ତାଙ୍କ କମ୍ପାନୀ vedhas ventures private limited ରେ ଶତପ୍ରତିଶତ ଅଂଶଧନ ଅଛି। ଏହି ଅଂଶଧନର ଦାମ ପ୍ରାୟ ୯୫.୨୬ କୋଟି। ଏହା ବ୍ୟତୀତ ତାଙ୍କ ପାଖରେ ୭.୩୬ କୋଟିରୁ ଅଧିକ ବ୍ୟାଙ୍କ ଏଫଡି ଓ ଅନ୍ୟାନ୍ୟ ନିବେଶ ବି ଅଛି। ଏହି ଦମ୍ପତ୍ତିଙ୍କ ନାଁରେ ବିହାର, ଦିଲ୍ଲୀ ଓ ଗାଜିଆବାଦରେ ସମ୍ପତ୍ତି ଅଛି। ଏଥିରେ ପ୍ଲଟ, ଫ୍ଲାଟ ଓ ଅନ୍ୟ ରିଅଲ ଇଷ୍ଟେଟ୍ ନିବେଶ ବି ସାମିଲ। ପ୍ରଶାନ୍ତଙ୍କ ବିରୁଦ୍ଧରେ ୮ଟି କ୍ରିମିନାଲ କେସ୍ ଅଛି। ହେଲେ କୌଣସି ମାମଲାରେ ଏବେ ଯାଏ ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ୨ ବର୍ଷ ତଳେ ପତ୍ନୀଙ୍କୁ ପ୍ରଥମ ଥର ଲୋକଙ୍କ ସହ ପରିଚୟ କରାଇଥିଲେ ପିକେ। ସେ ହିଁ ତାଙ୍କ ସଫଳତାର ମୁଖ୍ୟ ଆଧାର ବୋଲି କହିଥିଲେ। ବିହାରର ଏକ ସ୍ୱାସ୍ଥ୍ୟ ସମ୍ମିଳନୀରେ ସାମିଲ ଅବସରରେ ଜାହ୍ନବୀଙ୍କ ସହ ତାଙ୍କର ଭେଟ ହୋଇଥିଲା। ଜାହ୍ନବୀ ପେଶାରେ ଡାକ୍ତର ଓ ସେ ଆସାମର ଝିଅ। ଆଗ ବନ୍ଧୁତାରୁ ପ୍ରେମ ଓ ପରେ ବିବାହ କରିଥିଲେ। ଦୁହିଁଙ୍କର ଗୋଟିଏ ପୁଅ ଅଛି। ଜାହ୍ନବୀ ଏବେ ଡାକ୍ତରୀ ପେଶା ଛାଡ଼ି ବିହାରରେ ପୁଅ ସହ ରହୁଛନ୍ତି। ଯେତେବେଳେ ୨ ବର୍ଷ ଘର ଛାଡ଼ି ପିକେ ବାହାରେ କାମ କରୁଥିଲେ। ସେତେବେଳେ ପୁରା ପରିବାରର ଧ୍ୟାନ ରଖିଥିଲେ ଜାହ୍ନବୀ।
