ସଂସଦରେ ହଙ୍ଗାମା..ଶାହଙ୍କ ଜବାବ ଦାବିରେ ବିରୋଧୀଙ୍କ ଜିଦ୍
ନୂଆ ବିଧେୟକକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ। ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ୱରରେ ଇଣ୍ଡିଆ ବ୍ଲକର ବୈଠକ ବସିଥିଲା। ସଂସଦ ଆରମ୍ଭରୁ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ।ଛାତ୍ରଙ୍କ ଉପରେ ପେଲେଟ ଗନ୍ ଚଳାଇବା ମାମଲାରେ ଜବାବ ମାଗୁଛନ୍ତି ବିରୋଧୀ। ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ଏ ନେଇ ଜବାବ ଦିଅନ୍ତୁ

ପେପର ଲିକକୁ ରୋକିବାକୁ ମୋଦି ସରକାର ଆଜି ସଂସଦରେ ପବ୍ଲିକ ଏକଜାମିନେସନ ସଂଶୋଧନ ବିଲ୍ ଆଗତ କରିବେ। ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ବିଲ୍ ଆଗତ କରିବେ। ଏହି ବିଲ୍ ଜରିଆରେ ପେପରଲିକ ମାଫିଆଙ୍କୁ ସାବାଡ଼ କରିବାକୁ ବଡ଼ ପଦକ୍ଷେପ ନିଆଯିବ। ନୂଆ ବିଲ୍ ଆଇନରେ ପରିଣତ ହେବା ପରେ ୧୦ ବର୍ଷ ଯାଏ ଜେଲ୍, ୧୦ କୋଟି ଟଙ୍କାର ଜରିମାନା ଲାଗିବ। ଏହା ସହ ଯଦି ସର୍ଭିସ ପ୍ରୋଭାଇଡର କମ୍ପାନୀ ଦୋଷୀସାବ୍ୟସ୍ତ ହୁଏ। ସେମାନଙ୍କୁ ୮ ବର୍ଷ ଲାଗି କଳାତାଲିକାଭୁକ୍ତ କରାଯିବ। କମ୍ପାନୀର ନିର୍ଦେଶକ, ମ୍ୟାନେଜର ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ ଓ ୧୦ କୋଟିର ଜରିମାନା ଦଣ୍ଡ ଦିଆଯିବ। ଯଦି କୋଚିଂ ସଂସ୍ଥା ପେପରଲିକରେ ସାମିଲ ହୁଅନ୍ତି, ସେମାନଙ୍କ ସମ୍ପତ୍ତି ସିଜ୍ କରାଯିବ। ପବ୍ଲିକ ଏକଜାମିନେସନ ସଂଶୋଧନ ବିଲର ଉଦ୍ଦେଶ୍ୟ ହେଉଛି, ପରୀକ୍ଷାରେ ପାରଦର୍ଶିତା, ନିରପେକ୍ଷତା ଓ ବିଶ୍ୱସନୀୟତାକୁ ମଝବୁତ୍ କରିବା। ଗୋଟିଏ ପକ୍ଷରେ ସରକାର ପେପର ଲିକ ବିରୁଦ୍ଧରେ ସଂସଦରେ କଡ଼ା ଆଇନ ଆଣିବାକୁ ଯାଉଥିଲା ବେଳେ ସେପଟେ ପ୍ରଧାନମନ୍ତ୍ରୀ ଆଉ ଥରେ ଭିଡ଼ିଓ ସନ୍ଦେଶ ଜାରି କରି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିବାକୁ ଘୋଷଣା କରିସାରିଛନ୍ତି। ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ୬ ସଦସ୍ୟ ବିଶିଷ୍ଟ ଏହି କମିଟି ପେପରଲିକ ରୋକିବାକୁ ସରକାରଙ୍କୁ ପ୍ରସ୍ତାବ ଦେବେ। ପରୀକ୍ଷାରେ ପାରଦର୍ଶିତା ଆଣିବାକୁ ଉପାୟ ବି ବତାଇବେ। ପିଏମ୍ ମୋଦି କହିସାରିଛନ୍ତି, ସେ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିଛନ୍ତି। ତେବେ ନୂଆ ବିଧେୟକକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ। ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ୱରରେ ଇଣ୍ଡିଆ ବ୍ଲକର ବୈଠକ ବସିଥିଲା। ସଂସଦ ଆରମ୍ଭରୁ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାର ଗୃହ କାର୍ଯ୍ୟକୁ ୧୨ଟା ଯାଏ ମୁଲତବୀ କରିଦିଆଯାଇଛି। ସଂସଦ ଚାଲ ଅଭିଯାନ ବେଳେ ଛାତ୍ରଙ୍କୁ ପୁଲିସର ମାଡ଼ ଘଟଣା ଓ ଛାତ୍ରଙ୍କ ଉପରେ ପେଲେଟ ଗନ୍ ଚଳାଇବା ମାମଲାରେ ଜବାବ ମାଗୁଛନ୍ତି ବିରୋଧୀ। ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ଏ ନେଇ ଜବାବ ଦିଅନ୍ତୁ ବୋଲି ଅଡ଼ି ବସିଛନ୍ତି। ବିହାର ଓ ବଙ୍ଗଳାରେ ଛାତ୍ରଙ୍କ ବିରୁଦ୍ଧରେ ଏତଲା ହୋଇଛି। ହକ୍ ଲାଗି ଆନ୍ଦୋଳନ କରି ପୁଲିସର ବର୍ବରତାର ଶୀକାର ହୋଇ ପାଲଟା ମାମଲା ଖାଇବା କେତେଦୂର ଗ୍ରହଣୀୟ ବୋଲି ପଚାରିଛନ୍ତି ବିରୋଧୀ।
