Oupada Allegation:ଗୋମାଂସ ଅଭିଯୋଗକୁ ନେଇ ତାତିଲା ମହାଲିଆ ସାହି, ପୋଲିସର ତଦନ୍ତ
ବାଲେଶ୍ୱର ଔପଦାର ମହାଲିଆ ସାହିରେ ଗୋମାଂସ ରଖିଥିବା ଅଭିଯୋଗକୁ ନେଇ ଉତ୍ତେଜନା । ଘଟଣାରେ ୩ ଜଣଙ୍କୁ ଅଟକ ରଖି ଔପଦା ପୋଲିସର ତଦନ୍ତ ଜାରି ।
S
By Swarna Prava GiriPublished: Oct 2, 2026, 06:09 PM •1 min read •8 Views
ମାଂସକୁ ନେଇ ମହାଲିଆ ସାହିରେ ଉତ୍ତେଜନା | ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଗଡ଼ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହାଲିଆ ସାହିରେ ଗୋମାଂସ ରଖିଥିବା ଅଭିଯୋଗକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି | ଏହି ଘଟଣାରେ ଔପଦା ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି | ସୂଚନା ଅନୁସାରେ, ମହାଲିଆ ସାହିରେ ଗୋମାଂସ ରଖାଯାଇଥିବା ନେଇ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା | ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା | ଖବର ପାଇ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି, ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଅଭିଯୋଗ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି | ଜବତ ହୋଇଥିବା ମାଂସ ପ୍ରକୃତରେ ଗୋମାଂସ କି ନୁହେଁ,ଏହା କେଉଁଠାରୁ ଆସିଥିଲା ଏବଂ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି | ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ କୁହାଯାଇଛି |
Comments0
Leave a Reply
Loading comments...
