Odisha Police Association: ଅନେକ ଦାବି ନେଇ ପୁଲିସ ଅଫିସର ସଂଘର ଶାନ୍ତିପୂର୍ଣ୍ଣ ପ୍ରତିବାଦ
ସ୍ୱାସ୍ଥ୍ୟ ବୀମା ଏବଂ ସାପ୍ତାହିକ ଛୁଟି ଦାବି ନେଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରିରଖିଛି ଓଡ଼ିଶା ପୋଲିସ୍ ଆସୋସିଏସନ୍ | ତେବେ ସରକାରଙ୍କ ତରଫରୁ ଲିଖିତ ପ୍ରତିଶୃତି ନମିଳିଲେ ଆଗାମୀ ଦିନରେ କଳା ବ୍ୟାଜ୍ ପିନ୍ଧି ଆନ୍ଦୋଳନ ଜାରିରହିବ |

ଭୁବନେଶ୍ୱର: ସମସ୍ତ ପୁଲିସ କର୍ମଚାରୀ ଏବଂ ସେମାନଙ୍କ ନିର୍ଭରଶୀଳ ପରିବାରବର୍ଗଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା (Health Insurance) ସୁବିଧା ବିସ୍ତାର କରିବା ଏବଂ ସାପ୍ତାହିକ ଛୁଟି (Weekly Off) ପ୍ରଦାନ କରିବା ଦାବିରେ ଓଡ଼ିଶା ପୋଲିସ୍ ଆସୋସିଏସନ୍ (OPA) ପକ୍ଷରୁ ଏକ ଅଭିନବ ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି। ସରକାର ଏପର୍ଯ୍ୟନ୍ତ ଏହି ମୌଳିକ ଦାବିଗୁଡ଼ିକ ସମ୍ପର୍କରେ କୌଣସି ଲିଖିତ ପ୍ରତିଶୃତି ପ୍ରଦାନ କରିନଥିବାରୁ ଆସୋସିଏସନ୍ ଗଭୀର ଅସନ୍ତୋଷ ପ୍ରକାଶ କରିଛି। ଗାନ୍ଧୀ ଜୟନ୍ତୀ ଅବସର ରୁ ଆରମ୍ଭ ହୋଇଥିଲା ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ। ଓଡ଼ିଶା ପୁଲିସ ଆସୋସିଏସନର ସମସ୍ତ ସଦସ୍ୟ ଏବଂ ପୁଲିସ କର୍ମଚାରୀମାନେ ମାତ୍ର ୧ ମିନିଟ୍ ପାଇଁ ନିଜର ମୋବାଇଲ୍ ଫୋନ୍ ବନ୍ଦ ରଖି ଏକ ଶାନ୍ତିପୂର୍ଣ୍ଣ ପ୍ରତୀକାତ୍ମକ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଆସୋସିଏସନର ସଭାପତି ଇନ୍ସପେକ୍ଟର ଅସିତ ରଞ୍ଜନ ଜେନା, ସମ୍ପାଦକ ଇନ୍ସପେକ୍ଟର ବିକାଶ ରଞ୍ଜନ ପଲେଇ ଏବଂ ସମସ୍ତ ସି.ଇ.ସି. (CEC) ସଦସ୍ୟମାନଙ୍କ ତରଫରୁ ଚେତାବନୀ ଦିଆଯାଇଛି ଯେ,| ଯଦି ସରକାର ଶୀଘ୍ର ଏହି ଦାବିଗୁଡ଼ିକୁ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ କଳା ବ୍ୟାଜ୍ (Black Badge) ପିନ୍ଧି ଅଧିକ କାର୍ଯ୍ୟାନୁଷ୍ଠାନ ଏବଂ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ। ପୋଲିସ୍ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଓ ମୌଳିକ ଅଧିକାରକୁ ପୂରଣ କରିବା ପାଇଁ ଆସୋସିଏସନ୍ ପକ୍ଷରୁ ଦୃଢ଼ ଦାବି କରାଯାଉଥିଲାବେଳେ ସରକାରଙ୍କ ତରଫରୁ ଲିଖିତ ପ୍ରତିଶୃତିକୁ ଅପେକ୍ଷା |

