Legal Right On Property:ବାପା ତିଆରି ଘରେ ପୁଅ-ବୋହୂର ଅଧିକାର ନାହିଁ!
ବୋହୂ ସହ ତାଙ୍କ ଝିଅ ବି ରହୁଥିଲା। କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା କାରଣରୁ ଅଲଗା ଅଲଗା ରୁମରେ ରହିବାକୁ ଲାଗିଲେ। ଏହା ପରେ କୋର୍ଟରେ ପୁଅ ଛାଡ଼ପତ୍ର ପିଟିସନ ଦେଇଥିଲେ। ଆଉ ବୃଦ୍ଧ ଜଣକ ପୁଅ ବୋହୂ ଭିତରେ ଝଗଡ଼ା ଦେଖି ଅତିଷ୍ଠ ହୋଇପଡ଼ିଥିଲେ। ୨୦୧୩ରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଶେଷରେ ପୁଅ ବୋହୂଙ୍କୁ ଘରୁ ବାହାର କରିବାକୁ ଅଧିକାର ମାଗିଥିଲେ।

ବାପା ତିଆରି କରିଥିବା ଘରେ ପୁଅ ବୋହୂର ଅଧିକାର ନାହିଁ। ୧୩ ବର୍ଷର ପୁରୁଣା ମାମଲାରେ ଅହମଦାବାଦର ସିଭିଲ କୋର୍ଟ ଶୁଣାଇଲେ ରାୟ। ଦୀର୍ଘ ୧୩ ବର୍ଷର ଲମ୍ୱା ଆଇନଗତ ଲଢ଼େଇ ପରେ ଜଣେ ବୟସ୍କ ବ୍ୟକ୍ତି ସ୍ୱଅର୍ଜିତ ସମ୍ପତ୍ତିରୁ ପୁଅ ବୋହୂକୁ ବାହାର କରିବାର ଅଧିକାରକୁ ଜିତିଗଲେ। ନିଜ ରୋଜଗାରରେ ଘର କରିଥିଲେ ବ୍ୟକ୍ତି ଜଣକ। ଏଣିକି କୋର୍ଟ ଅର୍ଡର ବଳରେ ସେ ଏ ଘରୁ ପୁଅ ବୋହୂକୁ ବାହାର କରିବାର ଅଧିକାର ପାଇଗଲେ। ସହରର ସିଭିଲ କୋର୍ଟ ପୁଅ ବୋହୂଙ୍କୁ ଘର ଖାଲି କରିବାକୁ ୯୦ ଦିନର ମହଲତ ଦେଇଛନ୍ତି। ପୁଅ ବୋହୂର ବିବାହ ୨୦୦୨ରେ ହୋଇଥିଲା। ପୁଅ ବୋହୂ ଘରର ଗ୍ରାଉଣ୍ଡ ଫ୍ଲୋରରେ ରହୁଥିଲେ ଓ ବୟସ୍କ ବ୍ୟକ୍ତି ପ୍ରଥମ ମହଲାରେ ରହୁଥିଲେ। ବୋହୂ ସହ ତାଙ୍କ ଝିଅ ବି ରହୁଥିଲା। କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା କାରଣରୁ ଅଲଗା ଅଲଗା ରୁମରେ ରହିବାକୁ ଲାଗିଲେ। ଏହା ପରେ କୋର୍ଟରେ ପୁଅ ଛାଡ଼ପତ୍ର ପିଟିସନ ଦେଇଥିଲେ। ଆଉ ବୃଦ୍ଧ ଜଣକ ପୁଅ ବୋହୂ ଭିତରେ ଝଗଡ଼ା ଦେଖି ଅତିଷ୍ଠ ହୋଇପଡ଼ିଥିଲେ। ୨୦୧୩ରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଶେଷରେ ପୁଅ ବୋହୂଙ୍କୁ ଘରୁ ବାହାର କରିବାକୁ ଅଧିକାର ମାଗିଥିଲେ। ପିଟିସନରେ ବୟସ୍କ ବ୍ୟକ୍ତି କହିଥିଲେ,ସେ ଏ ପ୍ରପର୍ଟି ୧୯୮୦ ଦଶକରେ ନିଜ ରୋଜଗାରରେ କିଣିଥିଲେ। ଆଉ ସେ ହିଁ ଏକମାତ୍ର ମାଲିକ ଅଟନ୍ତି। ବାରମ୍ୱାର କହିବା ପରେ ପୁଅ ବୋହୂ ଘର ଖାଲି କରିବାକୁ ମନା କରୁଥିଲେ। ସମ୍ପତ୍ତି ଉପରେ ନିଜର ହକ୍ ଜାହିର କରୁଥିଲେ। ପୁଅ ସିନା ମକଦ୍ଦମାର ବିରୋଧ କଲାନି। କିନ୍ତୁ ବୋହୂ ଆରୋପ ଲଦିଥିଲେ ଯେ, ଏ ମାମଲା ପୁଅ ସହ ମିଲିଭଗତରେ ଶ୍ୱଶୁର ଦାଏର କରିଛନ୍ତି। ଏମିତି କରି ସେମାନଙ୍କ ବୈବାହିକ ବିବାଦର ସମ୍ପର୍କରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ସ୍ୱାମୀ ଛାଡ଼ପତ୍ର ଚାହୁଁଛନ୍ତି, କାରଣ ତାଙ୍କର ଅନ୍ୟ ମହିଳା ସହ ସମ୍ପର୍କ ଥିଲା। ଏହି ତର୍କ ଦେଇ କହିଥିଲେ ଯେ, ଯେହେତୁ ଏହା ତାଙ୍କର ବୈବାହିକ ଘର। ତାଙ୍କୁ ସେଠାରେ ରହିବାକୁ ଅଧିକାର ଦିଆଯାଉ। ଝିଅ ସହ ଗୋଟିଏ କୋଠରୀରେ ରହୁଛନ୍ତି। ଡିଭି ଆକ୍ଟ ପ୍ରାବଧାନ ହିସାବରେ ତାଙ୍କୁ ଘରୁ ବାହାର କରାଯାଇପାରିବନି। ଅଦାଲତ ସୁପ୍ରିମକୋର୍ଟର ଏକ ଆଦେଶର ନଜିର ଦେଇ କହିଥିଲେ ଯେ, ଶାଶୁ ଶ୍ୱଶୁରଙ୍କ ନିଜ ଘରକୁ ବୋହୂଙ୍କ ଘର ବୋଲି ବିବେଚନା କରାଯାଇପାରିବନି। ସେଥିଲାଗି ଘରୋଇ ହିଂସା ସହ ଜଡ଼ିତ ଆଇନ ଆଧାରରେ ଏହି ପ୍ରପର୍ଟିରେ ରହିବାରେ ତାଙ୍କର କୌଣସି ଅଧିକାର ନାହିଁ। ଏହା ସହ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି, ଘରୁ ବେଦଖଲ କରିବାର ଏହି ଆଦେଶ ଦମ୍ପତ୍ତିଙ୍କ ଝିଅ ଉପରେ ଲାଗୁ ହେବନି। ଯିଏ ଏବେ ସାବାଳିକା। ଆଉ ତାଙ୍କ ଜେଜେବାପା ଯେହେତୁ ତା ବିରୁଦ୍ଧରେ କୌଣସି କେସ୍ କରିନାହାନ୍ତି।
