ନେପାଳରେ ଭୟଙ୍କର ବନ୍ୟା- ରଚିଲା ଧ୍ୱଂସର ତାଣ୍ଡବ
ଗଣ୍ଡକ ନଦୀରେ ପ୍ରାୟ ୩ ମିଟର ଉଚ୍ଚର ଫ୍ଲଡ୍ ଓ୍ୱେଭ ଆସିବାର ଆଶଙ୍କା କରିଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ। ରସୁଓ୍ୱାରେ ଟିମୁରେ ରେ ଫସିଥିବା ଲୋକଙ୍କୁ ରେସକ୍ୟୁ ଲାଗି ପଠାଯାଇଥିବା ହେଲିକପ୍ଚର ଲ୍ୟାଣ୍ଡିଂ କରିପାରିଲାନି। ଲ୍ୟାଣ୍ଡିଂ କରିନପାରି କାଠମାଣ୍ଡୁ ଫେରିଗଲା। ରେସକ୍ୟୁ ଅପରେସନରେ ସେନାକୁ ମୁତୟନ କରିବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବାଲେନ୍।

ଚୀନର ତିବ୍ବତରୁ ଆସିଥିବା ଅଚାନକ ବନ୍ୟା ନେପାଳରେ ରଚିଲା ଧ୍ୱଂସର ତାଣ୍ଡବଲୀଳା। ଗାଁ ବୁଡ଼ିଲା। ପୋଲ ସହ ଗାଡ଼ି ଭାସିଗଲା। ପ୍ରାୟ ହଜାର ଲୋକେ ଭାସିଗଲେ। ୮ଜଣଙ୍କ ମୃତ୍ୟୁ ହୋଇଛି। ନେପାଳର ରସୁଓ୍ୱା ଜିଲ୍ଲାରେ ଧ୍ୱଂସ ରଚିଛି। ଭୋଟେକାଶୀ ନଦୀର ଜଳସ୍ତର ବଢିବାରୁ ଟିମୁରେ ଓ ସ୍ୟାବ୍ରୁବେଶୀ ଏରିଆରେ ଅନେକ ଘର,ଦୋକାନ ଭାସିଗଲା। ୯ ପୁଲିସକର୍ମୀ ବି ଭାସିଯାଇଛନ୍ତି। ସେମାନଙ୍କ ପତ୍ତା ମିଳୁନି। ୨୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରେସକ୍ୟୁରେ ୧୪ଟି ହେଲିକପ୍ଟର ନିୟୋଜିତ ଅଛି। ବନ୍ୟାର ପ୍ରକୋପ ଦେଖି ବିହାରରେ ବି ଆଲର୍ଟ ଜାରି କରାଯାଇଛି। ପଶ୍ଚିମି ଚମ୍ପାରଣ, ପୂର୍ବି ଚମ୍ପାରଣ, ଗୋପାଳଗଞ୍ଜ, ସାରଣ, ମୁଜାଫରପୁର, ବୈଶାଳୀ, ସୀତାମାଢ଼ି ଓ ଶିବହର ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ଗଣ୍ଡକ ନଦୀରେ ପ୍ରାୟ ୩ ମିଟର ଉଚ୍ଚର ଫ୍ଲଡ୍ ଓ୍ୱେଭ ଆସିବାର ଆଶଙ୍କା କରିଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ। ରସୁଓ୍ୱାରେ ଟିମୁରେ ରେ ଫସିଥିବା ଲୋକଙ୍କୁ ରେସକ୍ୟୁ ଲାଗି ପଠାଯାଇଥିବା ହେଲିକପ୍ଚର ଲ୍ୟାଣ୍ଡିଂ କରିପାରିଲାନି। ଲ୍ୟାଣ୍ଡିଂ କରିନପାରି କାଠମାଣ୍ଡୁ ଫେରିଗଲା। ବନ୍ୟା ପାଣିରେ ସ୍ଥାନୀୟ ହେଲିପ୍ୟାଡ୍ ଭାସିଯିବାରୁ ହେଲିକପ୍ଟରକୁ ସୁରକ୍ଷିତ ଅବତରଣ କରିବାକୁ ଜାଗା ପାଇନଥିଲେ ପାଇଲଟ। ତ୍ରିଶୂଲୀ ନଦୀର ପାଣିର ସ୍ତର ଅଚାନକ ଦ୍ରୁତଗତିରେ ବଢିଚାଲିଛି। ଗଲା ୨୪ ଘଣ୍ଟା ଭିତରେ ରସୁଓ୍ୱାରେ ୭ମିମିରୁ ଅଧିକ ବର୍ଷା ହୋଇନି। ସେଥିଲାଗି ବନ୍ୟା ପଛରେ ସ୍ଥାନୀୟ ବର୍ଷାକୁ ଦାୟୀ କରାଯାଇପାରିବନି। ଅଧିକାରୀଙ୍କ ଆଶଙ୍କା ଯେ, ତିବ୍ବତରେ ଗ୍ଲୋସିୟଲ ଝିଲ୍ ଫାଟିବା (GLOF) କାରଣରୁ ଅଚାନକ ପାଣି ଭୋଟେକାଶୀରେ ଆସିଥିଲା। ICIMOD-UNDP ଅନୁସାରେ ୨୦୨୦ର ଷ୍ଟଡି ମୁତାବକ, ଭୋଟେ କୋଶୀ ବେସିନରେ ୧୨୨ ଗ୍ଲୋସିୟଲ ଝରଣା ଅଛି। କେଉଁ ଝିଲ୍ ଫାଟିଲା, ଏବେ ଏଯାଏଁ ଏହାର ପୁଷ୍ଟି ହୋଇନି। ସାଟେଲାଇଟ ଇମେଜ୍ ଓ ଟେକ୍ନିକ ଯାଞ୍ଚରୁ ଏହାକୁ ଠାବ କରାଯାଉଛି। ଟିମୁରେରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନରୁ ପ୍ରବଳ କ୍ଷୟକ୍ଷତି ହୋଇଛି। ରେସକ୍ୟୁ ଅପରେସନରେ ସେନାକୁ ମୁତୟନ କରିବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବାଲେନ୍। ଗ୍ଲେସିୟଲ ଝିଲ୍ ଆଗରେ ପ୍ରାୟତଃ ବରଫ, ମାଟି, ପଥର ଓ ଧ୍ୱଂସାବଶେଷର ପ୍ରାକୃତିକ ବନ୍ଧ ଭଳି ସଂରଚନା ହୋଇଥାଏ। ଏହି ବନ୍ଧ ଯଦି ଦୁର୍ବଳ ହୋଇପଡ଼େ ବା ଭାଙ୍ଗିଯାଏ, ତାହେଲେ ଝିଲ୍ ର ପାଣି ଅଚାନକ ତଳକୁ ବହିଯାଏ। ଭୋଟୋକୋଶୀରେ ପାଣିର ସ୍ତର ବଢ଼ିବାରୁ ତ୍ରିଶୂଳୀ ନଦୀରେ ବନ୍ୟାର ଆଶଙ୍କା ଉପୁଜିଛି। ରସୁଓ୍ୱା, ନୁଓ୍ୱାକୋଟ୍, ଧାନ୍ଦିଙ୍ଗ, ଗୋରଖା ଓ ଚିତବନରେ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷିତ ଜାଗାକୁ ଚାଲିଯିବାକୁ କୁହାଯାଇଛି। ଭୋଟେକୋଶୀ ନଦୀ ତିବ୍ବତରୁ ବାହାରି ନେପାଳ ଦେଇ ଆଗକୁ ଯାଇ ସୁନକୋଶୀ ନଦୀରେ ମିଶିଛି। ସୁନକୋଶୀ ନଦୀ ଆଗକୁ ଯାଇ ସପ୍ତକୋଷୀ ନଦୀ ହୋଇଛି। ଯାହା ଭାରତର ବିହାରରେ ପ୍ରବେଶ କରିଛି। ଗଲା ବର୍ଷ ବି ଭୋଟେକୋଶୀ ନଦୀରେ ଆସିଥିବା ବନ୍ୟାରେ ୯ଜଣଙ୍କ ମୃତ୍ୟୁ ହୋଇଥିଲା। ୨୪ ଜଣ ନିଖୋଜ ହୋଇଯାଇଥିଲେ। ଏଥିରେ ନେପାଳ ଓ ଚୀନକୁ ଯୋଡୁଥିବା ଫ୍ରେଣ୍ଡସିପ୍ ବ୍ରିଜ୍ ବି ବନ୍ୟାରେ ଭାସିଯାଇଥିଲାା। ଏହା ପରେ ଦୁଇ ଦେଶ ଭିତରେ ସଡ଼କ ଯୋଗେ ସମ୍ପର୍କ ଓ ବ୍ୟାପାର ଅନେକ ମାସ ଧରି ପ୍ରଭାବିତ ହୋଇଥିଲା।
