Hardik Pandya Fan:ହାର୍ଦ୍ଦିକଙ୍କୁ ଭେଟିବାକୁ ୨୪୦୦ କିମି ପାଦରେ ଚାଲିଲେ ଫ୍ୟାନ୍
ପ୍ରିୟ ଖେଳାଳିଙ୍କୁ ଥରେ ଦେଖିବା ଓ ତାଙ୍କ ସହ କିଛି ସମୟ ବିତାଇବା ପାଇଁ ଜଣେ ପ୍ରଶଂସକ କେତେ ଦୂର ଯାଇପାରନ୍ତି? ଏହାର ଏକ ଉଦାହରଣ ପାଲଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଶଂସକ ରବି କୁମାର ରାୱତ। ନିଜ ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ ସେ ପ୍ରାୟ ୨,୪୦୦ କିଲୋମିଟର ପାଦରେ ଚାଲିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ଭେଟିବା ପାଇଁ ଲକ୍ଷ୍ନୌରୁ ବାହାରିଥିବା ରବି କୁମାର ରାୱତଙ୍କ ଭଲପାଇବା ଦେଖି ଷ୍ଟାର୍ ଅଲ୍ରାଉଣ୍ଡର ମଧ୍ୟ ତାଙ୍କୁ ନିରାଶ କରିନାହାନ୍ତି।
ଭାରତୀୟ କ୍ରିକେଟ୍ ଦଳର ତାରକା ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ କାରଣରୁ ଦୀର୍ଘ ଦିନ ଧରି ଜାତୀୟ ଦଳରୁ ଦୂରେଇ ରହିଛନ୍ତି, ତଥାପି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଓ ଉତ୍ସାହ ଆଗଭଳି ଅତୁଟ ରହିଛି। ଜଣେ ପ୍ରଶଂସକ ତ କେବଳ ତାଙ୍କୁ ଭେଟିବା ପାଇଁ ୨,୪୦୦ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ବେଙ୍ଗାଲୁରୁରେ ପହଞ୍ଚିଥିଲେ। ହାର୍ଦ୍ଦିକ ମଧ୍ୟ ତାଙ୍କୁ ନିରାଶ କରିନଥିଲେ, ସେ ସେହି ପ୍ରଶଂସକଙ୍କୁ ବେଶ୍ ଆଦରର ସହ ଭେଟିଲେ, ତାଙ୍କ କୁଶଳ ପଚାରି ବୁଝିଲେ ଏବଂ ଘରକୁ ଫେରିବା ପାଇଁ ଟିକେଟ୍ ବ୍ୟବସ୍ଥା କରିଦେବାର ପ୍ରତିଶ୍ରୁତି ମଧ୍ୟ ଦେଲେ।ରିପୋର୍ଟ ଅନୁସାରେ,ଉତ୍ତରପ୍ରଦେଶର ଲକ୍ଷ୍ନୌର ବାସିନ୍ଦା ରବି ପ୍ରଥମେ ହାର୍ଦ୍ଦିକଙ୍କୁ ଭେଟିବା ଆଶାରେ ମୁମ୍ବାଇ ଅଭିମୁଖେ ପାଦଯାତ୍ରା କରିଥିଲେ। ହେଲେ ହାର୍ଦ୍ଦିକ ସେଠାରେ ନଥାଇ ବେଙ୍ଗାଲୁରୁରେ ଥିବା ଜାଣିବା ପରେ ସେ ଯାତ୍ରା ଜାରି ରଖିଥିଲେ। ଏବଂ ଆଉ 990 ଶେଷରେ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ହାର୍ଦ୍ଦିକଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏଠାରେ ହାର୍ଦ୍ଦିକ ଆହତ ସମସ୍ୟାରୁ ସୁସ୍ଥ ହେବା ପାଇଁ ରିହାବିଲିଟେସନ୍ କରୁଥିଲେ।ରବିଙ୍କ ଏହି ଅସାଧାରଣ ଭଲପାଇବାକୁ ଦେଖି ହାର୍ଦ୍ଦିକ ତାଙ୍କ ସହ ସ୍ନେହରେ କଥା ହୋଇଥିଲେ। କେବଳ ସେତିକି ନୁହେଁ, ରବିଙ୍କ ଫେରିବା ପାଇଁ ଟ୍ରେନ୍ ଟିକେଟ୍ ବ୍ୟବସ୍ଥା କରିବାକୁ ମଧ୍ୟ ପଦକ୍ଷେପ ନେଇଥିଲେ। ଏହି ସାକ୍ଷାତର ଭିଡିଓ ଭାଇରାଲ୍ ହେବା ପରେ ହାର୍ଦ୍ଦିକଙ୍କ ବ୍ୟବହାରକୁ ଅନେକ କ୍ରିକେଟ୍ ପ୍ରଶଂସକ ପ୍ରଶଂସା କରୁଛନ୍ତି। ରବିଙ୍କ ଦୀର୍ଘ ଯାତ୍ରା ତାଙ୍କ ପ୍ରିୟ ଖେଳାଳିଙ୍କ ପ୍ରତି ଥିବା ଭଲପାଇବାକୁ ଦର୍ଶାଉଥିବା ବେଳେ, ହାର୍ଦ୍ଦିକଙ୍କ ଆତ୍ମୀୟ ବ୍ୟବହାର ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।
