Lucknow Murder : AIରୁ ଶିଖି ମାଆକୁ ମାରିଲା ପୁଅ- ଅସ୍ୱାଭାବିକ ପରିବର୍ତ୍ତନରୁ ଘରଠୁ ଦୂରରେ ରହୁଥିଲା
ମାରିବା ପରେ କେମିତି ଗରମ ପାଣିରେ ରକ୍ତ ଓ ଅନ୍ୟାନ୍ୟ ସାକ୍ଷୀକୁ ପୋଛିହେବ, ସେ ଆଇଡିଆ ବି ଏଆଇରୁ ଶିଖି ଡାଏରୀରେ ଲେଖିଥିଲା। ଡାଏରୀ, ମୋବାଇଲ ଓ ହତ୍ୟାରେ ବ୍ୟବହୃତ ରେଞ୍ଚି ଜବତ କରିଛି ପୁଲିସ। ସମସ୍ତ ସାମଗ୍ରୀକୁ ଫରେନସିକ ଯାଞ୍ଚ ଲାଗି ପଠାଯାଇଛି। ପରିବାର ଭିତରେ ଲମ୍ୱା ସମୟ ଧରି ବିବାଦରୁ ଏଭଳି ମର୍ଡର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ପୁଅର ଆଚରଣ ୧୦ ରୁ ୧୨ ବର୍ଷ ଯାଏ ସ୍ୱାଭାବିକ ଥିଲା।

ଏଆଇରୁ ମାଆକୁ ମାରିବାକୁ ଖୋଜିଥିଲା ପ୍ଲାନ୍। ଅନଲାଇନରେ ରେଞ୍ଚି ମଗାଇ ନାବାଳକ ନିଜ ମାଆକୁ ମାରିଦେଲା। ଆଉ ମାରିବା ପରେ ବାପା ଓ ପୁଲିସକୁ ନିଜେ ଫୋନ କରି ଜଣାଇଲା। ଲକ୍ଷ୍ନୌରେ ୧୭ ବର୍ଷୀୟ ନାବାଳକ ପୁଅର କାରନାମା ଦେଖି ସମସ୍ତେ ତାଜୁବ୍। ୪୨ ବର୍ଷୀୟା ମାଆ ମୁଣ୍ଡକୁ ରେଞ୍ଚିରେ ଆକ୍ରମଣ କରି ମାରିଦେଲା। ଅନଲାଇନରେ ରେଞ୍ଚି ଓ ପେପର ସ୍ପ୍ରେ ମଗାଇଥିଲା। ଆଉ ଏଆଇ ସହଯୋଗରେ ହତ୍ୟା କେମିତି କରିବ, ପୁରା ପ୍ଲାନ ଡାଏରୀରେ ଲେଖି ରଖିଥିଲା। ଅକ୍ଟୋବର ପହିଲା ରାତି ୯ଟାର ଏ ଘଟଣା। ଅଭିଯୁକ୍ତ ପୁଅ ଘରେ ପହଞ୍ଚି ମାଆକୁ ଚା ତିଆରି କରିବାକୁ କହିଥିଲା। ମା ଯେମିତି ରୋଷେଇ ଘରକୁ ଯାଇଛନ୍ତି, ପଛେ ପଛେ ଯାଇ ମୁଣ୍ଡକୁ ରେଞ୍ଚିରେ ବାରମ୍ୱାର ଆଘାତ କରିଚାଲିଲା। ଗୁରୁତର ଆହତ ହୋଇ ମହିଳା ଜଣକ ପଡ଼ିଗଲେ ଆଉ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଗଲା। ମାରିବା ପରେ ନା କୁଆଡ଼େ ପଳାଇଲା ନା ଘଟଣାକୁ ଲୁଚାଇଲା। ଡାଏଲ ୧୧୨ରେ ପୁଲିସ କଲ୍ କରି କହିଲା, ସେ ନିଜ ମାଆକୁ ମାରିଦେଇଛି। ସୂଚନା ମିଳିବା ମାତ୍ରେ ଡିସିପି ଓ୍ୱେଷ୍ଟ ଜିତେନ୍ଦ୍ର ଶ୍ରୀବାସ୍ତବ ପୁଲିସ ଫୋର୍ସ ଓ ଫରେନସିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାରିବା ପରେ କେମିତି ଗରମ ପାଣିରେ ରକ୍ତ ଓ ଅନ୍ୟାନ୍ୟ ସାକ୍ଷୀକୁ ପୋଛିହେବ, ସେ ଆଇଡିଆ ବି ଏଆଇରୁ ଶିଖି ଡାଏରୀରେ ଲେଖିଥିଲା। ଡାଏରୀ, ମୋବାଇଲ ଓ ହତ୍ୟାରେ ବ୍ୟବହୃତ ରେଞ୍ଚି ଜବତ କରିଛି ପୁଲିସ। ସମସ୍ତ ସାମଗ୍ରୀକୁ ଫରେନସିକ ଯାଞ୍ଚ ଲାଗି ପଠାଯାଇଛି। ପରିବାର ଭିତରେ ଲମ୍ୱା ସମୟ ଧରି ବିବାଦରୁ ଏଭଳି ମର୍ଡର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ପୁଅର ଆଚରଣ ୧୦ ରୁ ୧୨ ବର୍ଷ ଯାଏ ସ୍ୱାଭାବିକ ଥିଲା। ଏହା ପରେ ତାହାର ଶାରୀରିକ ଓ ହର୍ମୋନରେ ପରିବର୍ତ୍ତନ ଆସିଥିଲା। ସେ ଝିଅ ଭଳି ପୋଷାକ ପିନ୍ଧୁଥିଲା। ନିଜକୁ ଝିଅଙ୍କ ଭଳି ସଜେଇ ହେଉଥିଲା। ଏଭଳି ଅଚାନକ ପରିବର୍ତ୍ତନକୁ ନେଇ ପରିବାରରେ ଅନେକ ଥର ବିବାଦ ଓ ଝଗଡ଼ା ହେଉଥିଲା। ତାହାର ସ୍ୱଭାବରେ ଆକସ୍ମିକ ପରିବର୍ତ୍ତନ ଓ ସମଲିଙ୍ଗୀକୁ ନେଇ ଘରେ ମାଡପିଟ ଯାଏ କଥା ଘଟୁଥିଲ। ତାକୁ କେହି ଛୁଇଁଲେ ବି ସେ ରାଗି ଯାଉଥିଲା। ଲଗାତାର ରୋକ-ଟୋକ ଓ ସମାଜରେ ବଦନାମ ଭୟରେ ତାକୁ ପରିବାରରୁ ୪ ମାସ ତଳେ ଘରୁ ଅଲଗା ରଖିବାକୁ ନିଷ୍ପତ୍ତି ହୋଇଥିଲା। ଗଣେଶଗଞ୍ଜରେ ଘରଠୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ତା ଲାଗି ଅଲଗା ଫ୍ଲାଟ୍ କିଣିଥିଲେ ପରିବାର ଲୋକେ। ଏହା ପରଠୁ ସେ ସେଠାରେ ରହିବାକୁ ଲାଗିଥିଲା। ତା ବାପା ସହରର ବିଶିଷ୍ଟ କପଡ଼ା ବ୍ୟବସାୟୀ। ଅଭିଯୁକ୍ତ ତାଙ୍କର ଏକମାତ୍ର ପୁଅ। ବାପାଙ୍କ କହିବା ଅନୁସାରେ, ପୁଅ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ ଥିବାରୁ ତାହାର ଚିକିତ୍ସା ଚାଲିଥିଲା। ତା ଖର୍ଚ୍ଚ ପାଇଁ ମାସକୁ ଟଙ୍କା ବି ପଠାଯାଉଥିଲା।
