୧୦ଟଙ୍କା ଭଡ଼ାକୁ ନେଇ ମର୍ଡର..
ପ୍ରାୟ ସପ୍ତାହକ ପୂର୍ବରୁ ତୁଷାର ନିଜର ଇ-ରିକ୍ସାରେ ସୁରେଶଙ୍କୁ ବସାଇଥିଲେ। ହେଲେ ଭଡ଼ା ବାବଦକୁ ମାତ୍ର ୧୦ଟଙ୍କାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ତୁଷାରଙ୍କୁ ସୁରେଶ ଚାପୁଡ଼ା ମାରିଥିଲେ। ସେତେବେଳେ ଅନ୍ୟ ଲୋକ ଉଭୟଙ୍କୁ ବୁଝାସୁଝା କରି ବିବାଦ ତୁଟାଇଥିଲେ। ହେଲେ ମନେ ମନେ ରାଗ ରଖିଥିଲା ତୁଷାର।

ଦଶ ଟଙ୍କା ଲାଗି ମର୍ଡର। ଆଶ୍ଚର୍ଯ୍ୟ ହେଲେ ବି ଏଭଳି ଅଭାବନୀୟ ଘଟଣା ଘଟିଛି ମୁରାଦାବାଦରେ। ମାତ୍ର ଦଶ ଟଙ୍କା ଭଡ଼ା ବିବାଦରୁ ସୁରେଶଙ୍କୁ ହତ୍ୟା। କାରଣ ଅଭିଯୁକ୍ତକୁ ସୁରେଶ ଚାପୁଡ଼ା ମାରିଦେଇଥିଲେ। ଆଉ ଏହାର ପ୍ରତିଶୋଧ ନେବାକୁ ଅଭିଯୁକ୍ତ ସୁରେଶଙ୍କୁ ହତ୍ୟା କରିଥିଲା। ପୁଲିସ ଅଭିଯୁକ୍ତ ଅଭୟ ରାଘବକୁ ଗିରଫ କରି ହତ୍ୟାକାଣ୍ଡର ଖୁଲାସା କରିଛି। ମୁରାଦାବାଦର ସୂର୍ଯ୍ୟନଗରର ମଙ୍ଗଳବାର ରାତିରେ ଫାର୍ମ କର୍ମଚାରୀ ୪୫ ବର୍ଷୀୟ ସୁରେଶ ସୈନିଙ୍କୁ ହତ୍ୟା କରିଥିଲା ଅଭୟ। ଇ-ରିକ୍ସା ଚାଳକ ତୁଷାରଙ୍କ ସହ ଭଡ଼ା ବାବଦକୁ ମାତ୍ର ୧୦ ଟଙ୍କାକୁ ନେଇ ବିବାଦ ହୋଇଥିଲା। ଆଉ ତୁଷାରକୁ ଚାପୁଡ଼ା ମାରିଥିଲେ ସୁରେଶ। ପ୍ରତିଶୋଧ ନେବାକୁ ନିଜ ସାଥୀ ଅଭୟ ରାଘବ ଓ ବିବେକ ଶର୍ମା ସହ ହତ୍ୟା କରିଦେଲେ ତୁଷାର। ଅଭୟକୁ ପୁଲିସ ଗିରଫ କରିଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ତୁଷାର ଓ ତାହାର ସାଥୀ ବିବେକ ଫେରାର ହୋଇଯାଇଛି। ସେମାନଙ୍କୁ ଧରିବାକୁ ପୁଲିସ ତନାଘନା କରୁଛି। ୩ ଜଣ ଯାକ ଅଭିଯୁକ୍ତ ଇ-ରିକ୍ସା ଚାଳକ। ସିଟି ଏସପି କୁମାର ରଣବିଜୟ ସିଂଙ୍କ କହିବା କଥା, ସୁରେଶ ଫାର୍ମରେ କାମ କରନ୍ତି। ମଙ୍ଗଳବାର ସଂଧ୍ୟା ୭ଟାରେ ସେ ବଜାର ଯିବାକୁ କହି ଘରୁ ବାହାରିଥିଲା। ଏହା ପରେ ସେ ଘରକୁ ଆଉ ଫେରିନଥିଲେ। ବୁଧବାର ସକାଳ ପ୍ରାୟ ୯ଟାରେ ସୁରେଶଙ୍କ ଶବ ମଦ ଦୋକାନ ପାଖରେ ମିଳିଥିଲା। ତାଙ୍କ ମୁଣ୍ଡ ଇଟାରେ ଛେଚାଯାଇଥିଲା। ଆଖପାଖ ସିସିଟିଭିରୁ ସୁରେଶଙ୍କ ହତ୍ୟାକାରୀଙ୍କୁ ଚିହ୍ନଟ କରିଥିଲା ପୁଲିସ। ଗିରଫ ଅଭୟ କହିଛନ୍ତି, ପ୍ରାୟ ସପ୍ତାହକ ପୂର୍ବରୁ ତୁଷାର ନିଜର ଇ-ରିକ୍ସାରେ ସୁରେଶଙ୍କୁ ବସାଇଥିଲେ। ହେଲେ ଭଡ଼ା ବାବଦକୁ ମାତ୍ର ୧୦ଟଙ୍କାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ତୁଷାରଙ୍କୁ ସୁରେଶ ଚାପୁଡ଼ା ମାରିଥିଲେ। ସେତେବେଳେ ଅନ୍ୟ ଲୋକ ଉଭୟଙ୍କୁ ବୁଝାସୁଝା କରି ବିବାଦ ତୁଟାଇଥିଲେ। ହେଲେ ମନେ ମନେ ରାଗ ରଖିଥିଲା ତୁଷାର। ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ତୁଷାର, ବିବେକ ଓ ଅଭୟ ଜୟନ୍ତୀପୁରସ୍ଥିତ ଗ୍ୟାରେଜରେ ଇ-ରିକ୍ସା ଛିଡ଼ା କରି ଫେରୁଥିଲେ। ସେତିକିବେଳେ ସୁରେଶଙ୍କୁ ସେମାନେ ମଦ ଦୋକାନ ପାଖରେ ଛିଡ଼ା ହୋଇଥିବା ଦେଖିଥିଲେ। ସୁରେଶଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଦେଖିଥିଲେ। ଏହାର ସୁଯୋଗ ଦେଖି ସୁରେଶଙ୍କ ମୁଣ୍ଡକୁ ଇଟାରେ ଛେଚିଦେଇଥିଲେ। ଆଉ ହତ୍ୟା କରି ଫେରାର୍ ହୋଇଗଲେ। ଶୁକ୍ରବାର ଦ୍ୱିପ୍ରହରରେ ପୁଲିସ ଅଭିଯୁକ୍ତ ଅଭୟକୁ କୋର୍ଟରେ ହାଜର କରି ଜେଲ୍ ପଠାଇଦେଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ତଲାସି ଅଭିଯାନ ଜାରି ରହିଛି।
