ଅସ୍ଥି ବିସର୍ଜନ କରି ସ୍ୱାମୀ ମରଣରେ ହସିଲେ ସ୍ତ୍ରୀ!
ସିସିଟିଭି ଫୁଟେଜରେ କବିତା ଯେଭଳି ଘଟଣାକ୍ରମ ବର୍ଣ୍ଣନା କରିଥିଲେ, ତାଠୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ମହେଶଙ୍କୁ କବିତା ଏକାକୀ ବାଇକରେ ଆଣିନଥିଲେ। ବରଂ ଦୁଇଟି ବାଇକରେ ୩ଜଣ ଯୁବକ ସାଙ୍ଗରେ ଥିଲେ। ଗୋଟିଏ ବାଇକରେ ଜଣେ ଯୁବକ ସହ କବିତା ବସିଥିଲେ। ଆଉ ଅଲଗା ବାଇକରେ ମହେଶଙ୍କୁ ମଝିରେ ବସାଇ ଦୁଇ ଯୁବକ ଥିଲେ।

ଅସ୍ଥି ବିସର୍ଜନ ପାଇଁ ହରିଦ୍ୱାର ଗଲେ। ଆଉ ମନଭରି ହସିଲେ। ରାଜସ୍ଥାନର ରାଜଧାନୀ ଜୟପୁରରେ ସ୍ୱାମୀର ହତ୍ୟା ପରେ ପତ୍ନୀର ନାଟକର ରାଜ୍ ଖୋଲିଛି। ସିସିଟିଭି ସବୁ ଗୁମର ଖୋଲିଦେଲା। ଜୟପୁରରେ ୧୨ ଦିନ ପୂର୍ବରୁ ହୋଇଥିବା ୨୭ ବର୍ଷୀୟ ମହେଶ ମୀଣାଙ୍କ ସନ୍ଦିଗ୍ଧ ମୃତ୍ୟୁ ପରେ ଏବେ ପ୍ରେମ, ଧୋକା ଓ ଭୟଙ୍କର ଷଡ଼ଯନ୍ତ୍ରର ଗନ୍ଧ ପଦାକୁ ଆସିଛି। ଯାହା ସମସ୍ତଙ୍କୁ ହଇରାଣରେ ପକାଇଦେଇଛି। ଯେଉଁ ସମ୍ପର୍କକୁ ୭ ଜନ୍ମର ବନ୍ଧନ ବୋଲି ବିବେଚନା କରାଯାଏ। ଏବେ ପତ୍ନୀଙ୍କ ଉପରେ ଭରସା ଭାଙ୍ଗିଯିବାର ଗମ୍ଭୀର ଆରୋପ ଆସିଛି। ଅଭିଯୁକ୍ତ ପତ୍ନୀ ସ୍ୱାମୀଙ୍କ ଅସ୍ଥି ବିସର୍ଜନ କରିବାକୁ ହରିଦ୍ୱାର ଯାଏ ଗଲେ। ସେଠାରୁ ଫେରି କିଛି ନ ଜାଣିଲା ଭଳି କାନ୍ଦି କାନ୍ଦି ଆଖପାଖ କମ୍ପାଇଲେ। ହେଲେ ସିସିଟିଭି ଫୁଟେଜର କଥିତ ଭିଡ଼ିଓରେ ବିଷ ଓଗାଳିଦେଲେ। ଅଗଷ୍ଟ ୫। ସକାଳେ ମହେଶ ନିଜ ପତ୍ନୀ କବିତାଙ୍କ ଲାଗି ଔଷଧ ଆଣିବାକୁ ବାଇକରେ ଉଭୟ ଘରୁ ବାହାରିଥିଲେ। ହେଲେ ଔଷଧ ନେଇ ଫେରିବାରେ ବିଳମ୍ୱରୁ ପରିବାର ଲୋକେ ଚିନ୍ତାରେ ପଡ଼ିଗଲେ। ସଂଧ୍ୟା ୫ଟାରେ ମହେଶଙ୍କ ସାନ ଭାଇ ମନୀଷ ଭାଉଜ କବିତାକୁ ଫୋନ୍ କରିଥିଲେ। ଆଉ ଜଲଦି ଘରେ ପହଞ୍ଚିବାକୁ ମନୀଷକୁ କହିଥିଲେ। କବିତା କହିଥିଲେ, ମହେଶଙ୍କ ଦେହ ଅଚାନକ ବିଗିଡ଼ିଯାଇଛି। ବିଶ୍ୱକର୍ମା ଏରିଆରେ ୧୪ ନମ୍ୱର ପୋଲ ପାଖରେ ସେ ଅଛନ୍ତି। ତାଙ୍କୁ ଆସି ନେଇଯାଅ। ମନୀଷ ନିଜ ଭଉଣୀ ସନ୍ତୋଷଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ରାସ୍ତା କଡ଼ରେ ବେହୋସ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରିବାର ଲୋକଙ୍କୁ କବିତା କହିଥିଲେ, ମହେଶଙ୍କ ଅବସ୍ଥା ବିଗିଡ଼ିବାରୁ ସେ ନିଜେ ବାଇକ ଚଳାଇଥିଲେ। କିନ୍ତୁ ବେହୋସ ହେବା ପରେ ଗାଡ଼ି ଚଳାଇବା ଅସମ୍ଭବ ଥିଲା। ସେଥିଲାଗି ସେ ୧୪ ନମ୍ୱର ପୋଲ ପାଖ ସଡ଼କରେ ତାଙ୍କୁ ଡେରିଦେଇଥିଲେ। କିନ୍ତୁ କବିତାଙ୍କ ଏ କଥା ମହେଶଙ୍କ ବାପା ବାବୁଲାଲ ମୀଣାଙ୍କର ସନ୍ଦେହ ହୋଇଥିଲା। ପୁଅର ମୃତ୍ୟୁ ସ୍ୱାଭାବିକ ବୋଲି ଗ୍ରହଣ କରିନପାରି ସାନ ପୁଅ ସହ ମିଶି ଘଟଣାସ୍ଥଳକୁ ଯାଇଥିଲେ। ଆଖପାଖ ସିସିଟିଭି ଦେଖିବାକୁ ଖୋଜିଥିଲେ। ଏହାର ସାମାନ୍ୟ ସୂଚନା କବିତା କି ଆଉ କାହାକୁ ଜଣାଇବାକୁ ଦେଇନଥିଲେ। ଆଉ ସିସିଟିଭି ଫୁଟେଜରେ କବିତା ଯେଭଳି ଘଟଣାକ୍ରମ ବର୍ଣ୍ଣନା କରିଥିଲେ, ତାଠୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ମହେଶଙ୍କୁ କବିତା ଏକାକୀ ବାଇକରେ ଆଣିନଥିଲେ। ବରଂ ଦୁଇଟି ବାଇକରେ ୩ଜଣ ଯୁବକ ସାଙ୍ଗରେ ଥିଲେ। ଗୋଟିଏ ବାଇକରେ ଜଣେ ଯୁବକ ସହ କବିତା ବସିଥିଲେ। ଆଉ ଅଲଗା ବାଇକରେ ମହେଶଙ୍କୁ ମଝିରେ ବସାଇ ଦୁଇ ଯୁବକ ଥିଲେ। ଏମାନଙ୍କ ପରିଚୟ ଗଣେଶ, ଅଜୟ ଓ ଗୋଲୁ ପ୍ରଜାପତ ବୋଲି ଜଣାପଡ଼ିଲା। ପୁଅ ମୃତ୍ୟୁର ୧୨ ଦିନ ପରେ ବାପା ଥାନାରେ ଏହା ହତ୍ୟା ବୋଲି ଏତଲା ଦେଇଥିଲେ। ଏହା ପରେ ମୃତକଙ୍କ ପତ୍ନୀ କବିତା, ତାଙ୍କ ବୟଫ୍ରେଣ୍ଡ ଗଣେଶ ଓ ତାଙ୍କର ଦୁଇ ସାଥୀ ଅଜୟ ଓ ଗୋଲୁ ଉପରେ ତଦନ୍ତ ଜାରି ରହିଛି। ପ୍ରମାଣ ମିଳିଲେ ଗିରଫ କରାଯିବ। ନଭେମ୍ୱର ୧୨, ୨୦୨୪ରେ ମହେଶ ଓ କବିତାଙ୍କ ବିବାହ ହୋଇଥିଲା। ହେଲେ ୯ ବର୍ଷ ଧରି ଗଣେଶ ସହ ଆଫାୟାର ଥିଲା। ବିବାହ ପରେ ବି ଉଭୟଙ୍କ ଭିତରେ ସମ୍ପର୍କ ଜାରି ଥିଲା। ଗଣେଶ ସହ ଥରେ ଦୁଇ ଥର ବି ଶ୍ୱଶୁର ଘର କବିତା ଛାଡ଼ି ଚାଲିଯାଇଥିଲା ବୋଲି ଅଭିଯୋଗ ହୋଇଛି।
