Lakhimpur Kheri Crime:ସ୍କୁଲରେ ପଶି ଶିକ୍ଷୟତ୍ରୀକୁ ଗୁଳି, ନିଜେ ବି ସୁଇସାଇଡ କଲା
ଫୁଟେଜରୁ କେହି ବି ଅନୁମାନ କରିପାରିବେ, ଫାତିମାଙ୍କୁ ସାଉଦ ଅନସାରି ସ୍ୱାଭାବିକ ଭାବେ ଭେଟିବାକୁ ଆସିନଥିଲା। ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା। ହେଲେ କିଛି ଦିନ ହେଲା ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଏପରିକି ବ୍ରେକଅପ ସ୍ଥିତି ସୃଷ୍ଟି ହୋଇଥିଲା।

ଲଖିମପୁର ଖେରିରେ ହୋଇଥିବା ନୃଶଂସ ହତ୍ୟାକାଣ୍ଡର ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିବା ପରେ ଯିଏ ଦେଖୁଛି, ଲୋମଟାଙ୍କୁରି ଯାଉଛି। ଚିଲଡ୍ରେନ୍ସ ଏକାଡେମିରେ କମ୍ପ୍ୟୁଟର ଶିକ୍ଷୟତ୍ରୀ ନିଶାତ ଫାତିମାଙ୍କୁ ହତ୍ୟାର ଦିନକ ପରେ ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଅଭିଯୁକ୍ତ ସାଉଦର ବର୍ବରତା ଦେହ ଥରାଇଦେଉଛି। ସ୍କୁଲର ଷ୍ଟାଫ ଓ ପିଲାଙ୍କ ସମ୍ମୁଖରେ ଫାତିମାଙ୍କୁ ଘୋଷାଡ଼ି ନେଇଥିଲା। ପ୍ରଥମ ମହଲାକୁ ନେଇଯାଇଥିଲା। ହାତ ଯୋଡ଼ି ଛାଡ଼ିବାକୁ ଯେତେ ନେହୁରା ହୋଇଥିଲେ ସୁଦ୍ଧା ଶୁଣିନଥିଲା ସାଉଦ। ଆଖପାଖରେ ସମସ୍ତେ ଉପସ୍ଥିତ ଥିଲେ ହେଁ, କେହି ରୋକିବାକୁ ପ୍ରୟାସ କରିନଥିଲେ। ଏପରିକି ତତ୍କାଳ ପୁଲିସକୁ ବି ସୂଚନା ଦେବାକୁ କୌଣସି ପ୍ରୟାସ କଲେନି। ସ୍କୁଲରେ ପଶିଥିଲା ଓ କ୍ଲାସରୁମ ଆଗରେ ଗୁଳି ମାରି ହତ୍ୟାକଲା। ଆଉ ନିଜକୁ ବି ଗୁଳି କରି ଆତ୍ମହତ୍ୟା କରିଦେଲା। ଫୁଟେଜରୁ କେହି ବି ଅନୁମାନ କରିପାରିବେ, ଫାତିମାଙ୍କୁ ସାଉଦ ଅନସାରି ସ୍ୱାଭାବିକ ଭାବେ ଭେଟିବାକୁ ଆସିନଥିଲା। ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା। ହେଲେ କିଛି ଦିନ ହେଲା ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଏପରିକି ବ୍ରେକଅପ ସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସାଉଦ୍ ରାଜି ନଥିଲା। ଆଉ କେହି କହୁଛନ୍ତି, ନିଶାତର ପରିବାର ସାଉଦ ଘରକୁ ବିବାହ ପ୍ରସ୍ତାବ ନେଇକି ଯାଇଥିଲେ। କିନ୍ତୁ ସେପଟୁ କୌଣସି ସ୍ପଷ୍ଟ ଉତ୍ତର ଆସିନଥିଲା। ଏହା ପରେ ନିଶାତଠୁ ଦୂରେଇ ରହିଲେ ଫାତିମା। ଏହାକୁ ନେଇ ଦୁହିଁଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଫାତିମାଙ୍କୁ ହତ୍ୟା ପରେ ସାଉଦ ବି ସୁଇସାଇଡ୍ କରିଦେଇଛି।
