ମାଆ ଶବ ମିଳିବାର ୧୦ ଦିନ ପରେ ପୁଅର ଶବ
ମଞ୍ଜୁ ଦେବୀ ଓ ବିକାଶ ପାଶଓ୍ୱାନ ସ୍କୁଲ ସମୟରୁ ପରସ୍ପରକୁ ଜାଣିଥିଲେ। ଦୁହିଁଙ୍କ ଭିତରେ ଲମ୍ୱା ସମୟ ଧରି ସମ୍ପର୍କ ଥିଲା। ଦୁହିଁଙ୍କ ଅଲଗା ଅଲଗା ବିବାହ ସତ୍ତ୍ୱେ ସେମାନଙ୍କ ସମ୍ପର୍କ ଅତୁଟ ରହିଥିଲା। ତେବେ ମଞ୍ଜୁଙ୍କ ଆଉ କାହା ସହ ସମ୍ପର୍କ କଥା ଜାଣିବା ପରେ ରାଗ ଓ ବିବାଦରୁ ସେ ମଞ୍ଜୁଙ୍କୁ ହତ୍ୟା କରିଦେଲା। ଚେହେରାରେ ଏସିଡ ଢାଳି ଜଳାଇଦେଲା।

ମାଆ ହତ୍ୟାର ରହସ୍ୟ ଖୋଲିବା ଭୟରେ ୬ ବର୍ଷର ପୁଅକୁ ମାରିଦେଲା। ୧୦ ଦିନ ପରେ ଆସିଲା ବିପଜ୍ଜନକ ସତ। ବିହାରର ମୁଜାଫରପୁରରେ ମାଆ-ପୁଅ ହତ୍ୟାକାଣ୍ଡର ଖୁଲାସା ହୋଇଛି। ପ୍ରେମସମ୍ପର୍କ ବିବାଦରୁ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଆଉ ଘଟଣାର ସାକ୍ଷୀ ସାଜିଥିବା ୬ ବର୍ଷର ପୁଅକୁ ବି ମାରିଦେଲେ ଦୁର୍ବୃତ୍ତ। ମହିଳାଙ୍କ ଶବ ମିଳିବାର ୧୦ ଦିନ ପରେ ପିଲାଟିର ଶବ ବୁଦାମୂଳରୁ ଜବତ ହୋଇଛି। ଏ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିକାଶ ପାଶଓ୍ୱାନକୁ ପୁଲିସ ଗିରଫ କରିଛି। ତା କହିବା ଅନୁସାରେ ୬ ବର୍ଷୀୟ ଆର୍ଯ୍ୟନର ଶବକୁ ଜବତ କରାଯାଇଛି। ଜୁଲାଇ ୨୩ରେ ମଞ୍ଜୁ ଦେବୀକୁ ବଗିଚାକୁ ଡାକିଥିଲା ବିକାଶ। ସେଠାରେ ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କକୁ ନେଇ ବିବାଦ ଓ ବଚସାରୁ ସେ ମଞ୍ଜୁକୁ ହତ୍ୟା କରିଦେଲା। ମଞ୍ଜୁ ସହ ତାଙ୍କର ୬ ବର୍ଷର ପୁଅ ବି ଥିଲା। ପୁଅ ମୁହଁରୁ ରହସ୍ୟ ଖୋଲିଯିବା ଭୟରେ ତାକୁ ବି ମାରିଦେଲା ବିକାଶ। ମାଆ ପୁଅଙ୍କୁ ହତ୍ୟା ପରେ ଶବକୁ ବଗିଚାର ଅଲଗା ଅଲଗା ବୁଦାମୂଳରେ ଲୁଚାଇଦେଲା। ଜୁଲାଇ ୨୭ରେ ମଞ୍ଜୁର ଶବ ଜବତ ହୋଇଥିଲା। ଏହାର ପ୍ରାୟ ୧୦ ଦିନ ପରେ ଏରିଆର ପ୍ରାୟ ଶହେ ମିଟର ଦୂର ବୁଦାରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟଲୋକେ ପୁଲିସକୁ ଜଣାଇଥିଲେ। ଆଉ ପୁଲିସ ସଢ଼ି ଯାଇଥିବା ଶବକୁ ଜବତ କରିଥିଲା। ଅଭିଯୁକ୍ତକୁ ଜେରା ପରେ ମୃତକଙ୍କ ମୋବାଇଲ ଫୋନ୍ ଓ ନାଲି ରଙ୍ଗର ଏକ ତରଳପଦାର୍ଥ ଭର୍ତ୍ତି ଏକ ପ୍ଲାଷ୍ଟିକ ବୋତଲ ଜବତ କରିଥିଲା ପୁଲିସ। ପୁଲିସ ତଦନ୍ତରୁ ଜଣାପଡ଼ିଛି, ମଞ୍ଜୁ ଦେବୀ ଓ ବିକାଶ ପାଶଓ୍ୱାନ ସ୍କୁଲ ସମୟରୁ ପରସ୍ପରକୁ ଜାଣିଥିଲେ। ଦୁହିଁଙ୍କ ଭିତରେ ଲମ୍ୱା ସମୟ ଧରି ସମ୍ପର୍କ ଥିଲା। ଦୁହିଁଙ୍କ ଅଲଗା ଅଲଗା ବିବାହ ସତ୍ତ୍ୱେ ସେମାନଙ୍କ ସମ୍ପର୍କ ଅତୁଟ ରହିଥିଲା। ତେବେ ମଞ୍ଜୁଙ୍କ ଆଉ କାହା ସହ ସମ୍ପର୍କ କଥା ଜାଣିବା ପରେ ରାଗ ଓ ବିବାଦରୁ ସେ ମଞ୍ଜୁଙ୍କୁ ହତ୍ୟା କରିଦେଲା। ବିକାଶକୁ ଫେରାରରେ ସହଯୋଗ କରିଥିବାରୁ ବିକାଶଙ୍କ ବାପା ହରି ପାଶଓ୍ୱାନଙ୍କୁ ବି ଗିରଫ କରାଯାଇଛି।
