BJD ON MMDR: ୨୮ରେ ବିଧାନସଭା ଘେରିବ ବିଜେଡି
MMDR ଆଇନକୁ ନେଇ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ ତୀବ୍ର କରିବ ବିଜୁ ଜନତା ଦଳ । ଏହି ଆଇନ ଦ୍ୱାରା ସଂଘୀୟ ବ୍ୟବସ୍ଥା ଉପରେ ପ୍ରହାର ହୋଇଥିବା ଏବଂ ଜମି ଓ ଖଣି ଉପରେ ରାଜ୍ୟର ଅଧିକାର କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରିଛି ବିଜେଡି ଦଳ ।
MMDR ଆଇନକୁ ନେଇ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ ତୀବ୍ର କରିବ ବିଜୁ ଜନତା ଦଳ (ବିଜେଡି)। ଏହି ଆଇନ ଦ୍ୱାରା ସଂଘୀୟ ବ୍ୟବସ୍ଥା ଉପରେ ପ୍ରହାର ହୋଇଥିବା ଏବଂ ଜମି ଓ ଖଣି ଉପରେ ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଛି ଦଳ । ଏହା ଯୋଗୁଁ ଓଡ଼ିଶାର ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ହେବ ବୋଲି ବିଜେଡି ଆଶଙ୍କା କରିଛି। ବିଜେଡିର ଅଭିଯୋଗ ଅନୁସାରେ, ବିଧାନସଭାରେ ଏନେଇ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ ଦଳ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇନାହାନ୍ତି । ଏହାର ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ବିଧାନସଭା ଘେରାଓ କରିବା ସହ ବଡ଼ ଧରଣର ପ୍ରତିବାଦ ସଭା କରିବ ବିଜେଡି । ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିବାଦ କାର୍ଯ୍ୟକ୍ରମ ହେବ । ସେହିପରି, ଆସନ୍ତା ୨୬ ତାରିଖରେ ରାୟଗଡ଼ା ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରିବାକୁ ବିଜେଡି ଘୋଷଣା କରିଛି । ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ବିଧାନସଭାରେ ବିଜେଡି ଏହି ପ୍ରସଙ୍ଗକୁ ଲଗାତାର ଉଠାଇବ । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନଥିବାରୁ ଦଳ ପ୍ରତିବାଦର ପଥ ବାଛିଛି ବୋଲି ସେ କହିଛନ୍ତି । ଅରୁଣ ସାହୁଙ୍କ ସୂଚନା ଅନୁସାରେ, ଆଜି ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । MMDR ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

