Mining Raid at Mayurbhanj: ରାତି ଅଧରେ ମାଇନିଂ ବିଭାଗର ଚଢ଼ାଉ, ଧରାପଡ଼ିଲା ୪ ବାଲି ବୋଝେଇ ଟ୍ରାକ୍ଟର
ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ବିରୋଧରେ ମାଇନିଂ ବିଭାଗର ଚଢ଼ାଉ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ କୁଳିଅଣା ଥାନା ଅଧୀନ କୁଚେଇ ଅଞ୍ଚଳରେ ଅଚାନକ ଚଢ଼ାଉ କରାଯାଇ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି।
ବାଲି ଚାଲାଣ ଉପରେ ମାଇନିଂ ବିଭାଗର ଆକ୍ସନ | ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ବିରୋଧରେ ମାଇନିଂ ବିଭାଗର ଚଢ଼ାଉ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ କୁଳିଅଣା ଥାନା ଅଧୀନ କୁଚେଇ ଅଞ୍ଚଳରେ ଅଚାନକ ଚଢ଼ାଉ କରାଯାଇ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ତେବେ ଦିନବେଳେ କୁଳିଅଣା ବଜାର ଦେଇ ହେଉଥିବା ବୋଲି ଅଭିଯୋଗ ଥିବା ବାଲି ପରିବହନ ଉପରେ ନିୟମିତ ଯାଞ୍ଚ ହେବ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି । କୁଚେଇ ଅଞ୍ଚଳରେ ମାଇନିଂ ବିଭାଗର ଅଚାନକ ଚଢ଼ାଉ । ବେଆଇନ ବାଲି ପରିବହନ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ ବିଭାଗର ଏକ ଟିମ୍ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଏହି ସମୟରେ ବାଲି ବୋଝେଇ କରି ଯାଉଥିବା ୪ଟି ଟ୍ରାକ୍ଟରକୁ ଅଟକାଇ ଜବତ କରାଯାଇଥିଲା ଜବତ ହୋଇଥିବା ୪ଟି ଟ୍ରାକ୍ଟରକୁ ପରେ କୁଳିଅଣା ଥାନାକୁ ନିଆଯାଇ ପୁଲିସ ଜିମା ଦିଆଯାଇଛି। ବାଲି ଉତ୍ତୋଳନ ଓ ପରିବହନ ସମ୍ପର୍କିତ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ, ସେନେଇ ବିଭାଗୀୟ ପ୍ରକ୍ରିୟା ଆଗକୁ ବଢ଼ିବାର ସୂଚନା ମିଳିଛି । ତେବେ ଏହି ଚଢ଼ାଉ ପରେ ଦିନବେଳା ବାଲି ପରିବହନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୁଳିଅଣା ବଜାର ଦେଇ ଦିନବେଳେ ମଧ୍ୟ ବାଲି ବୋଝେଇ ଟ୍ରାକ୍ଟର ଯାତାୟାତ କରୁଛି। ଏହି ଅଭିଯୋଗର ସତ୍ୟତା ନେଇ ସ୍ୱତନ୍ତ୍ର ଯାଞ୍ଚ ଆବଶ୍ୟକ ହୋଇଥିବା ବେଳେ, ଏଭଳି ପରିବହନ ଉପରେ ନିୟମିତ ଯାଞ୍ଚ ହେବ କି ନାହିଁ, ତାହା ଉପରେ ନଜର ରହିଛି |ରାତିରେ ଚଢ଼ାଉ କରି ୪ଟି ଟ୍ରାକ୍ଟର ଜବତ କରିଛି ମାଇନିଂ ବିଭାଗ। ଏବେ ଦିନବେଳା ହେଉଥିବା ବୋଲି ଅଭିଯୋଗ ଥିବା ବାଲି ପରିବହନ ଉପରେ କେତେ କଡ଼ା ନଜର ରଖାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।
