Delhi Showroom Murder:ବିବାହ ପାଇଁ ମନା କରିବାରୁ - ଟ୍ରାଏଲ ରୁମରେ କାଟିଦେଲା ଗଳା
ଅଭିଯୁକ୍ତ ସୋରୁମରେ ପହଞ୍ଚି ତାଙ୍କୁ ଚେଞ୍ଜିଂ ରୁମ ଭିତରକୁ ନେଇ ତାଙ୍କ ଗଳା କାଟି ଦେଇଥିଲା। ସୋ ରୁମ୍ ବନ୍ଦ ହେବାର କିଛି ସମୟ ପୂର୍ବରୁ କରିଥିଲା ମର୍ଡର। ରାତି ୯ଟାରେ ଯେତେବେଳେ କର୍ମଚାରୀମାନେ ସୋରୁମ୍ ବନ୍ଦ କରିବାକୁ ବସିଥିଲେ। ଟ୍ରାଏଲ ରୁମ ଚେକ୍ ବେଳେ ଦେଖିଲେ, ସବନମଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ିଛି। ତାକୁ ବିବାହ କରିବାକୁ ସବନମ ମନା କରିବାରୁ ଏଥିରେ କ୍ଷୁବ୍ଧ ଥିଲା ସୁରଜ।

ସୋ-ରୁମର ଚେଞ୍ଜିଂ ରୁମରେ ଯୁବତୀଙ୍କୁ ମର୍ଡର କରିଥିବା ଅଭିଯୁକ୍ତ ଗିରଫ। ଦିଲ୍ଲୀର ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ପଛର ରହସ୍ୟ ଉପରୁ ବି ପରଦା ଉଠାଇଛି ପୁଲିସ। ମୋତିନଗରରେ ଥିବା ଏକ ସୋରୁମର ଚେଞ୍ଜିଂ ରୁମରେ ମର୍ଡର କରିଥିଲା ଅଭିଯୁକ୍ତ ସୁରଜ। ଏକତରଫା ପ୍ରେମର କରୁଣ ପରିଣତି ଭୋଗିଲା ଯୁବତୀ। ସୋସିଆଲ ମିଡିଆରେ ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି। ଯେଉଁଠି ଦେଖାଯାଉଛି, ମୃତକଙ୍କୁ ନିସ୍ତୁକ ପିଟୁଛି ଅଭିଯୁକ୍ତ। କେଶ ଘୋଷାଡ଼ି ନେଇ ଗଳା କାଟିଦେଲା ଅଭିଯୁକ୍ତ, CCTVରେ କଏଦ ହୋଇଛି ଏହି ଭୟଙ୍କର ଦୃଶ୍ୟ। ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ଦିଲ୍ଲୀ ବାହାରକୁ ଫେରାର୍ ହେବାକୁ ଯୋଜନା କରିଥିଲା। କିନ୍ତୁ ଟେକ୍ନିକାଲ ଓ ମାନୁଆଲ ସର୍ଭେଲାନ୍ସ ଜରିଆରେ ଅଭିଯୁକ୍ତକୁ ପୁଲିସ ଗିରଫ କଲା। ଶନିବାର ରାତିରେ କପଡ଼ା ସୋରୁମ୍ ରେ କାମ କରୁଥିଲେ ୧୮ ବର୍ଷୀୟ ଯୁବତୀ ସବନମ। ଅଭିଯୁକ୍ତ ସୋରୁମରେ ପହଞ୍ଚି ତାଙ୍କୁ ଚେଞ୍ଜିଂ ରୁମ ଭିତରକୁ ନେଇ ତାଙ୍କ ଗଳା କାଟି ଦେଇଥିଲା। ସୋ ରୁମ୍ ବନ୍ଦ ହେବାର କିଛି ସମୟ ପୂର୍ବରୁ କରିଥିଲା ମର୍ଡର। ରାତି ୯ଟାରେ ଯେତେବେଳେ କର୍ମଚାରୀମାନେ ସୋରୁମ୍ ବନ୍ଦ କରିବାକୁ ବସିଥିଲେ। ଟ୍ରାଏଲ ରୁମ ଚେକ୍ ବେଳେ ଦେଖିଲେ, ସବନମଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ିଛି। ତାକୁ ବିବାହ କରିବାକୁ ସବନମ ମନା କରିବାରୁ ଏଥିରେ କ୍ଷୁବ୍ଧ ଥିଲା ସୁରଜ। ଅଭିଯୁକ୍ତ ସୁରଜ ମୃତକ ଶବନମ ଭଉଣୀର ଦିଅର ଅଟେ। ଅର୍ଥାତ ଭାଉଜର ଭଉଣୀ ଥିଲେ ସବନମ। ସବନମକୁ ବିବାହ କରିବାକୁ ଲମ୍ୱାସମୟ ଧରି ଚାପ ପକାଉଥିଲା ସୁରଜ। କିନ୍ତୁ ସବନମ ଓ ତା ପରିବାର ଏହି ବିବାହକୁ ରାଜି ନଥିଲେ। ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍ର ଟ୍ରାଏଲ୍ ରୁମ୍ରେ ଘଟିଛି ଏହି ହୃଦୟବିଦାରକ ହତ୍ୟାକାଣ୍ଡ।
ଘଟଣାଟି ପଶ୍ଚିମ ଦିଲ୍ଲୀର ମୋତି ନଗର ମେଟ୍ରୋ ଷ୍ଟେସନ୍ ନିକଟରେ ଥିବା ଏକ ଗାର୍ମେଣ୍ଟ ଶୋ’ରୁମ୍ରେ ନଭେମ୍ୱର ୧୪ ତାରିଖ ଶନିବାର ସନ୍ଧ୍ୟାରେ ଘଟିଥିଲା। ନଭେମ୍ୱର ୧୫ ତାରିଖରେ ପୋଲିସ ଅଭିଯୁକ୍ତ ସୂରଜକୁ ଗିରଫ କରିଛି। ଅଭିଯୁକ୍ତ ସୂରଜ ଶୋ’ରୁମ୍ରେ ପହଞ୍ଚିଥିଲା। ଶବନମଙ୍କ ସହ ଯୁକ୍ତିତର୍କ ଓ ଆକ୍ରମଣ କରିବା ପରେ ତାଙ୍କୁ ଟ୍ରାଏଲ୍ ରୁମ୍ ଭିତରକୁ ଘୋଷାଡ଼ି ନେଇଥିଲା। ସେଠାରେ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୮ଟା ୫୧ ମିନିଟ୍ରେ ଶୋ’ରୁମ୍ରୁ ରକ୍ତ ପଡ଼ିଥିବା ନେଇ ପୋଲିସକୁ PCR କଲ୍ ଯାଇଥିଲା। ପୋଲିସ ପହଞ୍ଚି ଟ୍ରାଏଲ୍ ରୁମ୍ ଭିତରୁ ଶବନମଙ୍କ ମୃତଦେହ ଉଦ୍ଧାର କରିଥିଲା। ତାଙ୍କ ନିକଟରୁ ଏକ ଛୁରୀ ମଧ୍ୟ ଜବତ ହୋଇଥିବା ରିପୋର୍ଟ ହୋଇଛି। ଏହି ହତ୍ୟାକାଣ୍ଡର CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ଘଟଣାର ଭୟାବହତା ଜଣାପଡ଼ିଛି। ଫୁଟେଜ୍ରେ କମଳା ରଙ୍ଗର ଟି-ସାର୍ଟ ପିନ୍ଧି ଜଣେ ଯୁବକ ଶୋ’ରୁମ୍କୁ ପ୍ରବେଶ କରୁଥିବା ଦେଖାଯାଇଛି। ସେଠାରେ ବସିଥିବା ଶବନମଙ୍କ ସହ ଯୁକ୍ତିତର୍କ କରିବା ପରେ ତାଙ୍କୁ ଆକ୍ରମଣ କରିଥିଲା। ଏହି ଫୁଟେଜ୍କୁ ଆଧାର କରି ପୋଲିସ ଅଭିଯୁକ୍ତର ପରିଚୟ ଓ ଗତିବିଧି ଯାଞ୍ଚ କରିଥିଲା। ଅଭିଯୁକ୍ତ ସୁରଜ ପେଶାରେ ଜଣେ କ୍ୟାବ୍ ଡ୍ରାଇଭର। ସବୁଠାରୁ ଚକିତ କଲା ଭଳି କଥା ହେଉଛି, ସୂରଜ ଶବନମଙ୍କ ପରିବାରର ଜଣେ ପରିଚିତ ଥିଲା। ଶବନମଙ୍କ ଦୁଇ ଭଉଣୀଙ୍କ ବିବାହ ସୂରଜର ଦୁଇ ଭାଇଙ୍କ ସହ ହୋଇଥିଲା। ଏହି କାରଣରୁ ଦୁଇ ପରିବାର ମଧ୍ୟରେ ନିୟମିତ ଯିବାଆସିବା ଥିଲା। ଶବନମଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ସୂରଜ ଶବନମଙ୍କୁ ବିବାହ କରିବାକୁ ଚାହୁଁଥିଲା। କିନ୍ତୁ ଶବନମ ଏହି ପ୍ରସ୍ତାବକୁ ବାରମ୍ବାର ମନା କରୁଥିଲେ। ପରିବାରର ଅଭିଯୋଗ ଅନୁସାରେ, ସୂରଜ ଦୀର୍ଘଦିନ ଧରି ଶବନମଙ୍କୁ ପିଛା କରୁଥିଲା। ଫୋନ୍ କରିବା, ସୋସିଆଲ୍ ମିଡିଆ ଉପରେ ନଜର ରଖିବା ଏବଂ ରାସ୍ତାରେ ହଇରାଣ କରିବା ଭଳି ଅଭିଯୋଗ ରହିଛି। ପରିବାର ଲୋକେ କହିଛନ୍ତି, ୨୦୨୫ ଜାନୁଆରୀରେ ଶବନମଙ୍କୁ ସୂରଜ ମାଡ଼ ମାରିଥିବା ଅଭିଯୋଗରେ ପୋଲିସରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ହୋଇଥିଲା। ପରେ ସମାଧାନ ହେବାରୁ ଅଭିଯୋଗ ପ୍ରତ୍ୟାହାର କରାଯାଇଥିଲା।
