Duliajan Triple Murder:ଟ୍ରିପଲ ମର୍ଡର ପଛରେ ଭଡ଼ାଟିଆ
ଘର ଭିତରୁ ଅବସରପ୍ରାପ୍ତ ଅଏଲ୍ ଇଣ୍ଡିଆ କର୍ମଚାରୀ, ତାଙ୍କ ପତ୍ନୀ ଓ ଝିଅଙ୍କ ମୃତଦେହ ମିଳିଛି। ଏହି ମାମଲାରେ ଘରର ପୁରୁଣା କେୟାରଟେକର୍ ରାଜୁ ଦାସ ଏବଂ ତାଙ୍କ ସମ୍ପର୍କୀୟ ଅମିର ଦାସଙ୍କୁ ପୋଲିସ ଅଟକ ରଖିଛି। ମୃତ ନିହାରିକା ନାଗାଓଁରେ ପୋଷ୍ଟ ଗ୍ରାଜୁଏସନ୍ କରୁଥିଲେ।ଦୁଇ ଅଭିଯୁକ୍ତଙ୍କୁ ଟ୍ରେନରୁ ଗିରଫ କଲା ପୁଲିସ।

ଆସାମର ଦୁଲିୟାଜାନ ଟ୍ରିପଲ ମର୍ଡର ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଟ୍ରେନରୁ ଗିରଫ କଲା ପୁଲିସ। ଅଭିଯୁକ୍ତ ଅମିର ଦାସ ଓ ରାଜୁ ଦାସ ଅଓ୍ୱଧ ଆସାମ ଏକ୍ସପ୍ରେସରେ ଧରାପଡ଼ିଲେ। ରାଜ୍ୟରୁ ଫେରାର ହେବାକୁ ବସିଥିଲେ। ଅବସରପ୍ରାପ୍ତ ଅଏଲ ଇଣ୍ଡିଆ କର୍ମଚାରୀ ଚନ୍ଦ୍ରକାନ୍ତ ଭୂୟାଁ, ତାଙ୍କ ପତ୍ନୀ ଏଲିଜା ଓ ଝିଅ ନିହାରିକାକୁ ସୋମବାର ନୃଶଂସ ହତ୍ୟା କରିଥିଲେ। ଅଭିଯୁକ୍ତ ରାଜୁ ଦାସ ଚନ୍ଦ୍ରକାନ୍ତଙ୍କ ଘରେ ଭଡ଼ାରେ ରହୁଥିଲା। ସେ କେୟାରଟେକର ଭାବେ କାମ କରୁଥିଲା।ଆସାମର ଡିବ୍ରୁଗଡ଼ ଜିଲ୍ଲା ଅନ୍ତର୍ଗତ ଡୁଲିଆଜାନରେ ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘର ଭିତରୁ ଅବସରପ୍ରାପ୍ତ ଅଏଲ୍ ଇଣ୍ଡିଆ କର୍ମଚାରୀ, ତାଙ୍କ ପତ୍ନୀ ଓ ଝିଅଙ୍କ ମୃତଦେହ ମିଳିଛି। ଏହି ମାମଲାରେ ଘରର ପୁରୁଣା କେୟାରଟେକର୍ ରାଜୁ ଦାସ ଏବଂ ତାଙ୍କ ସମ୍ପର୍କୀୟ ଅମିର ଦାସଙ୍କୁ ପୋଲିସ ଅଟକ
ରଖିଛି। ମୃତ ନିହାରିକା ନାଗାଓଁରେ ପୋଷ୍ଟ ଗ୍ରାଜୁଏସନ୍ କରୁଥିଲେ।
ତାହେଲେ କେମିତି ସାମ୍ନାକୁ ଆସିଲା ହତ୍ୟାକାଣ୍ଡ?
ନଭେମ୍ବର ୧୬, ସୋମବାର ସନ୍ଧ୍ୟାରେ ଡୁଲିଆଜାନର କମଳାବାରୀ ଅଞ୍ଚଳରେ ଥିବା ଘରକୁ ଜଣେ ପଡ଼ୋଶୀ ଛଠ୍ ପୂଜାର ପ୍ରସାଦ ଦେବାକୁ ଯାଇଥିଲେ।ଘରୁ କୌଣସି ଉତ୍ତର ନମିଳିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା।ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘରର କବାଟ ଖୋଲି ତିନିଜଣଙ୍କ ମୃତଦେହ ଭିନ୍ନ ଭିନ୍ନ କୋଠରୀରୁ ଉଦ୍ଧାର କରିଥିଲା।ଚନ୍ଦ୍ରକାନ୍ତଙ୍କ ମୃତଦେହ ଡ୍ରଇଂ ରୁମ୍ରେ, ପତ୍ନୀଙ୍କ ମୃତଦେହ ରୋଷେଇ ଘରେ ଏବଂ ଝିଅଙ୍କ ମୃତଦେହ ତାଙ୍କ କୋଠରୀରେ ମିଳିଥିଲା।ଏହି ହତ୍ୟାକାଣ୍ଡ ପଛରେ ପୋଲିସ ତଦନ୍ତରେ ଦୁଇଜଣଙ୍କ ନାମ ସାମ୍ନାକୁ ଆସିଛି।
ରାଜୁ ଦାସ: ମୃତକଙ୍କ ଘରେ ପ୍ରାୟ ୮ ବର୍ଷ ଧରି ଭଡ଼ାଟିଆ ଓ କେୟାରଟେକର୍ ଭାବେ ରହୁଥିବା ବ୍ୟକ୍ତି। ଆଉ ଜଣେ ଅମିର ଦାସ ହେଉଛି ରାଜୁଙ୍କ ସମ୍ପର୍କୀୟ।ଆଜି ଆସାମ ପୋଲିସ ଉଭୟଙ୍କୁ ସିମାଲୁଗୁଡ଼ି ରେଳ ଷ୍ଟେସନ୍ ନିକଟରେ ଅବଧ ଆସାମ ଏକ୍ସପ୍ରେସ୍ରୁ ଧରିଛି। ସେମାନେ ଟ୍ରେନ୍ରେ କୋଲକାତା ଯିବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି। ଉଭୟଙ୍କୁ ପୋଲିସ ପଚରାଉଚରା କରୁଛି। ତଦନ୍ତ ସମୟରେ ପୋଲିସ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଘଟଣାସ୍ଥଳରୁ ରକ୍ତ ଲାଗିଥିବା ଦାଉଳି ଓ ଲୁହା ରଡ୍ ଜବତ ହୋଇଥିବା ରିପୋର୍ଟ ରହିଛି।ଘରର CCTV କ୍ୟାମେରା ବିଚ୍ଛିନ୍ନ
ଥିବା ଜଣାପଡ଼ିଛି। CCTV ଡିଭାଇସ୍ରୁ ତଥ୍ୟ ଉଦ୍ଧାର ପାଇଁ ପୋଲିସ ଚେଷ୍ଟା କରୁଛି। ରାଜୁ ଦାସ ଓ ତାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଘରକୁ ଆସିଥିବା ନେଇ ତଦନ୍ତରେ ସୂଚନା ମିଳିଛି। ଏହି ପ୍ରମାଣଗୁଡ଼ିକୁ ଆଧାର କରି ହତ୍ୟାର କ୍ରମ ଓ ଉଦ୍ଦେଶ୍ୟ ଜାଣିବାକୁ ପୋଲିସ ତଦନ୍ତ କରୁଛି। ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।ଟଙ୍କା କିମ୍ବା ସମ୍ପତ୍ତି ବିବାଦ, ପୁରୁଣା ଶତୃତା,ଘରର ଭଡ଼ାଟିଆ ଓ ମାଲିକଙ୍କ ମଧ୍ୟରେ କୌଣସି ବିବାଦ। ଯୋଜନାବଦ୍ଧ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା।ଡିବ୍ରୁଗଡ଼ ଜିଲ୍ଲାର SSP ଅଭିଜିତ ଗୌରବ ଦିଲୀପ ଘଟଣାସ୍ଥଳକୁ ଯାଇ ତଦନ୍ତର ତଦାରଖ କରିଥିଲେ। ଫରେନସିକ୍ ଟିମ୍ ମଧ୍ୟ ପ୍ରମାଣ ସଂଗ୍ରହ କରିଛି। ପୋଷ୍ଟମର୍ଟମ୍ ରିପୋର୍ଟ ଓ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ନଭେମ୍ୱର ୧୬ରୁ ରାଜୁର ମୋବାଇଲ ସ୍ୱିଚଅଫ୍ ଥିଲା। ସେଥିଲାଗି ପୁଲିସର ସବୁତକ ସନ୍ଦେହ ତା ଉପରେ ରହିଥିଲା। ପଡ଼ୋଶୀ ବି କହିଥିଲେ, ଦୁଇ ଜଣ ସନ୍ଦିଗ୍ଧ ସୋମବାରଠୁ ଆଖପାଖରେ ବୁଲୁଥିଲେ। ସେମାନଙ୍କ ଭିତରେ ରାଜୁ ଥିଲା।
