Puja Mandap Collapse : ମାଟିରେ ମିଶିଲା ୮୦ ଫୁଟର ଗଜଲକ୍ଷ୍ମୀ ମଣ୍ଡପ
ବାତ୍ୟା ‘ଅର୍ଣ୍ଣବ’ର ଭୟଙ୍କର ଝଟକା! ଭୁଶୁଡ଼ି ପଡ଼ିଲା ୮୦ ଫୁଟ୍ର ବିଶାଳ ମା’ ଗଜଲକ୍ଷ୍ମୀ ମଣ୍ଡପ!

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରାଜଧାନୀର କ୍ଲବ ଟାଉନ୍ ପଡ଼ିଆରେ ଘଟିଛି ବଡ଼ ଅଘଟଣ। ପ୍ରବଳ ଝଟକା ପବନରେ ଭୁଶୁଡ଼ି ପଡ଼ିଛି ଓଡ଼ିଶାର ସର୍ବବୃହତ୍ ବୋଲି କୁହାଯାଉଥିବା ୮୦ ଫୁଟ୍ ଉଚ୍ଚତାର ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ। ଏହି ଘଟଣା ପରେ ପୂଜା ମଣ୍ଡପ ପରିସରରେ ଆତଙ୍କ ଓ ଉଦ୍ବେଗର ପରିସ୍ଥିତି ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ହଠାତ୍ ଆସିଥିବା ପ୍ରବଳ ପବନ ଯୋଗୁଁ ମଣ୍ଡପର ବିଶାଳ ଢାଞ୍ଚା ଦୋହଲିବା ସହ ମୋଡ଼ି ହୋଇ ତଳେ ପଡ଼ିଯାଇଥିଲା। ଏହା ସହିତ ମଣ୍ଡପର ବିଶାଳ ତୋରଣ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଫଳରେ ପୂଜା ମଣ୍ଡପର ବ୍ୟାପକ କ୍ଷୟକ୍ଷତି ହୋଇଛି। ଘଟଣା ପରେ ପୂଜା କମିଟି ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି। ତେବେ ଏହି ଅଘଟଣରେ କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।ଏତେ ବଡ଼ ମଣ୍ଡପ ଭୁଶୁଡ଼ି ପଡ଼ିବା ପରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଘଟଣାରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ଏବଂ କେହି ଆହତ ହୋଇଛନ୍ତି କି ନାହିଁ, ତାହାର ସ୍ପଷ୍ଟ ଚିତ୍ର ଆଗାମୀ ସୂଚନା ପରେ ଜଣାପଡ଼ିବ।

