Maharastra FDA Raid : ତୁକାରାମ ମୁଣ୍ଡେଙ୍କ ଆକ୍ସନ ମୋଡ଼୍, 100 ଦିନରେ 12000 ରୁ ଅଧିକ ରେଡ୍,603 ଲାଇସେନ୍ସ ସସ୍ପେଣ୍ଡ୍ ଆଉ 875 ଗିରଫଦାରୀ
ମହାରାଷ୍ଟ୍ର FDA ତୁକାରାମ ମୁଣ୍ଡେଙ୍କ ନେତୃତ୍ୱରେ ଗତ 100 ଦିନରେ 12000 ରୁ ଅଧିକ ଚଢ଼ଉ କରି 603 ଲାଇସେନ୍ସ ନିଲମ୍ବିତ କରିବା ସହ 875 ଲୋକଙ୍କୁ ଗିରଫ କରିଛି |
ମହାରାଷ୍ଟ୍ରର FDA ଡ଼ାଇରେକ୍ଟର ତୁକାରାମ ମୁଣ୍ଡେ ଏବେ ଚର୍ଚାରେ,ତାଙ୍କ ଟିମ୍ ଗତ 100 ଦିନରେ 12000 ରୁ ଅଧିକ ଚଢ଼ଉ କରିଛନ୍ତି | ଏହି ଚଢ଼ାଉରେ ସେମାନେ 603 ଲାଇସେନ୍ସ ନିଲମ୍ବିତ କରିବାସହ 875 ଗିରଫ୍ତାରୀ କରିଛନ୍ତି | ଏହି ଆଙ୍କଡା ଗତବର୍ଷ ପୁରା ବର୍ଷର 16417 ନିରୀକ୍ଷଣ , 222 ଲାଇସେନ୍ସ ନିଲମ୍ବନ ଆଉ 584 ଗିରଫଦାରୀ ତୁଳନାରେ ବହୁତ ଅଧିକ | ଏହା ସ୍ପଷ୍ଟ ଭାବେ ଜଣାପଡୁଛି କି ଯେ ସାମାନ୍ୟ ଭାବରେ ଏକ ବର୍ଷରେ ହେଉଥିବା କାର୍ଯ୍ୟାନୁଷ୍ଠାନ ତୁଳନାରେ ଏହି ତିନି ମାସରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଆଉ AI ଆଧାରିତ ତଦାରଖ ରେ ବଡ ଫରକ୍ ଆସୁଛି | ଅଧିକାରୀମାନେ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି କି ଗତ 3 ମାସରେ ରାଜ୍ୟସାରା 1800 ରୁ ଅଧିକ ହୋଟେଲ ,କ୍ଲବ ଓ ଢାଵା ର ଯାଞ୍ଚ ପରଖ ପରେ ମହାରାଷ୍ଟ୍ର FDA ,199 ଖାଦ୍ୟ-ପେୟ ସ୍ଥାନର ଲାଇସେନ୍ସ ନିଲମ୍ବିତ କରିଛନ୍ତି | ଯାଞ୍ଚ ସମୟରେ ଅନେକ ଜାଗାର ରୋଷେଇ ଘରେ ଅସରପା,ଅପରିଷ୍କାର ବାସନ,ଖୋଲା ପଡିଥିବା ମାଂସ ଦେଖିବାକୁ ମିଳିଥିଲା | ଅଧିକାରୀ ମାନଙ୍କ ଅନୁସାରେ,ପୁଣେ ଡିଭିଜନ୍ ରେ ସବୁଠୁ ଅଧିକ ଲାଇସେନ୍ସ ନିଲମ୍ବିତ କରାଯାଇଛି |ଯେଉଁଥିରେ ଏହି କ୍ଷେତ୍ର ନିୟମ ଉଲଂଘନ ମାମଲାରେ ସବୁଠୁ ଆଗରେ , ଏହା ଛଡା କୋଲ୍ଡ ଚେନ୍ ଓ ସଫା ସୁତୁରା ସମ୍ବନ୍ଧୀୟ 948 ସୁଧାର ନୋଟିସ ମଧ୍ୟ ଜାରି କରାଯାଇଛି | FDA ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଓ ନିଲମ୍ବନ ମାମଲାରେ ପୁଣେ ସବୁଠୁ ଆଗରେ ଥିବାବେଳେ ତାପରେ କୋଙ୍କଣ , ଗ୍ରେଟର ମୁମ୍ବାଇ ଓ ନାସିକ୍ ଭଳି ସ୍ଥାନର ନାମ ଆଗକୁ ଆସୁଛି | ଏହି ସଂଖ୍ୟା 25 ମେ ରୁ ଅଗଷ୍ଟ 31 ସମୟ ଅବଧି ମଧ୍ୟର, ଏହି ବର୍ଷ ଆରମ୍ଭରୁ IAS ଅଧିକାରୀ ତୁକାରାମ ମୁଣ୍ଡେ ଦ୍ୱାରା ଏଜେନ୍ସି ର କାର୍ଯ୍ୟଭାର ସମ୍ଭାଳିଲା ପରେ FDA ରେସ୍ତୋରାଁ,ଦୁଗ୍ଧ କାରଖାନା ଓ ଖାଦ୍ୟ ନିର୍ମାଣ ସଂସ୍ଥା ଗୁଡିକ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା | FDA ରୁ ମିଳିଥିବା ତଥ୍ୟ ଅନୁସାରେ ହୋଟେଲ ଓ ରେସ୍ତୋରାଁ ଯାଞ୍ଚ ସମୟରେ ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ (FSS Act ) ର ଅନୁସୁଚି-4 ର ଗମ୍ଭୀର ଉଲଂଘନ ଦେଖିବାକୁ ମିଳିଥିଲା | ଏଥିରେ ସଫା ପାଣି ଓ ଜଳ ନିଷ୍କାସନ ର ବ୍ୟବସ୍ଥା ,କୋଲ୍ଡ ଚେନ୍ ,ନିୟମର ଉଲଂଘନ, ଫ୍ରିଜ ର ଭୁଲ ତାପମାନ ,ରୋଷେଇ ଘରେ ଅସରପା ଓ ପରିସ୍କାର ପରିଚ୍ଛନ୍ନତା ର ନିୟମ ର ପାଳନ କରିବା ଆଦି ସାମିଲ ଅଛି |
