Lucknow EMI Forced Blood: EMI ପାଇଁ ବନ୍ଧକ - ଟାଣିନେଲେ ଶରୀରରୁ ରକ୍ତ!
ଲକ୍ଷ୍ନୌର ନିଗୋହା ଥାନା କ୍ଷେତ୍ରରେ ମୋବାଇଲର EMIକୁ ନେଇ ନେଭାଲ କୁମାର ନାମକ ଜଣେ ଯୁବକଙ୍କୁ ଅପହରଣ କରି ବନ୍ଧକ ରଖିବା ସହ ଜୋରଜବରଦସ୍ତି ତାଙ୍କ ରକ୍ତ ବାହାର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି |
EMI ନ ଭରିପାରିବାରୁ ଯୁବକଙ୍କ ରକ୍ତ ବାହାର କରି ବିକିଲେ। ଲକ୍ଷ୍ନୌର ନିଗୋହା ଥାନା କ୍ଷେତ୍ରରେ ମୋବାଇଲର EMIକୁ ନେଇ ନେଭାଲ କୁମାର ନାମକ ଜଣେ ଯୁବକଙ୍କୁ ଅପହରଣ କରି ବନ୍ଧକ ରଖିବା ସହ ଜୋରଜବରଦସ୍ତି ତାଙ୍କ ରକ୍ତ ବାହାର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି | ଘଟଣାଟି ଆରମ୍ଭ ୮ ସେପ୍ଟେମ୍ବର ୨୦୨୬ରୁ ହୋଇଥିଲା | ରିପୋର୍ଟ ମୁତାବକ ,ନେଭାଲ ପାଖାପାଖି ବର୍ଷେ ପୂର୍ବରୁ ନିଗୋହାର ଏକ ମୋବାଇଲ ଦୋକାନରୁ ଜିରୋ ଡାଉନ ପେମେଣ୍ଟରେ ମୋବାଇଲ କିଣିଥିଲେ | କିଛି ସମୟ ପରେ EMI ଭରି ନପାରିବାରୁ, ତାଙ୍କଠାରୁ ମୋବାଇଲ ଫେରାଇ ନେଇଯାଇଥିଲା | ଅଭିଯୋଗ ଯେ ୮ ସେପ୍ଟେମ୍ବରକୁ ଶୁଭମ ସିଂ ନିଜର ଏକ ବନ୍ଧୁ ସହ ନେଭାଲର ଗାଁରୁ ବାହାନା କରି ନିଜ ସହିତ ନେଇଯାଇଥିଲେ | ଏହାପରେ ତାଙ୍କୁ ଲକ୍ଷ୍ନୌ ନେଇ ଏକ ହସ୍ପିଟାଲ/ବ୍ଲଡ଼ ବ୍ୟାଙ୍କରେ ତାଙ୍କ ଶରୀରରୁ ଏକ ୟୁନିଟ ରକ୍ତ ବାହାର କରାଯାଇଥିଲା | ପୁଣି ତାଙ୍କୁ ଆଉ ଏକ ରୁମକୁ ନେଇ ପାଖାପାଖି ଚାରି ଦିନ ଯାଏଁ ବନ୍ଧକ କରି ରଖାଯାଇ ଜୋରଜବରଦସ୍ତି କାମ କରାଇଥିଲେ | ୯ ସେପ୍ଟେମ୍ବରକୁ ଅଭିଯୁକ୍ତମାନେ ନେଭାଲର ପରିବାର ଠାରୁ ୨,୭୯୯ ଟଙ୍କା ଅନଲାଇନରେ ମାଗିଥିଲେ | ଏହା ସତ୍ତ୍ୱେ ତାଙ୍କୁ ଛାଡ଼ିନଥିଲେ ଏବଂ ପାଖାପାଖି ପରେ ତାକୁ ୧୨,୫୦୦ଟଙ୍କା ଦାବି କରାଯାଇଥିବା ସହ ଧମକ ମଧ୍ୟ ଦେଇଥିଲେ | ୧୨ ସେପ୍ଟେମ୍ବର ନେଭାଲଙ୍କ ଭାଇ ନିଗୋହା ଥାନାରେ ଅଭିଯୋଗ କରିଥିଲେ | ପୋଲିସ ଚାପରେ ଅଭିଯୁକ୍ତମାନେ ନେଭାଲକୁ ରା଼ପିଡୋ ମାଧ୍ୟମରେ ତାଙ୍କୁ ଘରକୁ ପଠାଇଥିଲେ | ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଥିବା କଥା କୁହାଯାଉଛି | ଏହାପରେ ପୋଲିସ ନେଭାଲଙ୍କ ମାଆଙ୍କ ଅଭିଯୋଗ ପରେ ଶୁଭମ ସିଂ ଓ ଦୁଇ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ FIR ରୁଜୁ କରିଥିଲେ | ବର୍ତ୍ତମାନ ଉପଲବ୍ଧ ସୂଚନା ଅନୁସାରେ ପୋଲିସ ତଦନ୍ତ କରୁଛି ଏବଂ ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି | ଅଭିଯୁକ୍ତଙ୍କ ଉପରେ ଅପହରଣ , ମାରପିଟ ,ଏବଂ ଜୋରଜବରଦସ୍ତି ରକ୍ତ ବାହାର କରିବାକୁ ନେଇ ଅଭିଯୋଗ କୋର୍ଟରେ ପ୍ରମାଣିତ ହୁଏ ,ତେବେ ଦଣ୍ଡରେ ଫୋୖଜଦାରି କୋର୍ଟର ଆଇନ ଅନୁଯାୟୀ ଜେଲଦଣ୍ଡ ଏବଂ ଜୋରିମାନା ଅନ୍ତର୍ଭୁକ୍ତ ହୋଇପାରେ |
