ଓ୍ୱାଟସଆପ୍ ଷ୍ଟାଟସ ଦେଇ ଡବଲ ମର୍ଡର ସହ ସୁଇସାଇଡ୍
ଷ୍ଟାଟସରେ ଲେଖିଥିଲା,ଆଜି ମୁଁ ମୋ ପତ୍ନୀଙ୍କୁ ମାରିଦେଇଛି। କାରଣ ସେ ମୋତେ ଧୋକା ଦେଇଥିଲା। ଏବେ ମୁଁ ନିଜକୁ ମରିବାକୁ ଯାଉଛି ଓ ନିଜ ଭଉଣୀକୁ ବି ମାରିବି। ଏ ସବୁ କଥା ପ୍ରଜ୍ଞା ଓ ଭରତକୁ ଜଣା। ଓ୍ୱାଟସଆପ ଷ୍ଟାଟସରେ ନିଜ ପତ୍ନୀଙ୍କ ବିଶ୍ୱାସଘାତକତାର ଆରୋପ ଲଦି ଏଭଳି କାଣ୍ଡ ଭିଆଇଲା ମାନସ।

ପତ୍ନୀ ଓ ନିଜ ଭଉଣୀଙ୍କୁ ମାରିଲା। ଆଉ ଶେଷରେ ନିଜେ ବି ଜୀବନ ହାରିଦେଲା। ଲକ୍ଷ୍ନୌରେ ଡବଲ ମର୍ଡର ଓ ସୁଇସାଇଡ ମାମଲାକୁ ନେଇ ସବୁଠି ହଇଚଇ। ଗୋମତିନଗର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ଅଫିସର ଥିବା ପତ୍ନୀ ଦିବ୍ୟା ମିଶ୍ରାଙ୍କୁ ବ୍ୟାଙ୍କ ବାହାରକୁ ଡାକି ସ୍ୱାମୀ ଗୁଳି କରିଦେଲେ। ଏହା ପରେ ଗୋଟିଏ କିଲୋମିଟର ଦୂରରେ ଥିବା ଘରେ ପହଞ୍ଚି ନିଜ ଉଭଣୀଙ୍କୁ ବି ଗୁଳି କରି ମାରିଦେଲେ। ଆଉ ପରେ ନିଜେ ସୁଇସାଇଡ୍ କରିଦେଲେ। ବ୍ୟାଙ୍କ୍ ଅଫିସର ଦିବ୍ୟା ମିଶ୍ରା ସାମ୍ୱାଦିକ ତଥା ୟୁଟ୍ୟୁବର ପ୍ରଜ୍ଞା ମିଶ୍ରାଙ୍କ ଭଉଣୀ। ଦିବ୍ୟା ଆଇସିଆଇସିଆଇ ବ୍ୟାଙ୍କରେ ରିଲେସନସିପ ମ୍ୟାନେଜର ଭାବେ କାମ କରୁଥିଲେ। ସ୍ୱାମୀ ମାନସ ସାକେତ ବାଜପେୟୀ ବି ଏସବିଆଇରେ କାମ କରୁଥିଲେ। ଦୁହିଁଙ୍କ ଭିତରେ ଛାଡ଼ପତ୍ର ମାମଲା ଚାଲିଥିଲା। ଆଲମବାଗରେ ରହୁଥିବା ଦିବ୍ୟା ମିଶ୍ରା ପ୍ରାୟ ବର୍ଷକ ତଳେୁ ସ୍ୱାମୀ ମାନସଠୁ ଛାଡ଼ପତ୍ର ନେବାକୁ କୋର୍ଟରେ ଅପିଲ୍ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦିବ୍ୟା ମିଶ୍ରା ନିଜର କୌଣସି କ୍ଲାଏଣ୍ଟଙ୍କୁ ଭେଟିବାକୁ ଯାଇଥିଲେ। କିଛି ସମୟ ପରେ ସେ ଫେରିବା ବେଳକୁ ଛକି ବସିଥିଲା ମାନସ। ମାମୁଲି କଥାବାର୍ତ୍ତା ପରେ ତୁରନ୍ତ ସେ ଫାୟାରିଂ କରିଥିଲା। ମାନସ ବାଜପେୟୀ ନିଜ ଭଉଣୀ ଶିବା ବାଜପେୟୀଙ୍କ ସହ ଭଡ଼ା ଘରେ ରହୁଥିଲେ। ତାଙ୍କ ବାପା ମାଆଙ୍କର ପୂର୍ବରୁ ପରଲୋକ ହୋଇସାରିଛି। ଅଭିଯୁକ୍ତ ଓ୍ୱାଟସଆପ୍ ଷ୍ଟାଟସ ଦେଇ ନିଜ ଦୋଷକୁ ସାକାର କଲା। ଷ୍ଟାଟସରେ ଲେଖିଥିଲା,ଆଜି ମୁଁ ମୋ ପତ୍ନୀଙ୍କୁ ମାରିଦେଇଛି। କାରଣ ସେ ମୋତେ ଧୋକା ଦେଇଥିଲା। ଏବେ ମୁଁ ନିଜକୁ ମରିବାକୁ ଯାଉଛି ଓ ନିଜ ଭଉଣୀକୁ ବି ମାରିବି। ଏ ସବୁ କଥା ପ୍ରଜ୍ଞା ଓ ଭରତକୁ ଜଣା। ଓ୍ୱାଟସଆପ ଷ୍ଟାଟସରେ ନିଜ ପତ୍ନୀଙ୍କ ବିଶ୍ୱାସଘାତକତାର ଆରୋପ ଲଦି ଏଭଳି କାଣ୍ଡ ଭିଆଇଲା ମାନସ। ଦିବ୍ୟା ଓ ତାଙ୍କ ସ୍ୱାମୀ ମାନସଙ୍କ ଭିତରେ ଦୀର୍ଘ ଦିନ ହେଲା ପାରିବାରିକ ବିବାଦ ଚାଲିଥିଲା। ଫ୍ୟାମିଲି କୋର୍ଟରେ ଏହା ବିଚାରାଧୀନ ଥିଲା। ପ୍ରତିଶୋଧ ନେବାକୁ ମାନସ ବ୍ୟାଙ୍କ ଆଗରେ ଗୁଳି କରି ଅଟୋରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଆଉ ଘରେ ବି ନିଜ ଜୀବନ ହାରିଦେଲା।
