ପ୍ରେମରୁ ପ୍ରତିଶୋଧ ଓ ହତ୍ୟା- ୬ ଦୋଷୀଙ୍କୁ ଆଜୀବନ ଜେଲ୍
ଏ ଚାରିଜଣ ରମନକୁ କୁରାଢ଼ୀ, ବାଡ଼ିରେ ଆକ୍ରମଣ କରିଥିଲେ। ଗମ୍ଭୀର ଆଘାତ କାରଣରୁ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ରମନ। ରମନପାଲଙ୍କ ହତ୍ୟା ଖବର ପାଇବାମାତ୍ରେ ରମନଙ୍କ ଭାଇ ସର୍ବେଶ ଓ ଅଜୟ କ୍ଷେତରେ ପହଞ୍ଚିଥିଲେ। ବଦଲା ନେବାକୁ ରମନଙ୍କ ପ୍ରେମିକା ତଥା ଓମପାଲଙ୍କ ପତ୍ନୀ ମମତାକୁ ଟାର୍ଗେଟ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା। ଦୁଇ ଭାଇ ଓଢଣୀରେ ମମତାର ଗଳାଚିପି ହତ୍ୟା କରିଦେଲେ।

ଶାହାଜାହାନପୁର ଡବଲ ମର୍ଡର ଘଟଣାରେ ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ। ପତ୍ନୀର ପ୍ରେମିକକୁ ମର୍ଡର। ପ୍ରତିଶୋଧ ସ୍ୱରୂପ ମହିଳାଙ୍କୁ ହତ୍ୟା। ପ୍ରେମ ପ୍ରସଙ୍ଗରୁ ଆରମ୍ଭ ଶତୃତା ଦୁଇ ପରିବାରକୁ ଛାରଖାର କରିଦେଲା। ଆଗ ପୂର୍ବତନ ସ୍ୱାମୀ ପତ୍ନୀଙ୍କ ପ୍ରେମିକକୁ ହତ୍ୟା କରିଦେଲା। ପରେ ପ୍ରତିଶୋଧ ନେବାକୁ ପ୍ରେମିକଙ୍କ ଭାଇମାନେ ସଂପୃକ୍ତ ମହିଳାଙ୍କୁ ମାରିଦେଲେ। ଆଉ ମଛ ଆରୋପ ପ୍ରତିପକ୍ଷ ଉପରେ ଲଦିଦେଲେ। ଆଉ ଏବେ କୋର୍ଟ ପୁରା ଘଟଣାକ୍ରମକୁ ତର୍ଜମା ପରେ ୬ ଦୋଷୀଙ୍କୁ ଆଜୀବନ କାରାବାସର ସଜ୍ଜା ଶୁଣାଇଛନ୍ତି। ୟୁପି ଶାହାଜାହାନପୁରରେ ଗଲା ୪ ବର୍ଷ ତଳେ ପ୍ରେମ ଓ ପ୍ରତିଶାଧରୁ ହତ୍ୟା ଘଟଣାରେ ଆସିଛି ରାୟ। ବିଚାରପତି ନେହା ଆନନ୍ଦ ଗୋଟିଏ ପକ୍ଷର ୪ ଓ ଅନ୍ୟ ପକ୍ଷର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ୪ ଦୋଷୀଙ୍କ ଉପରେ ୨୫ହଜାର ଟଙ୍କା ଲେଖାଏଁ ଜରିମାନା ଓ ବାଦି ପକ୍ଷର ୨ ଦୋଷୀଙ୍କ ଉପରେ ୫୫ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏ ମାମଲା ଜଲାଲାବାଦ ଥାନା ଅନ୍ତର୍ଗତ ଡହର ଗାଁର। ଜୁନ୍ ୮, ୨୦୨୨। ଡବଲ ମର୍ଡର ଘଟଣା ଆରମ୍ଭରୁ ଯେତିକି ସାଧାରଣ ଦେଖାଯାଉଥିଲା, ତଦନ୍ତରେ ଚକିତ କଲା ଭଳି ସତ ସାମ୍ନାକୁ ଆସିଥିଲା। ଓମପାଲ କଶ୍ୟପଙ୍କ ପତ୍ନୀ ମମତାଙ୍କର ଗାଁର ରମନ ପାଲ ଯାଦବଙ୍କ ସହ ପ୍ରେମସମ୍ପର୍କ ଥିଲା। ଦୁହେଁ ଦିଲ୍ଲୀରେ କାମ କରିବାକୁ ସାଙ୍ଗରେ ଯାଇଥିଲେ। ପରେ ଲକଡାଉନ ଲାଗିବା ପରେ ଗାଁକୁ ଫେରିଥିଲେ। ଗାଁକୁ ଫେରିବା ପରେ ଏ ସମ୍ପର୍କ ଲଗାତାର ବିବାଦ ଓ ଉତ୍ତେଜନାର କାରଣ ସାଜିଥିଲା। ମମତା ଓ ରମନଙ୍କ ଭିତରେ ପ୍ରେମସମ୍ପର୍କକୁ ବିରୋଧ କରୁଥିଲା ଓମପାଲ। ଜୁନ୍ ୮ ସଂଧ୍ୟାରେ ରମନ ଯେତେବେଳେ ସଂଧ୍ୟା ସାଢ଼େ୫ଟାରେ କ୍ଷେତରେ କାମ କରୁଥିଲେ। ସେତେବେଳେ ପୁଅ ସୋନୁ, ଅମିତ ଓ ଗାଁର ପ୍ରମୋଦ ସହ ପହଞ୍ଚିଥିଲା ଓମପାଲ୍। ଏ ଚାରିଜଣ ରମନକୁ କୁରାଢ଼ୀ, ବାଡ଼ିରେ ଆକ୍ରମଣ କରିଥିଲେ। ଗମ୍ଭୀର ଆଘାତ କାରଣରୁ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ରମନ। ରମନପାଲଙ୍କ ହତ୍ୟା ଖବର ପାଇବାମାତ୍ରେ ରମନଙ୍କ ଭାଇ ସର୍ବେଶ ଓ ଅଜୟ କ୍ଷେତରେ ପହଞ୍ଚିଥିଲେ। ବଦଲା ନେବାକୁ ରମନଙ୍କ ପ୍ରେମିକା ତଥା ଓମପାଲଙ୍କ ପତ୍ନୀ ମମତାକୁ ଟାର୍ଗେଟ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା। ଦୁଇ ଭାଇ ଓଢଣୀରେ ମମତାର ଗଳାଚିପି ହତ୍ୟା କରିଦେଲେ। ଆଉ ଘଟଣାକୁ ଏମିତି ଦର୍ଶାଇବାକୁ ଚେଷ୍ଟା କରାଗଲା ଯେମିତି ଏ ଦୁଇଟିଯାକ ମର୍ଡର ଓମପାଲ ଓ ତାଙ୍କ ପୁଅମାନେ ହିଁ କରିଛନ୍ତି। ପୁଲିସକୁ ରମନର ଭାଇ ସର୍ବେଶ କହିଥିଲେ ଯେ, ପ୍ରତିଶୋଧପରାୟଣ ସାଜି ତାଙ୍କ ଭାଇ ଓ ମମତାକୁ ମାରିଦେଇଛନ୍ତି ଓମପାଲ ଓ ତାଙ୍କ ଦୁଇ ପୁଅ। ଏ ଦିଗକୁ ନେଇ ପୁଲିସ ତଦନ୍ତ ଆଗେଇଥିଲା। ସାକ୍ଷୀ, ପରିସ୍ଥିତି, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା, ମମତାର ହତ୍ୟା ଓମପାଲ କି ତା ପୁଅ କରିନାହାନ୍ତି। ବରଂ ରମନର ଦୁଇ ଭାଇ ସର୍ବେଶ ଓ ଅଜୟ କରିଛନ୍ତି।
