Leopard skin seized: ନୂଆପଡ଼ାରୁ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ବନ ବିଭାଗର ଚଢ଼ଉ ରେ କାଲରାପତରିଆ ବାଘ ଛାଲ ଜବତ| ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ଫରେଷ୍ଟ ରେଞ୍ଜରେ ତସ୍କରୀ । ଘଟଣାସ୍ଥଳରୁ କୁମୁଣ୍ଟିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀ ଗିରଫ, ୱାଇଲ୍ଡଲାଇଫ୍ ଆକ୍ଟ ଅଧୀନରେ ମାମଲା ରୁଜୁ।
ନୂଆପଡ଼ା:ବନ ବିଭାଗ ଆୟତ୍ତ ବାହାରେ ଅବୈଧ ବନ୍ୟଜନ୍ତୁ ଶିକାର ଏବଂ ଚୋରା ଚାଲାଣ | ଦିନକୁ ଦିନ ନୂଆ ନୂଆ ତସ୍କରୀ ଆସୁଛି ସାମ୍ନାକୁ | ଓଡ଼ିଶା ଭିଜିଲାନ୍ସ ବନ ବିଭାଗ ହାତରେ ନୂଆ ମାମଲା । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧୀନସ୍ଥ ଉଦ୍ୟାନବନ୍ଧ ଫରେଷ୍ଟ ରେଞ୍ଜରେ ମଙ୍ଗଳବାର ଦିନ ହଠାତ୍ ଚଢ଼ାଉ କରି ଏକ କାଲରାପତରିଆ ବାଘ (Panthera pardus) ଛାଲ ଜବତ କରିଛି ଭିଜିଲାନ୍ସ ଟିମ୍ ।ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ ବନ ବିଭାଗର ଏକ ପ୍ରତିନିଧି ଦଳ ଏହି ଚଢ଼ାଉ କରିଥିଲେ। ପୋଲିସ ଓ ବନ ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନ ରେ କୁମ୍ଭନା ଥାନା ଅନ୍ତର୍ଗତ କୁମୁଣ୍ଟିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା ୯ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି, ଯାହା ଧାରା ୫୧ ଅଧୀନରେ ଦଣ୍ଡନୀୟ ଅପରାଧ |
ଏହି ଚୋରା ଚାଲାଣ ସମଗ୍ର ଅଞ୍ଚଳରେ ବନ୍ୟଜନ୍ତୁ ଶିକାରକୁ ନେଇ ଚିନ୍ତା ବଢ଼ାଇଦେଇଛି। ବାଘଟିକୁ କେଉଁ ସ୍ଥାନରେ ଶିକାର କରାଯାଇଥିଲା ଏବଂ ଏହି ତସ୍କରୀ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
