Leopard Skin Seiz :କଳାହାଣ୍ଡିରେ ବାଘ ଛାଲ ଚୋରା କାରବାରର ପର୍ଦ୍ଦାଫାସ୍
ବନ୍ୟଜନ୍ତୁ ଶିକାର ଓ ଚମଡ଼ା ଚୋରା କାରବାର ବିରୋଧରେ କଳାହାଣ୍ଡିରେ ବନବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ତଲାସି ବେଳେ ଦୁଇଟି କଲରାପତରିଆ ବାଘର ଛାଲ ଜବତ ହୋଇଥିବାବେଳେ ଘଟଣାରେ ସାତ ଜଣ ଗିରଫ ହୋଇଛନ୍ତି। ଆଉ ଚାରି ଜଣଙ୍କୁ ଖୋଜୁଛି ବନବିଭାଗ।
P
By Priti Chhanda BeheraPublished: Oct 30, 2026, 09:02 PM •1 min read •13 Views
କଳାହାଣ୍ଡି:କଳାହାଣ୍ଡିରେ ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ବନବିଭାଗର ବଡ଼ ଆକ୍ସନ୍। ଚଢ଼ାଉ କରି ଦୁଇଟି କଲରାପତରିଆ ବାଘର ଛାଲ ଜବତ କରିବା ସହ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ବନବିଭାଗ। ଅନ୍ୟ ୪ ଜଣ ଫେରାର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ତଳଆମପଦର ଗାଁରେ ଏହି ଚଢ଼ାଉ କରାଯାଇଥିଲା। ବିଶେଷ ସୂତ୍ରରୁ ବନବିଭାଗକୁ ବାଘ ଛାଲ ଥିବା ନେଇ ଖବର ମିଳିବା ପରେ ଟିମ୍ ଗାଁରେ ପହଞ୍ଚି ତଲାସି ଆରମ୍ଭ କରିଥିଲା। ଏହି ସମୟରେ ଦୁଇଟି କଲରାପତରିଆ ବାଘର ଛାଲ ମିଳିଥିଲା। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୭ ଜଣଙ୍କୁ ଧରିଛି ବନବିଭାଗ। ତେବେ ଅନ୍ୟ ୪ ଜଣ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି।ଏହି ଘଟଣା ପରେ ବାଘ ଶିକାର ଓ ବନ୍ୟଜନ୍ତୁଙ୍କ ଚମଡ଼ା ଚୋରା କାରବାରର ବ୍ୟାପକତାକୁ ନେଇ ପ୍ରଶ୍ନ ଉଠିଛି। ଏହି କାରବାର ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଏହାର ଚେର କେତେ ଦୂର ଲମ୍ବିଛି, ସେନେଇ ବନବିଭାଗ ତଦନ୍ତ ଜାରି ରଖିଛି।
Comments0
Leave a Reply
Loading comments...

