Cyclone Akvan Impact:ଅକଓ୍ୱାନ ଦୁର୍ବଳ- ତଥାପି ୨୪ ଘଣ୍ଟା ପାଇଁ ଆଲର୍ଟ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଓ ବାଲେଶ୍ଵରକୁ ଆଲର୍ଟ ଜାରି ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ଥିବାରୁ ସର୍ତକ ରହିବାକୁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ।

ବାତ୍ୟା 'ଅକଭାନ୍'ର ଲ୍ୟାଣ୍ତ ଫଲ ପରେ..
ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦେଲେ ସୂଚନା।କହିଲେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ବିଭିନ୍ନ ଜିଲ୍ଲାର ବର୍ଷା ପରିମାଣ ରେକର୍ଡ ହୋଇଛି । ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକଭାନ୍'ର ଲ୍ୟାଣ୍ତ ଫଲ ପ୍ରକ୍ରିୟା ସମୟରେ ବିଭିନ୍ନ ଜିଲ୍ଲାର ସ୍ଥିତି କଣ ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଥିଲେ । ସମୁଦ୍ର ଓ ସ୍ଥଳଭାଗରେ ପବନରେ ବେଗ ସ୍ଥିତି ସମ୍ପର୍କରେ ଆଇଏମଡିର ସୂଚନା ଅନୁସାରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୮୦ କିମି ପ୍ରତି ଘଣ୍ଟା ଓ ବେଳେ ବେଳେ ଝଟକା ପବନ ୯୦ କିମି ପ୍ରତି ଘଣ୍ଚା ପବନର ବେଗ ରହିଥିଲା । ସ୍ଥଳଭାଗ ଛୁଇଁବା କ୍ଷଣି ଏହାର ବେଗ କମି କମି ଚାଲିଛି। ଆଜି ସକାଳ ୮.୩୦ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪ .୬ ମି.ମି., କେନ୍ଦ୍ରାପଡାରେ ୬୪.୬ ମିମି. ପୁରୀରେ ୬୧ .୧ , ଜଗତସିଂହପୁରରେ ୫୧ .୩ , ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯, ବାଲେଶ୍ୱରରେ ୪୩.୭ , କଟକରେ ୪୦.୪, ଯାଜପୁରରେ ୩୭.୫ , ନୟାଗଡରେ ୩୩ .୮, କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧାରେ ୨୪ .୫, ବଲାଙ୍ଗୀରରେ ୨୪.୪ ଗଜପତିରେ ୨୧.୯ ମି.ମି ବର୍ଷା ହୋଇଛି । ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଚ୍ରୋଲ ରୁମରେ ଉପସ୍ଥିତର ରହି ସ୍ଥିତି ବାତ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ । ଯେଉଁ ବରିଷ୍ଠ ଅଧିକାରୀମାନେ ରାଜ୍ୟ ସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ । ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହାରାଂଚଳ ରାସ୍ତା ଉପରେ ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି । ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୧୦ ହଜାର ୦୧୦ ଜଣଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି । ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧,୯୫୬ ଜଣ, ପୁରୀରୁ ୪୦,୨୯୫ ଜଣ, ଗଜପତିରୁ ୨୮,୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଚିହ୍ନଟ ହୋଇଥିବା ୧୨,୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦ ଜଣଙ୍କୁ ଡାକ୍ତରଖାନା ଓ ମା' ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫0 ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୂର୍ବାହ୍ଣ ୧୧.୪୫ ମିନିଟ ସମୟରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଁଚି ବାତ୍ୟାର ଗତିପଥ ଓ ସ୍ଥିତି ଅନୁଧ୍ୟାନ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ। ସେପଟେ ଆସନ୍ତା ୨୪ ଘଣ୍ଟା ପରେ ଓଡିଶା ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି କୁହାଯାଇପାରେ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଓ ବାଲେଶ୍ଵରକୁ ଆଲର୍ଟ ଜାରି ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ଥିବାରୁ ସର୍ତକ ରହିବାକୁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ। ବାତ୍ୟା Akwan ଆଜି ଲ୍ୟାଣ୍ଡଫଲ୍ କରିଛି। ସକାଳ ୧୦:୩୦ ରୁ ୧୧:୩୦ ଭିତରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ହୋଇ ଉତ୍ତର ମୁହାଁ ହୋଇ ଆଗକୁ ବଢୁଛି. ୨୪ କିମି ବେଗରେ ଗତି କରୁଛି ବାତ୍ୟା। ନୟାଗଡ଼, ଅନୁଗୁଳ, ସମ୍ବଲପୁର ହୋଇ ଝାଡ଼ଖଣ୍ଡ ଆଡ଼େ ଗତି କରୁଛି। ଡିପ ଡିପ୍ରେସନ ହୋଇ ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା. IMD & SRC ପୂର୍ବରୁ ସର୍ତକତା ରଖିଥିଲେ. ବିଶେଷ୍ କେଉଁଠି କ୍ଷୟକ୍ଷତି ହୋଇନାହିଁ.। ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍ ଜୋନରେ ମୟୁରଭଞ୍ଜ ଏବଂ ବାଲେଶ୍ବର ରହିଛି। ସେପଟେ ବର୍ଷା ପ୍ରଭାବ ଝାଡ଼ଖଣ୍ଡରେ ଅଧିକ ଦେଖାଦେବ। ଝାଡ଼ଖଣ୍ଡ ଜଳସେଚନ ବିଭାଗ ସହ ସମ୍ପର୍କରେ ଓଡିଶା ଅଧିକାରୀ ରହିଛନ୍ତି। କେନ୍ଦୁଝର, କଟକ, ଖୋର୍ଦ୍ଧା, କନ୍ଧମାଳ, ଯାଜପୁର, ଭଦ୍ରକ, ଗଜପତି, ଗଞ୍ଜାମକୁ ଅରେଞ୍ଜ warning ଜାରି ସହ ଅନ୍ୟ ଜିଲ୍ଲାରେ ମଧ୍ଯ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୩ ଲକ୍ଷ ୭୨ ହଜାର ଲୋକେ ସ୍ଥାନାନ୍ତରିତ ହୋଇଛନ୍ତି.
ମହାନଦୀରେ, ବ୍ରାହ୍ମଣୀ, ଇବ୍, ସୁବର୍ଣ୍ଣ ରେଖା, ବଂଶଧର, ଜଳକା ସମେତ ଅନ୍ୟ ନଦୀ ମଧ୍ୟ ବିପଦ ସଂକେତ ତଳେ ରହିଛି। ଆସନ୍ତା ୨୪ ଘଣ୍ଟା ପରେ ସ୍ୱାଭାବିକ ପାଣିପାଗ ସ୍ଥିତି ହେବ ବୋଲି ଆକଳନ କରାଯାଉଛି।.
