Lata Mangeshkar :୪୭ ବର୍ଷର ଗୀତକୁ ଆଜି ବି ଶୁଣିଲେ ଲୁହରେ ଭରିଯିବ ଆଖି
୪୭ ବର୍ଷ ପୂର୍ବରୁ ଲତା ମଙ୍ଗେଶକର ଗାଇଥିଲେ ଛଠୀ ମାଆଙ୍କର ସୁପରହିଟ୍ ଭୋଜପୁରୀ ଗୀତ |ଏହି ହୃଦୟ-ବିଦାରକ ଗୀତ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ବିହାର ଓ ପୂର୍ବାଞ୍ଚଳ ଉତ୍ତରପ୍ରଦେଶ ମହୋତ୍ସବର ଛଠୀ ପୂଜାରେ ଲତା ମଙ୍ଗେଶକରଙ୍କ ହିଟ ଗୀତ ଗତ ୪୭ ବର୍ଷ ଧରି ଏହା ପ୍ରତ୍ୟେକ ଘାଟରେ ଚାଲିଆସୁଛି ।

୪୭ ବର୍ଷ ପୂର୍ବରୁ ଲତା ମଙ୍ଗେଶକର ଗାଇଥିଲେ ଛଠୀ ମାଆଙ୍କର ସୁପରହିଟ୍ ଭୋଜପୁରୀ ଗୀତ |ଏହି ହୃଦୟ-ବିଦାରକ ଗୀତ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ବିହାର ଓ ପୂର୍ବାଞ୍ଚଳ ଉତ୍ତରପ୍ରଦେଶ ମହୋତ୍ସବର ଛଠୀ ପୂଜାରେ ଲତା ମଙ୍ଗେଶକରଙ୍କ ହିଟ ଗୀତ ଗତ ୪୭ ବର୍ଷ ଧରି ଏହା ପ୍ରତ୍ୟେକ ଘାଟରେ ଚାଲିଆସୁଛି । ଛଠୀ ମାଆଙ୍କର ଭକ୍ତି ପରିପୂର୍ଣ୍ଣ ଥିବା ଗୀତଟିକୁ ଶୁଣିଲେ ଏବେଵି ଆଖିରେ ଲୁହ ଆସିଯାଉଛି | ଲତା ମଙ୍ଗେଶକର ନିଜର ୮ଦଶକ ସମୟରେ ନିଜର ଏପରି ଗୀତକୁ ଦେଇଛନ୍ତି , ଯାହା ଆଜି ବି ଶୁଣାଯାଉଛି | ହିନ୍ଦୀ ବ୍ୟତୀତ ନିଜର ସ୍ୱର ଭୋଜପୁରୀ , ମରାଠୀ ସହିତ ଅଲଗା ଅଲଗା ଭାଷାରେ ଗୀତ ଗାଇଛନ୍ତି | ୪୭ ବର୍ଷ ପୂର୍ବେ ଲତା ମଙ୍ଗେଶକର ବିହାରର ମହାପର୍ବ ଛଠ ପୂଜା ସହ ଜଡ଼ିତ ଭୋଜପୁରୀ ଭାଷାରେ ଏକ ଏମିତି ଗୀତ ଗାଇଥିଲେ, ଯାହା ଆଜି ବି ସେଠାକାର ପ୍ରାୟ ପ୍ରତ୍ୟେକ ଛଠ ଘାଟରେ ଗୁଞ୍ଜି ଉଠେ । ଏହି ଗୀତରେ ଜଣେ ପତ୍ନୀଙ୍କ ନିଜ ସ୍ୱାମୀଙ୍କ ପ୍ରତି ଥିବା ଭଲପାଇବାକୁ ଦର୍ଶାଯାଇଛି । ଛଠୀ ମାଆଙ୍କ ମହିମାର ଗୁଣଗାନ କରୁଥିବା ଲତା ମଙ୍ଗେଶକରଙ୍କ କଣ୍ଠରେ ଗାଇଥିବା ଏହି ଭୋଜପୁରୀ ଗୀତଟି ବିଶେଷ ଭାବେ ବିହାର ଏବଂ ପୂର୍ବାଞ୍ଚଳ ଉତ୍ତରପ୍ରଦେଶର ମହାପର୍ବ ଛଠ ପୂଜା ପାଇଁ ପ୍ରସ୍ତୁତ କରାଯାଇଥିଲା । ଗୀତର ଲୋକପ୍ରିୟ ପଂକ୍ତି ହେଉଛି “ହେ ମାଆ, ମୋ ମଥାର ସିନ୍ଦୂରକୁ ଅମର ରଖ ।” ୧୯୭୯ ମସିହାରେ ଆସିଥିବା ଏହି ଭକ୍ତିଗୀତଟି ଛଠ ପୂଜା ସମୟରେ ଆଜି ବି ବେଶ୍ ଲୋକପ୍ରିୟ । ଛଠ ପର୍ବ ଅବସରରେ ଏହି ଗୀତ ବିହାରର ବିଭିନ୍ନ ଘାଟରେ ଶୁଣିବାକୁ ମିଳିଥାଏ । ଏହା କେବଳ ଛଠ ପୂଜାର ଗୀତ ନୁହେ , ବରଂ ପ୍ରତି ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ପାଇଁ ଅତୁଟ ପ୍ରେମର ପ୍ରତୀକ ଅଟେ ,ଯେଉଁଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଛଠୀ ମାଆ ଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଗଭୀର ଭକ୍ତିଭାବ ସହ ଏହି ଗୀତଟି ଗୁଣୁଗୁଣୁ ହୋଇ ଗାଆନ୍ତି | ସଙ୍ଗୀତର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଯେଉଁ ଶ୍ରଦ୍ଧାର ସହିତ ପତ୍ନୀଙ୍କ କଷ୍ଟକୁ ପ୍ରକାଶ କରିକି ଏହି ସୁପରହିଟ ଭୋଜପୁରୀ ଗୀତ ଗାଇଛନ୍ତି ,ସେ କାହାର ଆଖିରେ ଲୁହ ଆଣିଦେବ | ଛଠୀ ମାଆଙ୍କ ମହିମାକୁ ବର୍ଣ୍ଣନା କରିଥିବା ଏହି ଲିରିକ୍ସକୁ ଏକ ପ୍ରସିଦ୍ଧ ଭୋଜପୁରୀ ପ୍ରଦୀପ କୁମାର ଲେଖିଥିଲେ | ଏହି ଗୀତର ମ୍ୟୁଜିକ ଆସାମର ମହାନ ସଙ୍ଗୀତକ ଡା. ଭୂପେନ ହଜାରିକା ଦେଇଥିଲେ | ୪୭ ବର୍ଷ ପୂର୍ବେ ଲତା ମଙ୍ଗେଶକରଙ୍କ ଏହି ଗୀତ ବିହାରର ମହୋତ୍ସବରେ ଅଟେ ଲୋକପ୍ରିୟ ହୋଇଥିଲା କି ୨୦୨୨ ମସିହାରେ ସୁର ସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ସ୍ମୃତିରେ ଏହି ଗୀତକୁ ବିଶେଷ ଆଲବମ୍ ‘ଶ୍ରଦ୍ଧାଞ୍ଜଳି ଲତା ଜୀ – ଭୋଜପୁରୀ’ ରେ ସାମିଲ କରାଯାଇଥିଲା |
