Landslides:ଗଂଜାମ ଘାଟିରେ ବିପଦ,ଭୂସ୍ଖଳନ ଭୟରେ ଯାତ୍ରୀ
ବଡ଼ ଘାଟିରେ ବଡ଼ ବିପଦ! ଖସିଲା ବିରାଟ ପଥର, ଉପୁଡ଼ିଲା ଗଛ,ବଢୁଛି ଭୂସ୍ଖଳନ ଆଶଙ୍କା | ଯିବାଆସିବା ପାଇଁ ଡରୁଛନ୍ତି ଲୋକେ |
P
By Priti Chhanda BeheraPublished: Sep 24, 2026, 06:09 PM •1 min read •9 Views
ଗଭୀର ଅବପାତ ପ୍ରଭାବରେ ଗଞ୍ଜାମରେ ଲଗାଣ ବର୍ଷା ଜାରି ରହିଥିବା ବେଳେ, ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟିରେ ଦେଖାଦେଇଛି ବଡ଼ ବିପଦ। ପାହାଡ଼ରୁ ଖସିଛି ବିରାଟ ପଥର। ବ୍ରହ୍ମପୁର-ଭୁବନେଶ୍ୱର ରାସ୍ତାର ବଡ଼ ଘାଟିରେ ପଥର ଖସିବା ପରେ ଭୂସ୍ଖଳନ ଆଶଙ୍କା ବଢ଼ିଛି। ଏହା ସହ ରାସ୍ତାର ବିପରୀତ ଦିଗରେ ମଧ୍ୟ ଏକ ଗଛ ଉପୁଡ଼ି ପଡ଼ିଥିବା ଦେଖାଯାଇଛି।ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ରାସ୍ତାରୁ ପଥର ଓ ଗଛ ହଟାଇବା ସହ ସଫେଇ କାର୍ଯ୍ୟ ଜାରି ରହିଛି। ବର୍ଷା ଜାରି ରହିଥିବାରୁ ପାହାଡ଼ରୁ ପୁଣି ପଥର ଖସିବା ଆଶଙ୍କା ରହିଛି। ଘଟଣାକୁ ନେଇ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
Comments0
Leave a Reply
Loading comments...
