ଓ୍ୱାଟସଆପ୍ ଚାଟ ବିବାଦ- କାଟିଦେଲା ପ୍ରେମିକାର ଗଳା
ଦୁଇ ମାସ ତଳେ ରେଶମାଙ୍କ ସହ ଭେଟ ହୋଇଥିଲା। ରେଶମା ନିଜ ସ୍ୱାମୀକୁ ଛାଡ଼ି ହେମଲ ସହ ଲିଭ-ଇନ-ରିଲେସନରେ ରହୁଥିଲେ।ଘରେ ମୋବାଇଲ ଚାଟ୍ ଦେଖାଇବାକୁ ଜିଦ୍ କରିଥିଲା। ଏହାକୁ ନେଇ ଉଭୟଙ୍କ ଭିତରେ ଭୀଷଣ ବିବାଦ ହୋଇଥିଲା।

ସନ୍ଦେହର ବିଷ କେତେ ସାଙ୍ଘାତିକ। ଏ କଥାର ୟୁପି ଜୌନପୁର ହତ୍ୟାକାଣ୍ଡ ହେଲା ସବୁଠୁ ବଡ଼ ଉଦାହରଣ। ଯେଉଁ ପ୍ରେମିକ ପାଇଁ ଘର, ପରିବାର ଛାଡ଼ିଥିଲେ ରେଶମା। ସେହି ପ୍ରେମୀ ହେମଲ ଖଖରିଆ ଓରଫ ଦିଲ୍ଲୀପ ସାଜିଲା ହତ୍ୟାକାରୀ। ଆଉ ମର୍ଡର ପଛର କାରଣ ଜାଣିଲେ ଯେ କେହି ତାଜୁବ୍ ହୋଇଯିବ। କଥା କେବଳ ଏତିକି ଥିଲା ଯେ, ନିଜ ମୋବାଇଲର ଓ୍ୱାଟସଆପ୍ ଚାଟ୍ ଦେଖାଇବାକୁ ମନା କରିଦେଇଥିଲେ ରେଶମା। ଏତିକିରେ ହିତାହିତ ଜ୍ଞାନ ଭୁଲିଯାଇଥିଲା ହେମଲ। ଲିଭ-ଇନ-ପାର୍ଟନର ରେଶମା ଓରଫ ସନା ଶୋଇଥିଲା ବେଳେ ତାଙ୍କ ଗଳା କାଟି ନୃଶଂସ ହତ୍ୟା କରିଦେଲା। ଆଉ ପରିଚୟ ଲୁଚାଇବାକୁ ଶବକୁ ୩ ଖଣ୍ଡ କରି ଅଲଗା ଅଲଗା ଜାଗାରେ ପିଙ୍ଗିଦେଲା। ରବିବାର ସକାଳେ ରାନୀପୁର ବାଇପାସ୍ ପାଖରେ ରେଶମାଙ୍କ ଖଣ୍ଡବିଖଣ୍ଡିତ ଶବ ଠାବ ପରେ ହଇଚଇ ଖେଳିଯାଇଥିଲା। ପୁଲିସ ଇଲେକଟ୍ରୋନିକ୍ସ ସାକ୍ଷୀ ଜରିଆରେ ୧୪ ଘଣ୍ଟା ଭିତରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ଆଉ ଅଭିଯୁକ୍ତ ଦିଲ୍ଲୀପକୁ ଏନକାଉଣ୍ଟର କରି ଗିରଫ କରିଛି ପୁଲିସ। ଗୁଜରାଟର ଭାବନଗରରେ ରହୁଥିବା ଅଭିଯୁକ୍ତ ହେମଲ ଏବେ ମଡିୟାହୁର ଟିଚର୍ସ କଲୋନୀରେ ରହୁଥିଲା। ଦୁଇ ମାସ ତଳେ ରେଶମାଙ୍କ ସହ ଭେଟ ହୋଇଥିଲା। ରେଶମା ନିଜ ସ୍ୱାମୀକୁ ଛାଡ଼ି ହେମଲ ସହ ଲିଭ-ଇନ-ରିଲେସନରେ ରହୁଥିଲେ। କେବଳ ଏତିକି ନୁହେଁ। ଜୌନପୁରକୁ ହେମଲକୁ ଡାକି ଚାକିରୀରେ ବି ଲଗାଇଦେଲେ। ଜୁଲାଇ ୪ରେ ହେମଲ ରେଶମାଙ୍କୁ ବାରାଣସୀର ବାବତପୁରରେ ଥିବା ଘରକୁ ନେଇଥିଲା। ଘରେ ମୋବାଇଲ ଚାଟ୍ ଦେଖାଇବାକୁ ଜିଦ୍ କରିଥିଲା। ଏହାକୁ ନେଇ ଉଭୟଙ୍କ ଭିତରେ ଭୀଷଣ ବିବାଦ ହୋଇଥିଲା। ଆଉ ରାଗରେ ଜଳୁଥିବା ହେମଲ ରାତିରେ ରେଶମା ଶୋଇଥିବା ବେଳେ ଛୁରୀରେ ଗଳାକୁ କାଟି ଦେଲା। ମର୍ଡର ପରେ ବଜାରରୁ କଳା ଜରି କିଣିଥିଲା। ଭୁଜାଲିରେ ଶବକୁ ୩ ଖଣ୍ଡ କଲା। ଶବ ଦେଖି ଚିହ୍ନଟ କରିଥିଲେ ରେଶମାଙ୍କ ସ୍ୱାମୀ ରହିମ ଖାନ୍। ଏ ହତ୍ୟାକାଣ୍ଡରେ ହେମଲ ସହ ଆଉ ୫ ଜଣ ବି ସାମିଲ୍ ଥିଲେ। ଯେଉଁମାନଙ୍କୁ ପୁଲିସ ଅଟକ ରଖି ଜେରା କରୁଛି।
