Big Ganja Seizure : ଖୋର୍ଦ୍ଧାରେ ନିଶା କାରବାର ଉପରେ ପୋଲିସର ଆକ୍ସନ
ଖୋର୍ଦ୍ଧାରେ ଗଞ୍ଜେଇ ଚାଲାଣ ରାକେଟ୍ର ପର୍ଦ୍ଦାଫାସ | ୩ ଗିରଫ, ୪୨ କିଲୋ ଗଞ୍ଜେଇ ସହ କାର୍, ଇଲେକ୍ଟ୍ରିକ୍ ସ୍କୁଟର ଓ ନଗଦ ୧୫ ହଜାର ଟଙ୍କା ଜବତ | ନେଟୱର୍କର ଚେର ଖୋଜୁଛି ପୋଲିସ, ତଦନ୍ତ ଜାରି |
S
By Swarna Prava GiriPublished: Oct 16, 2026, 12:09 PM •1 min read •10 Views
ଗଞ୍ଜେଇ ଚାଲାଣ ରାକେଟ୍ର ପର୍ଦ୍ଦାଫାସ କଲା ଖୋର୍ଦ୍ଧା ପୋଲିସ, ସାମ୍ନାକୁ ଆସିଲା ବଡ଼ ନେଟୱର୍କ | ଘଟଣାରେ ଖୋର୍ଦ୍ଧାର ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣରେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୪୨ କିଲୋ ଗଞ୍ଜେଇ ଜବତ ହୋଇଛି | ପୋଲିସ ପକ୍ଷରୁ ଚଢ଼ାଉ ସମୟରେ ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ଏକ କାର୍ ଓ ଏକ ଇଲେକ୍ଟ୍ରିକ୍ ସ୍କୁଟର ଜବତ କରାଯାଇଛି। ଏହାସହ ୩ଟି ମୋବାଇଲ୍ ଫୋନ୍ ଓ ନଗଦ ୧୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି | ଗିରଫ ୩ ଅଭିଯୁକ୍ତଙ୍କ ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱର୍କ ସହ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଛି | ଏହି ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଗଞ୍ଜେଇ କେଉଁଠାରୁ ଆସୁଥିଲା, ସେନେଇ ତଦନ୍ତ କରାଯାଉଛି | ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି |
Comments0
Leave a Reply
Loading comments...

