SIR Final Voters Kendujhar: SIR ଯାଞ୍ଚ ପରେ କେନ୍ଦୁଝରରେ ୧୫୨୨ ନାଁ ବାଦ୍
ମୃତ ଓ ସ୍ଥାନାନ୍ତରିତ ଭୋଟର ଚିହ୍ନଟ, କେନ୍ଦୁଝରରେ ଭୋଟର ତାଲିକା ପ୍ରକାଶ | SIR ପ୍ରକ୍ରିୟା ପରେ କେନ୍ଦୁଝର ଜିଲ୍ଲାରେ ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା । ଜିଲ୍ଲାରେ ୧୫୨୨ ଜଣ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ବେଳେ ଚୂଡ଼ାନ୍ତ ତାଲିକାରେ ମୋଟ ୧୩ ଲକ୍ଷ ୧୯ ହଜାର ୧୭୬ ଜଣ ଭୋଟର ରହିଛନ୍ତି ।
ମୃତ ଓ ସ୍ଥାନାନ୍ତରିତ ଭୋଟର ଚିହ୍ନଟ, କେନ୍ଦୁଝରରେ ଭୋଟର ତାଲିକା ପ୍ରକାଶ | SIR ପ୍ରକ୍ରିୟା ପରେ କେନ୍ଦୁଝର ଜିଲ୍ଲାରେ ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା । ଜିଲ୍ଲାରେ ୧୫୨୨ ଜଣ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ବେଳେ ଚୂଡ଼ାନ୍ତ ତାଲିକାରେ ମୋଟ ୧୩ ଲକ୍ଷ ୧୯ ହଜାର ୧୭୬ ଜଣ ଭୋଟର ରହିଛନ୍ତି । ଜିଲ୍ଲାରେ SIR ଗଣନା ପର୍ଯ୍ୟାୟ ମେ’ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ଭୋଟରମାନଙ୍କୁ ଗଣନା ଫର୍ମ ବଣ୍ଟନ କରାଯାଇଥିଲା । ଜିଲ୍ଲାରେ ମୋଟ ୧୩ ଲକ୍ଷ ୮ ହଜାର ୭୬୨ଟି ଗଣନା ଫର୍ମ ଡିଜିଟାଇଜ୍ କରାଯାଇଥିଲା । ସଂଶୋଧନ ପ୍ରକ୍ରିୟା ସମୟରେ ମୋଟ ୬୪,୩୭୫ ଜଣ ଅସଂଗୃହୀତ ଭୋଟର ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରେ ୩୧,୨୦୦ ଜଣ ମୃତ ଭୋଟର, ୨୭,୮୮୭ ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ କିମ୍ବା ଅନୁପସ୍ଥିତ ଏବଂ ୫,୨୮୮ ଜଣ ଅନ୍ୟ ସ୍ଥାନରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା । ଏହି ସମଗ୍ର ପ୍ରକ୍ରିୟାରେ ୩,୮୭୮ ଜଣ ବୁଥସ୍ତରୀୟ ଏଜେଣ୍ଟ (BLA) ଅଂଶଗ୍ରହଣ କରିଥିଲେ । ଫର୍ମ-୭ ମାଧ୍ୟମରେ ୧୫୨୨ଟି ନାମ ବାଦ୍ ଦିଆଯିବା ପରେ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକାରେ ୧୩,୧୯,୧୭୬ ଜଣ ଭୋଟର ରହିଛନ୍ତି । ଏଥିରେ ପୁରୁଷ ଭୋଟର ୬,୫୯,୮୮୯ (୫୦.୦୨%), ମହିଳା ଭୋଟର ୬,୫୯,୨୧୫ (୪୯.୯୭%) ଏବଂ ତୃତୀୟ ଲିଙ୍ଗର ଭୋଟର ୭୨ ଜଣ (୦.୦୧%) ଅଛନ୍ତି । ଚୂଡ଼ାନ୍ତ ତାଲିକା ଅନୁସାରେ ଜିଲ୍ଲାରେ ୬,୭୯୨ ଜଣ ବରିଷ୍ଠ ନାଗରିକ, ୧୬,୫୬୪ ଜଣ ଯୁବ ଭୋଟର ଏବଂ ୧୧,୯୯୬ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ବିଧାନସଭା ନିର୍ବାଚନମଣ୍ଡଳୀ ଅନୁଯାୟୀ ତେଲକୋଇରେ ୨,୨୮,୦୪୮, ଘସିପୁରାରେ ୨,୨୦,୬୧୫, ଆନନ୍ଦପୁରରେ ୨,୨୫,୨୨୫, ପାଟଣାରେ ୨,୦୨,୫୦୯, କେନ୍ଦୁଝରରେ ୨,୧୮,୮୩୭ ଏବଂ ଚମ୍ପୁଆରେ ୨,୨୩,୯୪୨ ଜଣ ଭୋଟର ରହିଛନ୍ତି । ଏନେଇ ଜିଲ୍ଲାପାଳ ବିଶାଲ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
