Keonjhar Illegal Mining: ଯୋଡ଼ାରେ ଖଣି ବିଭାଗର ଚଢ଼ାଉ: ୧୦ ମେଟ୍ରିକ୍ ଟନ୍ ଚୋରା ଖଣିଜ ବୋଝେଇ ଟ୍ରକ୍ ଜବତ, ୨ ଗିରଫ
କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ବିଭାଗର ଚଢ଼ାଉରେ ୧୦ ମେଟ୍ରିକ୍ ଟନ୍ ଚୋରାଖଣିଜ ପଦାର୍ଥ ବୋଝେଇ ଟ୍ରକ ଜବତ, ୨ଜଣ ଗିରଫ । କୌଣସି ସୂତ୍ରରୁ ଖବର ପାଇ ଆଜି ଭୋର୍ ୪ଟା ସମୟରେ ନାଲଦା ନିକଟରେ ଚଢ଼ାଉ କରିଥିଲା ଖଣି ବିଭାଗ ।
N
By Namita PattanaikPublished: Sep 11, 2026, 07:18 PM •1 min read •4 Views
କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ। ଚୋରା ଖଣିଜ ପଦାର୍ଥ ବୋଝେଇ ଓଡ଼ିଶା ସୀମା ପାର୍ କରିବାକୁ ଉଦ୍ୟମ କରୁଥିବା ଏକ ଟ୍ରକ୍କୁ ନାଲଦା ନିକଟରୁ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, କୌଣସି ସୂତ୍ରରୁ ଖବର ପାଇ ଯୋଡ଼ା ଖଣି ବିଭାଗର ଏକ ଟିମ୍ ଆଜି ଭୋର୍ ପ୍ରାୟ ୪ଟା ସମୟରେ ନାଲଦା ନିକଟରେ ଚଢ଼ାଉ କରିଥିଲା। ଏହି ସମୟରେ ଓଡ଼ିଶା ସୀମା ପାର୍ ହେବାକୁ ଚେଷ୍ଟା କରୁଥିବା OR-09-L-7973 ନମ୍ବର ବିଶିଷ୍ଟ ଟ୍ରକ୍କୁ ଖଣି ବିଭାଗର ଟିମ୍ ଅଟକାଇଥିଲା। ଟ୍ରକ୍ରେ ପ୍ରାୟ ୧୦ ମେଟ୍ରିକ୍ ଟନ୍ ଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ଖଣି ବିଭାଗ ଜାଣିବାକୁ ପାଇଥିଲା। ଘଟଣାସ୍ଥଳରୁ ଟ୍ରକ୍ ସହ ୨ ଜଣଙ୍କୁ ଧରି ବଡ଼ବିଲ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଖଣି ବିଭାଗ ପକ୍ଷରୁ ବଡ଼ବିଲ ଥାନାରେ ଏକ FIR ରୁଜୁ କରାଯାଇଛି। ଚୋରା ଖଣିଜ ଚାଲାଣର ଉତ୍ସ ଓ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
