Came as Tourists, Never Returned: ହସଖୁସିରେ ଆସିଥିଲେ, ଫେରିଲେନି ଆନ୍ଧ୍ରର ଦମ୍ପତି
ଯାଜପୁରରେ ହୃଦୟବିଦାରକ ଘଟଣା! ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ଆନ୍ଧ୍ରପ୍ରଦେଶର ଦମ୍ପତି।
S
By Swarna Prava GiriPublished: Nov 12, 2026, 06:05 PM •1 min read •1 Views

ଯାଜପୁରରେ ଅଭାବନୀୟ ଘଟଣା। ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଗାଧୋଉଥିବା ବେଳେ ବୁଡ଼ିଯାଇ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକ ବୋଲି ପ୍ରାଥମିକ ସୂଚନା ମିଳିଛି।ସୂଚନା ଅନୁଯାୟୀ, ଉଭୟ ଦଶାଶ୍ୱମେଧ ଘାଟକୁ ଆସିଥିବା ବେଳେ ନଦୀରେ ଗାଧୋଉଥିଲେ। ଏହି ସମୟରେ ହଠାତ୍ ଉଭୟ ନଦୀରେ ବୁଡ଼ିଯାଇଥିଲେ। ସେମାନଙ୍କୁ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ନଦୀରୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ।ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନଦୀ ଘାଟରେ ଗାଧୋଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପୁଣି ଥରେ ଆବଶ୍ୟକତା ଅନୁଭବ ହୋଇଛି।
Comments0
Leave a Reply
Loading comments...
