ଲଗାଣ ବର୍ଷାରେ ଭୂସ୍ଖଳନ, ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବ୍ୟାହତ
କେନ୍ଦୁଝର ସହର ଜୁଡିଆ ଘାଟିରେ ଭୂସ୍ଖଳନ। ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବ୍ୟାହତ, ରାସ୍ତା ଉପରୁ ପଥର ଓ ମାଟି ହଟାଇବା ପାଇଁ NHAI ପକ୍ଷରୁ ଜେସିବି ମେସିନ୍ ନିୟୋଜିତ।
S
By Subhadra DasPublished: Aug 15, 2026, 03:39 PM •1 min read •4 Views
କେନ୍ଦୁଝର: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ସହର ନିକଟ ଜୁଡିଆ ଘାଟିରେ ଭୂସ୍ଖଳନ ହୋଇ ୪୯ ନମ୍ବର ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି। ଗତ କିଛି ଦିନ ଧରି କେନ୍ଦୁଝର ସହର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବାରୁ ଘାଟି ଅଞ୍ଚଳରେ ପାହାଡ଼ ଉପରୁ ବର୍ଷାଜଳ ପ୍ରବାହିତ ହେବା ସହ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଛି। ଏଥିଯୋଗୁଁ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ଅବରୋଧ ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱ ଦେଇ ଯାନବାହାନ ଚଳାଚଳ କରାଯାଉଛି। ରାସ୍ତା ଉପରୁ ପଥର ଓ ମାଟି ହଟାଇବା ପାଇଁ NHAI ପକ୍ଷରୁ ଜେସିବି ମେସିନ୍ ନିୟୋଜିତ କରାଯାଇଛି। ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ କାମ ଜାରି ରହିଛି। ଲଗାଣ ବର୍ଷା ଜାରି ରହିଥିବାରୁ ଘାଟି ରାସ୍ତାରେ ପୁଣି ପଥର ଖସିବାର ଆଶଙ୍କା ରହିଛି। ଫଳରେ ଯାତ୍ରୀ ଓ ଚାଳକମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି।
Tags:#KENDUJHAR
S
Subhadra DasContent Writer
Comments0
Leave a Reply
Loading comments...
