Keerthy Suresh’s Dorothy:ଗ୍ଲୋବାଲ ମଞ୍ଚରେ କୀର୍ତ୍ତି-କାର୍ତ୍ତିକଙ୍କ ଯୋଡ଼ି! ଷ୍ଟାଣ୍ଡିଂ ଓଭେସନ୍
ତାମିଲ୍ ଚଳଚ୍ଚିତ୍ର 'ଡୋରଥୀ'କୁ ଇଣ୍ଟରନ୍ୟାସନାଲ ମଞ୍ଚରେ ଷ୍ଟାଣ୍ଡିଂ ଓଭେସନ୍ |ଓସ୍କାର ବିଜେତା ଗୁନିତ୍ ମୋଙ୍ଗାଙ୍କ ଆଉ ଏକ ମାଷ୍ଟରପିସ୍! ଟୋରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ (TIFF) ୨୦୨୬ରେ କୀର୍ତ୍ତି ସୁରେଶଙ୍କ ଅଭିନୀତ 'ଡୋରଥୀ'ର ୱାର୍ଲ୍ଡ ପ୍ରିମିୟର | ସ୍କ୍ରିନିଂ ଶେଷରେ ସମସ୍ତ ବିଦେଶୀ ଦର୍ଶକ ଠିଆ ହୋଇ ତାଳି ମାରି ସିନେମାକୁ ଅଭୂତପୂର୍ବ ସମ୍ମାନ ଜଣାଇଛନ୍ତି | ସମଗ୍ର ବିଶ୍ୱ ଦେଖିଲା ଭାରତୀୟ ସିନେମାର ଶକ୍ତି !
ଗ୍ଲୋବାଲ ସିନେମା ମଞ୍ଚରେ ପୁଣିଥରେ ଭାରତୀୟ ସିନେମାର ବ୍ୟାନର ଉଡ଼ିଛି | ସିନେମା ପ୍ରେମୀଙ୍କ ପାଇଁ ଆସୁଛି ଏକ ଭିନ୍ନ ସ୍ୱାଦର ହୃଦୟସ୍ପର୍ଶୀ ଫିଲ୍ମ। ଟୋରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ (TIFF) ୨୦୨୬ରେ ବିଶିଷ୍ଟ ନିର୍ଦ୍ଦେଶକ କାର୍ତ୍ତିକ ସୁବ୍ବାରାଜଙ୍କ ଚଳଚ୍ଚିତ୍ର 'ଡୋରଥୀ' (Dorothy)ର ୱାର୍ଲ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ନ୍ୟାସନାଲ ଆୱାର୍ଡ ୱିନର କୀର୍ତ୍ତି ସୁରେଶ।ଦୀର୍ଘ ଗୋଟିଏ ଦଶନ୍ଧି (୧୦ ବର୍ଷ) ପରେ ପ୍ରଥମ ଥର ପାଇଁ କୌଣସି ତାମିଲ୍ ଫିଲ୍ମ TIFFର ସେଣ୍ଟରପିସ୍ ବିଭାଗରେ ସ୍ଥାନ ପାଇ ଏହି ଗୌରବ ହାସଲ କରିଛି। ସ୍କ୍ରିନିଂ ଶେଷ ହେବା କ୍ଷଣି ପୁରା ପ୍ରେକ୍ଷାଗୃହ କମ୍ପାଇ ଅନ୍ତର୍ଜାତୀୟ ଦର୍ଶକମାନେ 'ଷ୍ଟାଣ୍ଡିଂ ଓଭେସନ୍' ଦେଇଥିଲେ। ୧୯୯୦ ଦଶକର ଗ୍ରାମୀଣ ତାମିଲନାଡୁର ପୃଷ୍ଠଭୂମିରେ ନିର୍ମିତ ଏହି ସିନେମାର କାହାଣୀ ଦୁଇ ନିରୀହ ବାଳକ କାର୍ତ୍ତି ଓ ସୁବ୍ବୁଙ୍କୁ ନେଇ ଗତିଶୀଳ।ପୁରୁଷସାସିତ ସମାଜର ନିର୍ଯାତନା ଏବଂ ଶୋଷଣ ମଧ୍ୟରେ ସେମାନଙ୍କ ଜୀବନ ବଦଳିଯାଏ, ଯେତେବେଳେ ସେମାନଙ୍କୁ ସ୍ନେହ ଦେଉଥିବା 'ଡୋରଥୀ' (କୀର୍ତ୍ତି ସୁରେଶ)ଙ୍କ ସହ ଏକ ଦୁର୍ଘଟଣା ଘଟେ।ଏହି ଫିଲ୍ମରେ ଦୁଇ ବନ୍ଧୁଙ୍କ ନିବିଡ଼ ସମ୍ପର୍କ, ଜାତିଗତ ହିଂସା ଏବଂ ନାରୀ ପ୍ରତି ସମାଜର ସାମାଜିକ କୁସଂସ୍କାରକୁ ଅତ୍ୟନ୍ତ ସୂକ୍ଷ୍ମ ଭାବେ ନିର୍ଦ୍ଦେଶକ କାର୍ତ୍ତିକ ସୁବ୍ବାରାଜ ଦର୍ଶାଇଛନ୍ତି।
ତେବେ,ରିପୋର୍ଟ ଅନୁଯାୟୀ, ମଲେସିଆରେ ବିପୁଳ ସଂଖ୍ୟାରେ ତାମିଲ୍ ଦର୍ଶକ ରହୁଥିବା ବେଳେ, ଫିଲ୍ମରେ LGBTQ+ (ସମଲିଙ୍ଗୀ ଆକର୍ଷଣ) ବିଷୟବସ୍ତୁକୁ ନେଇ ମଲେସିଆର କଠୋର ସେନ୍ସରସିପ୍ ନିୟମ ଅନୁଯାୟୀ ଏହାର ରିଲିଜ୍ ଉପରେ କଟକଣା ଲଗାଯାଇଛି। ଏହି ବ୍ୟାନ୍ ଖବର ସେଠାକାର ପ୍ରଶଂସକଙ୍କୁ ନିରାଶ କରିଛି।ତେବେ ଏହି ବ୍ୟାନ୍ ସମ୍ପର୍କରେ ଫିଲ୍ମର ପ୍ରଯୋଜନା ସଂସ୍ଥା କିମ୍ବା ମଲେସିଆ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଓସ୍କାର ବିଜେତା ଗୁନିତ୍ ମୋଙ୍ଗାଙ୍କ ସିଖ୍ୟା ଏଣ୍ଟରଟେନମେଣ୍ଟ ଓ ଜିଓ ଷ୍ଟୁଡିଓଜ୍ ଦ୍ୱାରା ନିର୍ମିତ ଏହି ଫିଲ୍ମ ସେପ୍ଟେମ୍ବର ୨୫ରେ ବିଶ୍ୱବ୍ୟାପୀ ରିଲିଜ୍ ହେଇଛି | ଏହା ଭାରତୀୟ ସିନେମା ଏକ ନୂଆ ଉପଲବ୍ଧି ରେ ଗଣନା ହୋଇପାରେ |
