ସ୍ୱାମୀର ଶବ ପାଖରେ ମୋବାଇଲ ଫୋନ୍ ସ୍କ୍ରଲ କରୁଥିଲେ ଡାକ୍ତରାଣୀ!
ଘରୋଇ ହିଂସା ବୋଲି ପ୍ରତୀୟମାନ ହେଉଛି। ବାରମ୍ୱାର ବୟାନ ବଦଳାଉଛନ୍ତି ପ୍ରିୟଙ୍କା। ବୁପୁଅକୁ ବି ଜୀବନରେ ମାରିବାକୁ ପ୍ରୟାସ ହୋଇଥିଲା।ଧବାର ଡାକ୍ତର କିରଣଙ୍କ ରକ୍ତ ଜୁଡୁବୁଡ଼ୁ ଶରୀର ବେଡ ଉପରେ ପଡ଼ିଥିଲା।ପତ୍ନୀ ପ୍ରିୟଙ୍କା ଶବ ପାଖରେ ମୋବାଇଲ ଫୋନର ସ୍କ୍ରଲ୍ କରୁଥିଲେ

ଘର ଭିତରେ ଡାକ୍ତରଙ୍କୁ ହତ୍ୟା। ୮ ବର୍ଷର ପୁଅ ବି ଗୁରୁତର ଆହତ। କର୍ଣ୍ଣାଟକର ଧାରଓ୍ୱାଡରେ ଡାକ୍ତର ହତ୍ୟାକାଣ୍ଡକୁ ନେଇ ସବୁଠି ହଇଚଇ। ୪୫ ବର୍ଷୀୟ ଡାକ୍ତର କିରଣ ଚିରାୟୁଙ୍କୁ ଛୁରୀ ଭୂଷି ନିର୍ମମ ହତ୍ୟା କରାଯାଇଛି। ଏକ ଘରୋଇ ହସ୍ପିଟାଲରେ ସେ ଆନାସ୍ଥିୟୋଲୋଜିଷ୍ଟ ଥିଲେ। ଏ ଘଟଣାର ପତ୍ନୀଙ୍କ ଭୂମିକା ସନ୍ଦେହଜନକ। ସେଥିଲାଗି ପୁଲିସ ପତ୍ନୀଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଛି। କାରଣ ସମ୍ପର୍କୀୟ ଯେତେବେଳେ ପତ୍ନୀଙ୍କୁ ଫୋନ କଲେ, ପତ୍ନୀ ପ୍ରିୟଙ୍କା କହିଥିଲେ, ସେ ଆରାମ କରୁଛନ୍ତି। କିରଣଙ୍କ ପତ୍ନୀ ପ୍ରିୟଙ୍କା ଚକ୍ଷୁ ଡାକ୍ତର। ତେବେ ଡାକ୍ତର ଯେଉଁ ରଙ୍କା ଷ୍ଟେଲୋ ଆପାର୍ଟମେଣ୍ଟରେ ରହୁଥିଲେ, ତାହା ଥିଲା ସୁରକ୍ଷିତ ଜାଗା। ବାହାରୁ କେହି ଆସି ମର୍ଡର କରିବା ସମ୍ଭବ ନୁହେଁ ବୋଲି ସନ୍ଦେହ କରିଛି ପୁଲିସ। ମର୍ଡର ବେଳେ ଘରେ ୩ଜଣ ଥିଲେ। କିରଣ, ପ୍ରିୟଙ୍କା ଓ ତାଙ୍କର ୮ ବର୍ଷର ପୁଅ। ପ୍ରିୟଙ୍କା ଘଟଣା ପରେ ସ୍ତବ୍ଧ ଥିବାରୁ ଆଗ କୌଣସି ପଚରାଉଚୁରା କରିପାରିନଥିଲା ପୁଲିସ। ପ୍ରାରମ୍ଭିକ ତଦନ୍ତରୁ ଏହା ଘରୋଇ ହିଂସା ବୋଲି ପ୍ରତୀୟମାନ ହେଉଛି। ବାରମ୍ୱାର ବୟାନ ବଦଳାଉଛନ୍ତି ପ୍ରିୟଙ୍କା। ବୁଧବାର ଡାକ୍ତର କିରଣଙ୍କ ରକ୍ତ ଜୁଡୁବୁଡ଼ୁ ଶରୀର ବେଡ ଉପରେ ପଡ଼ିଥିଲା। ତାଙ୍କ ବେକରେ ଛୁରୀର ଅନେକ ଆଘାତ ଚିହ୍ନ ଥିଲା। ଘଟଣାସ୍ଥଳରେ ହିଁ ଡାକ୍ତର ମୃତ୍ୟୁବରଣ କରିଥିଲେ। ଘଟଣାସ୍ଥଳ ପାଖରେ ୮ ବର୍ଷ ପୁଅକୁ ଗମ୍ଭୀର ରୂପରେ ଦେଖିବାକୁ ମିଳିଥିଲା। ପୁଅର ଶରୀରରେ ବି ଛୁରୀ ଆଘାତର କ୍ଷତ ଚିହ୍ନ ଥିଲା। ପୁଲିସର କହିବା କଥା ପୁଅକୁ ବି ଜୀବନରେ ମାରିବାକୁ ପ୍ରୟାସ ହୋଇଥିଲା। ଆହତ ପୁଅ ଅଟିଜିମ ରୋଗରେ ପୀଡ଼ିତ ବୋଲି କୁହାଯାଉଛି। ପ୍ରିୟଙ୍କାଙ୍କ ମାନସିକ ସ୍ଥିତିକୁ ଯାଞ୍ଚ କରାଯାଉଛି। କାରଣ ମର୍ଡର ପରେ ପତ୍ନୀ ପ୍ରିୟଙ୍କା ଶବ ପାଖରେ ମୋବାଇଲ ଫୋନର ସ୍କ୍ରଲ୍ କରୁଥିଲେ। ଏହାର ଭିଡ଼ିଓ ସାମ୍ନାକୁ ଆସିଛି।
