Jammu-Kashmir NIA Raid : ଜାମ୍ମୁ-କାଶ୍ମୀର ରେ NIA ଆକ୍ସନ, ପାଞ୍ଚଟି ଜିଲ୍ଲା ରେ ଦଶ ଜାଗାରେ ଚଢ଼ଉ
ଜାମ୍ମୁ-କାଶ୍ମୀରରେ ଆତଙ୍କୀ ଷଡଯନ୍ତ୍ର ମାମଲାରେ NIA 10ଟି ଜାଗାରେ ଚଢ଼ଉ କରିଛି | ଲସ୍କର-ଏ-ତୈୟାବ ସହ ସମ୍ପୃକ୍ତ ସୀମା ପାର ଆତଙ୍କୀ ଷଡଯନ୍ତ୍ର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ ଅନେକ ଦସ୍ତାବିଜ ଓ ସାମଗ୍ରୀ ହାତକୁ ଆସିଛି |

ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA ) ସୀମା ପାର ଆତଙ୍କବାଦ ସହ ସମ୍ମିଳିତ ଏକ ବଡ ଷଡଯନ୍ତ୍ର ର ଯାଞ୍ଚ କରୁଥିବା ସମୟରେ ଶନିବାର (12 ସେପ୍ଟେମ୍ବର)ଦିନ ଜାମ୍ମୁ-କାଶ୍ମୀର ରେ 10ଟି ଠିକଣା ରେ ଏକ ସାଥିରେ ଚଢ଼ାଉ କରିଥିଲେ | ଏହି କାର୍ଯ୍ୟାନୁଷ୍ଠାନ କୁପୱାଡା,କୁଲଗାଁ,ବାନ୍ଦୀପୋରା,ବାରାମୁଳା ଓ ସୋପୋର ରେ କରାଯାଇଛି |ଯାଞ୍ଚ ଏଜେନ୍ସି ଅନୁସାରେ ଏହି ଘଟଣା ପାକିସ୍ଥାନ ରେ ଥିବା ଲସ୍କର-ଏ-ତୈୟାବ(LeT) ର ଆତଙ୍କବାଦୀମାନଙ୍କର ଓ ସେମାନଙ୍କର ସ୍ଥାନୀୟ ସାହାର୍ଯ୍ୟକାରୀଙ୍କ ସହ ଜଡିତ | NIA ଜାଣିବାକୁ ଚେଷ୍ଟା କରୁଛି କି ଯେ ଜାମ୍ମୁ-କାଶ୍ମୀର ରେ ଥିବା ସ୍ଥାନୀୟ ଓଭର ଗ୍ରାଉଣ୍ଡ ୱର୍କ୍ସ (OGWs), ଅନୁପ୍ରବେଶ କରିଆସିଥିବା ଆତଙ୍କବାଦୀମାନଙ୍କୁ କେଉଁଭଳି ଭାବେ ସାହାର୍ଯ୍ୟ କରୁଛି | ଘଟଣାର ଯାଞ୍ଚ 31 ମାର୍ଚ୍ଚ 2026 ଅର୍ଦ୍ଧରାତ୍ରି ରେ ଲକ୍ସର ସହ ସମ୍ବନ୍ଧିତ ଏକ OGW କୁ ଗିରଫ୍ କରାଯାଇଥିଲା, ଯାହା ପାଖରୁ ହ୍ୟାଣ୍ଡ ଗ୍ରେନେଡ଼ ଓ ଗୁଳି ଜବତ କରାଯାଇଥିଲା | ଏହାପରେ ଯାଞ୍ଚ ଆଗକୁ ବଢ଼ାଇ କଥିତ ଷଡଯନ୍ତ୍ର ସହ ଜଡିତ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରା ଯାଇଥିଲା ଓ କିଛି ସ୍ଥାନୀୟ ଆତଙ୍କବାଦୀ ସାହାର୍ଯ୍ୟକାରୀଙ୍କ ପରିଚୟ ସାମ୍ନାକୁ ଆସିଥିଲା | NIA ଏବେ ଏହି ପୁରା ନେଟୱାର୍କ ର ଆର୍ଥିକ ଗତିବିଧି ଓ ସଂଚାର ଉପାୟ ଉପରେ ଯାଞ୍ଚ କରୁଛି | NIA ଶନିବାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସମୟରେ ଘଟଣାସହ ସମ୍ପୃକ୍ତ ଅନେକ ଆପତ୍ତିଜନକ ଦସ୍ତାବେଜ ଓ ଅନ୍ୟ ସାମଗ୍ରୀ ଜବତ କରିଛି | NIA ର ସୂଚନା ଅନୁଯାୟୀ ଏହି ଷଡଯନ୍ତ୍ର ରେ ସାମିଲ ଥିବା ସବୁ ଲୋକଙ୍କର ପରିଚୟ ବାହାର କରି ଯାଞ୍ଚ ରୁ ମିଳିଥିବା ସବୁ ପ୍ରମାଣ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
