Israel Oct 7: ଅକ୍ଟୋବର ୭ : ଇସ୍ରାଏଲ ପାଇଁ ବ୍ଲାକ୍-ଡେ
୧୬ ବର୍ଷ ଧରି ହମାସ ଭିତରେ ପ୍ରତିବାଦର ନିଆଁ ଭିତରେ କୁହୁଳୁଥିଲା। ୨୦୦୭ରେ ଗାଜାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ହମାସ। ଏହା ପରେ ଗାଜାର ଜମି, ଆକାଶ ଓ ସମୁଦ୍ରମାର୍ଗକୁ ଘେରାବନ୍ଦୀ ବା ବ୍ଲକ୍ କରିଦେଇଥିଲା ଇସ୍ରାଏଲ ଓ ଇଜିପ୍ଟ ।ଇସ୍ରାଏଲର ପୁରା ଫୋକସ ଯେତେବେଳେ ସେଲିବ୍ରେସନ ଉପରେ ଥିଲା, ଏତିକିବେଳେ ଏହି ସଫ୍ଟ ସ୍ପଟକୁ ଟାର୍ଗେଟ କରିଥିଲା ହମାସ।

ଅକ୍ଟୋବର ୭। ଇସ୍ରାଏଲ ପାଇଁ ଏହା ଏକ ସ୍ମରଣୀୟ ଦିନ। କାରଣ ଆଜିକା ଦିନରେ ଠିକ୍ ୩ ବର୍ଷ ତଳେ ଏମିତି ଏକ ହିଂସା ଦେଖିଥିଲା, ଯାହାର ସେ କଦାପି କଳ୍ପନା ବି କରିନଥିଲା। ପୁରା ସୁଚିନ୍ତିତ ରଣନୀତି କରି ଏହାର ଜମି, ଆକାଶମାର୍ଗ ଓ ସମୁଦ୍ରମାର୍ଗରୁ ଭୟାନକ ଆକ୍ରମଣ କରିଥିଲା ହମାସ। ପାର୍ଟି କରୁଥିବା ଯୁବକଙ୍କୁ ବନ୍ଧୁକମୁନରେ ମାରିଲେ। ଆଉ ବନ୍ଧକ ରଖି ଗାଜା ନେଇଗଲେ। ସେ ଦିନ ଥିଲା ଶନିବାର। ଶନିବାର ଇସ୍ରାଏଲରେ ଧାର୍ମିକ ଛୁଟି ସହ ପାର୍ଟି ଓ ସେଲିବ୍ରେସନର ମାହୋଲ ଥାଏ। କିନ୍ତୁ ସୂର୍ଯ୍ୟୋଦୟ ସହ ଠିକ୍ ସକାଳ ସାଢ଼େ ୬ଟାରେ ମାଡି ଆସିଥିଲା ବଡ଼ ବିପଦ। ଏହା କେବଳ ଏକ ଆତଙ୍କି ଆକ୍ରମଣ ନା ସୀମା ପାର୍ ଗୁଳିକାଣ୍ଡ ନଥିଲା। ବରଂ ୧୯୭୩ ପରେ ୟୋମ କିପ୍ପୁର ଯୁଦ୍ଧର ଠିକ୍ ୫୦ ବର୍ଷ ପରେ ଇସ୍ରାଏଲି ମାଟିରେ ସବୁଠୁ ବଡ଼ ଘାତକ ଆକ୍ରମଣ ଥିଲା। ଏହି ଆକ୍ରମଣରେ ଇସ୍ରାଏଲର ଡିଫେନ୍ସ ସିଷ୍ଟମ, ଗୁଇନ୍ଦା ଏଜେନ୍ସି, ମିଲିଟ୍ରି କ୍ଷମତାର ଧଜିଆ ଉଡ଼ାଇଦେଲା ହମାସ। ୧୬ ବର୍ଷ ଧରି ହମାସ ଭିତରେ ପ୍ରତିବାଦର ନିଆଁ ଭିତରେ କୁହୁଳୁଥିଲା। ୨୦୦୭ରେ ଗାଜାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ହମାସ। ଏହା ପରେ ଗାଜାର ଜମି, ଆକାଶ ଓ ସମୁଦ୍ରମାର୍ଗକୁ ଘେରାବନ୍ଦୀ ବା ବ୍ଲକ୍ କରିଦେଇଥିଲା ଇସ୍ରାଏଲ ଓ ଇଜିପ୍ଟ । ହମାସର ତର୍କ ଥିଲା ଯେ, ଗାଜା ଏକ ଖୋଲା ଜେଲ୍ ହୋଇସାରିଛି। ଯାହାର ଅର୍ଥନୀତି ପୁରା ଧ୍ୱସ୍ତ ହୋଇଯାଇଛି ଓ ଯୁବା ବେରୋଜଗାର ସହ ଲଢ଼ୁଛନ୍ତି। ଇସ୍ରାଏଲ ଜେଲରେ ହଜାର ହଜାର ଫିଲିସ୍ତାନୀ ବନ୍ଦୀ ଥିଲେ। ହମାସର ଟାର୍ଗେଟ ଥିଲା କି, ଇସ୍ରାଏଲର ନାଗରିକ ଓ ସୈନିକଙ୍କୁ ବନ୍ଧକ ରଖି ବଡ଼ ଧରଣର କଏଦୀ ଅଦଳବଦଳ ଭଳି ଡିଲ୍ ହାସଲ କରିବ। ଏହା କରି ନିଜର ନେତା ଓ ସୈନିକଙ୍କୁ ମୁକ୍ତ କରିପାରିବ। ତେବେ ଅକ୍ଟୋବର ୭କୁ ବାଛିଲା କାହିଁକି ହମାସ। ଏହା ପଛରେ ଗଭୀର ମନୋବୈଜ୍ଞାନିକ ଓ ରଣନୀତି ଥିଲା। କାରଣ ଏହି ଦିନ ଶନିବାର ଥିଲା ଓ ଏହା ଇହୁଦୀଙ୍କ ପବିତ୍ର ଧାର୍ମିକ ଉତ୍ସବ ଥିଲା। ପୁରା ଦେଶ ଛୁଟିର ମୁଡରେ ଥିଲା। ଅଧିକାଂଶ ସୈନିକ ନିଜ ବାରାକ ବା ଘରେ ଥିଲେ। ସୀମାରେ ସୁରକ୍ଷା ଢିଲା ଥିଲା। ଇସ୍ରାଏଲର ପୁରା ଫୋକସ ଯେତେବେଳେ ସେଲିବ୍ରେସନ ଉପରେ ଥିଲା, ଏତିକିବେଳେ ଏହି ସଫ୍ଟ ସ୍ପଟକୁ ଟାର୍ଗେଟ କରିଥିଲା ହମାସ। ଇସ୍ରାଏଲକୁ ଲାଗୁଥିଲା କି, ଗାଜା ସୀମାରେ ତାହାର ହାଇଟେକ୍ କଂକ୍ରିଟ କାନ୍ଥ, ଏଆଇ ସେନସର୍ସ ଓ ଡ୍ରୋନ ସର୍ଭେଲାନ୍ସ ସିଷ୍ଟମ ମଝଭୁତ ଅଛି। କୌଣସି ଅନୁପ୍ରବେଶକାରୀ ପଶିବା ସମ୍ଭବ ନୁହେଁ। ଆଉ ହମାସ ଏହି ଅତି ଆତ୍ମବିଶ୍ୱାସର ଫାଏଦା ଉଠାଇଥିଲା। ଏହାକୁ ଆଜିଯାଏ ଭୁଲିପାରିନି ଇସ୍ରାଏଲ। ପୁରା ଇସ୍ରାଏଲରେ ଶୋକ ଓ ସ୍ମୃତିସଭା। ତେଲଅଭିଭର ହୋଷ୍ଟେଜ ସ୍କୋୟାରରେ ବିଶେଷ କାର୍ଯ୍ୟକ୍ରମ ହୋଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ୟାବିନେଟ ଡାକି ଶତୃଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ଏଭଳି କେହି କରିବାକୁ ଚେଷ୍ଟାକରନ୍ତି, ପୁରା ସୈନ୍ୟଜବାବ ଦିଆଯିବ। ହମାସ ଦୁର୍ବଳ ହୋଇସାରିଛି ବୋଲି କହିଛନ୍ତି ନେତାନ୍ୟାହୁ। ଚଳିତ ମାସ ୨୭ ତାରିଖରେ ଇସ୍ରାଏଲରେ ରାଷ୍ଟ୍ରୀୟ ନିର୍ବାଚନ। ଏହାକୁ ହମାସ ପ୍ରଭାବିତ କରିବାକୁ ଚେଷ୍ଟା କରିବାର ଆଶଙ୍କା ବି ଅଛି। ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିୟୋ ଗୁଟ୍ଟେରସ ବି କହିଛନ୍ତି, ଏଭଳି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ଏଭଳି ଅତ୍ୟାଚାରୀଙ୍କୁ କୌଣସି ପ୍ରକାରେ ଠିକ୍ ବୋଲି କୁହାଯାଇପାରିବନି।
ଅକ୍ଟୋବର ୭,୨୦୨୩ରେ ହମାସ ଆକ୍ରମଣରେ ୧୨ଶହ ଲୋକ ମରିଥିଲେ। ୨୫୧ ଲୋକଙ୍କୁ ବନ୍ଧକ କରାଯାଇଥିଲା। ଗଲା ବର୍ଷ ଆମେରିକାର ମଧ୍ୟସ୍ଥତାରେ ଯୁଦ୍ଧବିରାମ ପରେ ଗାଜାରେ ଫସିଥିବା ଅନ୍ତିମ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା। କିନ୍ତୁ ଏହି ଆକ୍ରମଣ ପରେ ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବି ଗଭୀର ଆଘାତ ଓ ଆଭ୍ୟନ୍ତରୀଣ ବିତର୍କ ସହ ଜୁଝୁଛି ଇସ୍ରାଏଲ।
