ସଂସାର ଉଜାଡ଼ିଦେଲା ଆଇଫୋନର ଇଏମଆଇ
ନିକଟରେ କୁନାଲ ଏକ ଆଇ-ଫୋନ୍ କିଣିଥିଲେ। ତାହାର ଇଏମଆଇ ଭରିବାକୁ ପରିବାରକୁ ଟଙ୍କା ମାଗୁଥିଲା। କାରଣ କିସ୍ତି ଭରିବାକୁ ସେ ଅସମର୍ଥ ଥିଲା। ଏମିତିରେ ଏତେ ମହଙ୍ଗା ଫୋନ ଦେବାକୁ ସଫା ସଫା ମନା କରିଦେଇଥିଲେ ମୁରଲୀଧର। ଏହାକୁ ନେଇ ବାପା-ପୁଅ ଭିତରେ ଝଗଡ଼ା ହୋଇଥିଲା।ମଙ୍ଗଳସୂତ୍ର ଓ ମମତା ଭିତରେ ଲାଚାର ସଙ୍ଗୀତା ବି ଶେଷରେ ନିଜ ଜୀବନକୁ ଛି କରିଦେଲେ।

ଆଇ ଫୋନର ଜିଦ୍ ଓ ଇଏମଆଇ ପୁରା ଉଜାଡିଦେଲା ସଂସାର। ମହାରାଷ୍ଟ୍ରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଯାହାର ଛାତିଥରା ଦୃଶ୍ୟ ମୋବାଇଲରେ କଏଦ ହୋଇଛି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର ପାହାଡ଼ରୁ ପଡ଼ି ବାପା, ମାଆ ଓ ପୁଅର ମୃତ୍ୟୁ ହୋଇଛି। ମୃତକ ହେଲେ ୪୮ ବର୍ଷୀୟ ମୁରଲୀଧର ଚାନ୍ଦଗୁଡ଼େ, ତାଙ୍କ ପତ୍ନୀ ସଙ୍ଗୀତା ଓ ତାଙ୍କର ୧୯ ବର୍ଷୀୟ ପୁଅ କୁଣାଲ। ନିକଟରେ କୁନାଲ ଏକ ଆଇ-ଫୋନ୍ କିଣିଥିଲେ। ତାହାର ଇଏମଆଇ ଭରିବାକୁ ପରିବାରକୁ ଟଙ୍କା ମାଗୁଥିଲା। କାରଣ କିସ୍ତି ଭରିବାକୁ ସେ ଅସମର୍ଥ ଥିଲା। ଏମିତିରେ ଏତେ ମହଙ୍ଗା ଫୋନ ଦେବାକୁ ସଫା ସଫା ମନା କରିଦେଇଥିଲେ ମୁରଲୀଧର। ଏହାକୁ ନେଇ ବାପା-ପୁଅ ଭିତରେ ଝଗଡ଼ା ହୋଇଥିଲା। ବାପାଙ୍କ ଗାଳିରେ କୁଣାଲ ଘରୁ ବାହାରିଯାଇଥିଲା। ସକାଳ ପ୍ରାୟ ୧୦ଟା ରେ ତିସଗାଁଓସ୍ଥିତ ଏକ ପାହାଡ଼ରେ ଚଢ଼ିଥିଲା। ଆଉ ଆତ୍ମହତ୍ୟା କରିଦେବ ବୋଲି ମନସ୍ଥ କରିସାରିଥିଲେ। ପୁଅ ପାହାଡ଼ରେ ଚଢ଼ିବା ଜାଣିବା ପରେ ବାପା ମାଆ ବି ସେଠାରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହ ବାପା ମାଆ ଦୀର୍ଘ ୩ ଘଣ୍ଟା କାଳ ତାକୁ ବୁଝାଇ ସୁରକ୍ଷିତ ଭାବେ ପାହାଡ଼ରୁ ଓହ୍ଲାଇବାକୁ ବୁଝାଇଥିଲେ। ଏ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ବି ପହଞ୍ଚି ସାରିଥିଲା। ସୁରକ୍ଷିତ ଓହ୍ଲାଇବାକୁ ପାହାଡ଼ ତଳେ ଜାଲି ବି ଲଗାଯାଇଥିଲା। ହେଲେ କୁଣାଲ ବାରମ୍ୱାର ନିଜ ଜାଗା ବଦଳାଇବାରୁ ନାକେଦମ ହୋଇପଡ଼ିଥିଲା ଉଦ୍ଧାରକାରୀ ଦଳ। ଦ୍ୱିପ୍ରହର ଗୋଟାଏ ବେଳକୁ ମୁରଲୀଧର ପୁଅ କୁନାଲ ପାଖରେ ପହଞ୍ଚିଥିଲେ। କୁନାଲ ପାହାଡ଼ ଧାରରେ ଛିଡ଼ାହୋଇଥିଲେ। ତା ପାଖକୁ ଦୌଡ଼ି ଯାଇ ତାକୁ ତଳକୁ ଟାଣି ଆଣିବାକୁ ପ୍ରୟାସ କରିଥିଲେ। କିନ୍ତୁ ବିଡ଼ମ୍ୱନା। ସନ୍ତୁଳନ ବିଗିଡ଼ିଯିବାରୁ ଦୁହେଁ ପାହାଡ଼ରୁ ଖସି ଖାଇରେ ପଡ଼ିଯାଇଥିଲେ। ସ୍ୱାମୀ ଓ ପୁଅକୁ ପାହାଡ଼ରୁ ପଡ଼ିବା ଦେଖି ସଙ୍ଗୀତା ବି କିଛି ସମୟ ପରେ ପାହାଡ଼ରୁ ଡେଇଁ ଜୀବନ ହାରିଦେଲେ। ଏ ଦୃଶ୍ୟ ଦେଖି ସମସ୍ତେ ହତବାକ୍ ହୋଇଗଲେ। ୩ ଜଣଙ୍କ ଶବକୁ ଜବତ କରି ପୁଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି। ତିସଗାଁର ପୂର୍ବତନ ସରପଞ୍ଚ ସଞ୍ଜୟ ଯାଦବ ବି କୁଣାଲକୁ ହାତ ଯୋଡ଼ି ବୁଝାଇଥିଲେ, ସାନ୍ତ୍ୱନା ବି ଦେଲେ। ନିଜ ମାଆ କଥା ଥରେ ଭାବେ ବୋଲି କହିଥିଲେ। ଯାହା ଚାହୁଁଛୁ ଦିଆଯିବ। ବିଲକୁଲ ପାହାଡ଼ରୁ ନ କୁଦିବାକୁ ବୁଝାଇଲେ। ସେ ଚାହୁଁଥିବା ଆଇଫୋନ୍-୧୫ ପ୍ରୋ ବି କିଛି ଲୋକ ଦେବାକୁ ତାକୁ କହିଥିଲେ। ହେଲେ କିଛି ଶୁଣିନଥିଲା କୁଣାଲ। ହେଲେ କୁଣାଲ କେବଳ କହିଚାଲିଥିଲା, ତା ଲାଗି ମରଣ ହିଁ ଏକମାତ୍ର ରାସ୍ତା ଅଟେ। ଆଇଫୋନ୍ ଜିଦିରୁ ପୁରା ପରିବାର ଛାରଖାର ହୋଇଗଲା। ଯିଏ ଶୁଣୁଛି, ମୁଣ୍ଡରେ ହାତ ଦେଉଛି। ମଙ୍ଗଳସୂତ୍ର ଓ ମମତା ଭିତରେ ଲାଚାର ସଙ୍ଗୀତା ବି ଶେଷରେ ନିଜ ଜୀବନକୁ ଛି କରିଦେଲେ।
