ଡେଙ୍ଗୁ ରୋଗୀଙ୍କ ପାଇଁ ଆସିଲା ଭାକ୍ସିନ
ଭାରତରେ ପ୍ରତିବର୍ଷ ବର୍ଷା ଋତୁରେ ଡେଙ୍ଗୁ ମାମଲା ବଢ଼ିଥାଏ। ଏଭଳି ପରିସ୍ଥିତିରେ କ୍ୟୁଡେଙ୍ଗାର ଅନୁମୋଦନ ଡେଙ୍ଗୁ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ୪ରୁ ୬୦ ବର୍ଷ ଭିତରେ ଆସୁଥିବା ବ୍ୟକ୍ତିବିଶେଷ ଏହାକୁ ନେଇପାରିବେ। ପୂର୍ବର ଡେଙ୍ଗୁ ହିଷ୍ଟ୍ରି ଜାଣିବା ଜରୁରୀ ନୁହେଁ। ୩ ମାସ ବ୍ୟବଧାନରେ ଦିଆଯିବ ଦୁଇଟି ଡୋଜ୍।

ଆସିଲା ଡେଙ୍ଗୁ ଭାକ୍ସିନ । ଡେଙ୍ଗୁ ଭାକ୍ସିନ QDENGA କୁ ମିଳିଲା ମଞ୍ଜୁରୀ। ୪ରୁ ୬୦ ବର୍ଷ ଭିତରେ ଆସୁଥିବା ବ୍ୟକ୍ତିବିଶେଷ ଏହାକୁ ନେଇପାରିବେ। ପୂର୍ବର ଡେଙ୍ଗୁ ହିଷ୍ଟ୍ରି ଜାଣିବା ଜରୁରୀ ନୁହେଁ। ୩ ମାସ ବ୍ୟବଧାନରେ ଦିଆଯିବ ଦୁଇଟି ଡୋଜ୍। ପୂର୍ବରୁ QDENGAକୁ ୪୩ ଦେଶ ଦେଇଛି ମଞ୍ଜୁରୀ। ସମଗ୍ର ବିଶ୍ୱରେ ଟକେଡା ବାୟୋଫାର୍ମାସିଟିକାଲ୍ସର ୩୨ ନିୟୁତ ଡୋଜ୍ ଦିଆସରିଛି। ପ୍ରଥମ ଡେଙ୍ଗୁ ଟିକା ‘କ୍ୟୁଡେଙ୍ଗା’ (QDENGA) କୁ ଭାରତରେ ଅନୁମୋଦନ ଦେଇଛି ଡିସିଜିଆଇ। ଡେଙ୍ଗୁ ରୋଗ ନିୟନ୍ତ୍ରଣ ଦିଗରେ ଭାରତ ଏକ ଐତିହାସିକ ପଦକ୍ଷେପ ନେଇଛି। ଜାପାନର ଔଷଧ ନିର୍ମାତା କମ୍ପାନୀ Takeda ଦ୍ୱାରା ବିକଶିତ QDENGA ଟିକାକୁ ଭାରତର ଔଷଧ ନିୟନ୍ତ୍ରକ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ବଜାରରେ ବ୍ୟବହାର ପାଇଁ ଅନୁମୋଦନ ଦେଇଛନ୍ତି। ଏହା ଭାରତରେ ଅନୁମୋଦନ ପାଇଥିବା ପ୍ରଥମ ଡେଙ୍ଗୁ ଟିକା। QDENGA ହେଉଛି ଏକ ଟେଟ୍ରାଭାଲେଣ୍ଟ ଲାଇଭ୍-ଅଟେନୁଏଟେଡ୍ ଭ୍ୟାକ୍ସିନ୍, ଯାହା ଡେଙ୍ଗୁ ଭାଇରସର ସମସ୍ତ ଚାରିଟି ସେରୋଟାଇପ୍ (DENV-1, DENV-2, DENV-3 ଓ DENV-4) ବିରୋଧରେ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ବିଶେଷ କଥା ହେଉଛି, ଏହି ଟିକା ନେବା ପୂର୍ବରୁ ବ୍ୟକ୍ତିଙ୍କର ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ, ତାହା ପରୀକ୍ଷା କରିବାର ଆବଶ୍ୟକତା ନାହିଁ। ଟାକେଡା କମ୍ପାନୀ କହିଛି ଯେ, ଗତ ଦୁଇ ଦଶକରେ ଭାରତରେ ଡେଙ୍ଗୁ ମାମଲା ପ୍ରାୟ ୧୧ ଗୁଣ ବୃଦ୍ଧି ପାଇଛି। ବିଶ୍ୱର ମୋଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ ଭାରତରେ ରହିଥିବାରୁ ଏହି ଅନୁମୋଦନକୁ ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ମାଇଲଖୁଣ୍ଟ ବୋଲି ଦେଖାଯାଉଛି। ୨୦୨୪ରେ ଟାକେଡା ହାଇଦ୍ରାବାଦ-ଭିତ୍ତିକ Biological E ସହ ଚୁକ୍ତି କରିଥିଲା। ଏହି ସହଯୋଗ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୫ କୋଟି ଡୋଜ୍ ଉତ୍ପାଦନ କ୍ଷମତା ସୃଷ୍ଟି କରାଯିବ, ଯାହା ବିଶ୍ୱସ୍ତରରେ ଟିକା ଉପଲବ୍ଧତା ବଢ଼ାଇବାରେ ସହାୟକ ହେବ। ୨୦୨୨ରେ ପ୍ରଥମେ ଲଞ୍ଚ ହେବା ପରଠାରୁ QDENGAକୁ ୪୩ରୁ ଅଧିକ ଦେଶରେ ଅନୁମୋଦନ ମିଳିସାରିଛି ଏବଂ ବିଶ୍ୱବ୍ୟାପୀ ୩.୨ କୋଟିରୁ ଅଧିକ ଡୋଜ୍ ବଣ୍ଟନ କରାଯାଇଛି। ଦୀର୍ଘମିଆଦି କ୍ଲିନିକାଲ୍ ତଥ୍ୟ ଅନୁଯାୟୀ, ଏହି ଟିକା ଡେଙ୍ଗୁ ସଂକ୍ରମଣର ଗୁରୁତର ରୂପ ଏବଂ ହସ୍ପିଟାଲରେ ଭର୍ତ୍ତି ହେବାର ବ୍ୟାପକତାକୁ କମାଇବାରେ ସକ୍ଷମ ହେବ। ଭାରତରେ ପ୍ରତିବର୍ଷ ବର୍ଷା ଋତୁରେ ଡେଙ୍ଗୁ ମାମଲା ବଢ଼ିଥାଏ। ଏଭଳି ପରିସ୍ଥିତିରେ କ୍ୟୁଡେଙ୍ଗାର ଅନୁମୋଦନ ଡେଙ୍ଗୁ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହି ଟିକା ବ୍ୟାପକ ଭାବେ ଉପଲବ୍ଧ ହେବା ସହିତ ଡେଙ୍ଗୁ ଜନିତ ହସ୍ପିଟାଲ୍ରେ ଭର୍ତ୍ତି ଓ ଗୁରୁତର ରୋଗର ଭାର କମିବ ବୋଲି ଆଶା କରାଯାଉଛି। ଏହା ସହିତ ଭାରତୀୟ କମ୍ପାନୀ ପାନେସିଆ ବାୟୋଟେକ୍ ଓ ICMR ମିଳିତ ଭାବେ 'ଡେଙ୍ଗିଅଲ୍' ନାମକ ସ୍ୱଦେଶୀ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ମଧ୍ୟ ଜାରି ରଖିଛନ୍ତି।
